ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ଜମି କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହୋଇଯାଉଛି। ପୁଣି ଦୀର୍ଘ ଦିନ ଧରି ଦାବି ସତ୍ତ୍ୱେ ବି ନିର୍ମାଣ ହୋଇପାରୁନି ଆଡିବନ୍ଧ।
ଜଣେ କୁବେର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିଶିରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଚଢ଼ାଉରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ୭୩ ଲକ୍ଷ ୮୭ ହଜାର ଟଙ୍କାର ସଂପତ୍ତି ଠାବ ହୋଇଥିବା ସୂଚନା ।
ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବସ୍ତବ ଚିତ୍ର କିନ୍ତୁ ଭିନ୍ନ । ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କିଏ ତାକୁ ନେଉଛି ?
କୁହାଯାଏ କ୍ରୋଧ ବ୍ରହ୍ମ ଚଣ୍ଡାଳ । ରାଗିଗଲେ ମଣିଷ କିଛି ବି ଅନର୍ଥ କରିପାରେ । ତେଣୁ ସବୁବେଳେ ନିଜ କ୍ରୋଧକୁ ବସ କରିବାର ଶକ୍ତି ରଖିବା ଉଚିତ୍ । ମଣିଷ ଜୀବନରେ ସହନଶିଳତା ଏକ ଗୁରତ୍ୱପୂର୍ଣ୍ଣ ଅଙ୍ଗ ।
ମନରେଗାରେ ମହାଦୁର୍ନୀତି । ଟଙ୍କାଟିଏ ଖର୍ଚ୍ଚ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରୁ।
ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି।
ଗୁଣି ଗାରେଡ଼ି ସନ୍ଦେହରୁ ପତି-ପତ୍ନୀ ଓ ଝିଅ, ୩ ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ସମସ୍ତ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ କାଏମ । ୨୦୧୬ରେ ରାୟଗଡ଼ାରେ ଘଟିଥିବା ଏ ଜଘନ୍ୟ ହତ୍ୟାକାଣ୍ଡରେ ପୂର୍ବରୁ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଇଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।
ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍ କାଟ୍। ବାରମ୍ବାର ବିଦ୍ୟୁତ୍ କାଟ୍ ସତ୍ତ୍ୱେ ବି ଆସୁଛି ମୋଟା ଅଙ୍କର ବିଲ୍। ରାୟଗଡା ଗୁଣୁପୁରରେ ଏବେ ଅସହ୍ୟ ହେଲାଣି ଏ ସମସ୍ୟା। ସେହିପରି ରାମନଗୁଡା ଭଳି କିଛି ବ୍ଲକରେ ଏଲ୍ଆଇ ପଏଣ୍ଟ ଥାଇ ବି ବିଜୁଳି ନଥିବାରୁ ଚାଷ ଜମିକୁ ପାଣି ମାଡି ପାରୁନାହିଁ।
ସରକାରୀ ଉଦାସିନତା ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ଖାଲ ଖାମ ଓ ପାଣି ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଥିବାବେଳେ ନାକେଦମ ହେଉଛନ୍ତି ଗାଡି ଚାଳକ। ବାରମ୍ବାର ଅଭିଯୋଗ ପରେ ବି ହେଉନି ରାସ୍ତା ମରାମତି
ମୁଣ୍ଡ ଉପରେ ଦଦରା ଟିଣ ଛପର ଛାତ । ପୁରୁଣା ମାଟି ଘରର କାନ୍ଥସବୁ ଫାଟି ଆଁ କଲାଣି । କିନ୍ତୁ ଘରର ମୁଖ୍ୟ ଦ୍ୱାର ନିକଟରେ ଲାଗିଛି ଚକାଚକ ସାଇନ୍ ବୋର୍ଡ । ଏହି ସାଇନ୍ ବୋର୍ଡକୁ ଭଲ କରି ଦେଖିଲେ ଆପଣଙ୍କ ମଥା ଘୁରିଯିବ ।
ମହଙ୍ଗା ପଡ଼ିଲା ବିବାହ ପରେ ସ୍ତ୍ରୀକୁ ପ୍ରତାରଣା। ବିଚ୍ ରାସ୍ତାରେ ମାଡ଼ ମାରି ସ୍ୱାମୀକୁ ପୋଲିସ ଜିମା ଦେଲା ସ୍ତ୍ରୀ। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଆସିଥିବା ସ୍ୱାମୀ ଶେଷରେ ଧରାପଡ଼ିଛନ୍ତି।
ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍ମ୍ୟାନ୍ ଅନ୍ଦାଜ । ଟ୍ରେନ୍ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍ରେ ଅନ୍ଲାଇନ୍ ପେମେଣ୍ଟ ବି କଲେ ।
ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।
ଅବକାରୀ ବିଭାଗର ଲାଞ୍ଚ କାରବାର ସାମ୍ନାକୁ ଆସିଛି। ରାୟଗଡା ଅବକାରୀ ବିଭାଗରେ ଲାଞ୍ଚ କାରବାରର ଏହି ଭିଡିଓ ଭାଇରାଲ ହୋଇଛି।
ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି । ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ । ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଥିବା କହିନ୍ତି ଗୋପୀନାଥ
ଭୟଙ୍କର..ବୀଭତ୍ସ...ଘଟଣା। ନା ବର୍ଣ୍ଣନା କରିହେଉଛି, ନା ସେ ଚିତ୍ରକୁ ସ୍ପଷ୍ଟ ଦେଖିହେଉଛି। ମଣିଷଙ୍କ ଶବ ପଡ଼ିଛି ଜାକୁ ଜୁକି ହୋଇ। ଆଉ ତାହାରି ଭିତରେ ସାଇଣ୍ଟିଫିକ୍ ଟିମକୁ ଧରି ଚାଲିଛି ଆନ୍ଧ୍ର ପୋଲିସର ତନାଘନା । କାରଣ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶୋଚନୀୟ ଭାବେ ଗୁଣ୍ଟୁର ଜିଲ୍ଲା ରେପାଲ ସ୍ଥିତ ଲଙ୍କେଭାନିଡିବାରେ ମୃତ୍ୟୁ ହୋଇଛି। ଯାହାଙ୍କ ଘର ସୁଦୂର ରାୟଗଡ଼ା ଜିଲ୍ଲା ଗୁଣୁପୁର ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ
ରାୟଗଡା ଜିଲ୍ଳା କୁମୁଟାଲପେଟା ଗ୍ରାମର ସୁଶୀଳା ମିଶାଲ । ଗତ କିଛି ମାସ ତଳେ ସ୍ୱାମୀ ପୁର୍ଣ୍ଣଚନ୍ଦ୍ର ମିଶାଲଙ୍କ ଦେହ ଖରାପ ହେବାରୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ । ସେଠାକୁ ଯିବା ପରେ ତାଙ୍କ କରୋନା ଚିହ୍ନଟ ହେବାରୁ ତାଙ୍କୁ ଆଇସୋଲେସନ୍ରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା
ଭାବ ଭକ୍ତିର ଡୋରରେ ବନ୍ଧା ଭାବ ବିନୋଦିଆ ଠାକୁର । ଜଗା ପ୍ରେମରେ ଆଉ ଜଣେ ସାଲବେଗ । ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ବହୁ ଚର୍ଚ୍ଚାକୁ ଆସିଥିବା କାସିମ୍ ଚାଚା ଏବେ ପୁଣି ଚର୍ଚ୍ଚାରେ ।
କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ ।
ମେଡିକାଲ୍ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।