• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆଜି ବି ବିଧାନସଭାରେ ଜୟନାରାୟଣଙ୍କ ବିବାଦୀୟ ବୟାନ ତାତି । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । 'ଓଡ଼ିଶାକୁ ଭାଗ ଭାଗ କରିବା ଚଳିବ ନାହିଁ' ନାରା ଦେଇ ଗୃହରେ ଅଚଳାବସ୍ଥା ସୃଷ୍ଟି କଲେ ବିରୋଧୀ । ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କଲେ କଂଗ୍ରେସ ସଦସ୍ୟ ।  ପ୍ରଶ୍ନୋତ୍ତର ଚାଲିଥିବା ବେଳେ ହାତାହାତି ହୋଇଗଲେ ଦୁଇ ବିଧାୟକ ଜୟନାରାୟଣ ଓ ତାରା ବାହିନୀପତି । ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ପ୍ରତିବାଦ କଲେ । ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହଙ୍ଗାମାରୁ ଚାଲିପାରିଲାନି ଗୃହ । ଶେଷରେ ଗୃହକୁ ୧୨ଟା ଯାଏ ମୁତଲବତୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । 

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା, ସରକାର କହିଲେଣି....

ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ । ଏହାପରେ ଗୃହ ମଧ୍ୟଭାଗକୁ ଆସି ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ଏପଟେ ବିଜେଡି ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ଜୟନାରାୟଣ ପ୍ରସଙ୍ଗ ଉଠାଇ ପ୍ରତିବାଦ କରିଥିଲେ । ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯିବାକୁ ଉଦ୍ୟମ କରିଥିଲେ । 

ନାରୀ ନିର୍ଯାତନା ପ୍ରସଙ୍ଗରେ ହଙ୍ଗାମା କରିଥିଲେ କଂଗ୍ରେସ ସଦସ୍ୟ । ଏପିରିକି ରିପୋର୍ଟରଙ୍କ ଟେବୁଲ ଉପରେ ଚଢି ବିରୋଧୀ ଦଳଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଚାଲିଥିଲା ପ୍ରଶ୍ନକାଳ । ବାଚସ୍ପତି ସୁରମା ପାଢୀ ଗୃହକୁ ପରିଚାଳନା କରୁଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ରଖୁଥିବାବେଳେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଫଳରେ ବାଚସ୍ପତି ଗୃହକାର୍ଯ୍ୟ ମୁତଲବୀ ଘୋଷଣା କରିଥିଲେ । 
       
ଏହାପରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଗାନ୍ଧି ମୂର୍ତ୍ତି ତଳେ ବସି ଧାରଣା ଦେଇଛନ୍ତି । ତାରା କହିଛନ୍ତି, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଉତ୍ତ୍ୟକ୍ତ ହୋଇ ଆସି ପ୍ରଥମେ ତାଙ୍କ କଲର୍ ଧରିଥିଲେ । ବିଜେପି ସଦସ୍ୟ ଆଗେ ଠେଲାପେଲା ଆରମ୍ଭ କରିଥିଲେ । ବିଜେପି ସରକାର ଗଣତନ୍ତ୍ରକୁ ଅସମ୍ମାନ କରିଛି । ବାଚସ୍ପତି ଜବରଦସ୍ତ ଗୃହ ଚଲାଉଛନ୍ତି ବୋଲି କହିଛନ୍ତି ତାରା । 

ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ''ଓଡ଼ିଶା ଇତିହାସରେ ଏମିତି କେବେ ହୋଇନଥିଲା । ଶାସକ ଦଳ ଜୋର ଜବରଦସ୍ତ ବିଧାନସଭା ଗୃହ ଚଳାଇଛନ୍ତି । ଜୟନାରାୟଣ ତାରାପ୍ରସାଦଙ୍କ କଲର ଧରି ବାଡ଼େଇଲେ ।''

ଅଧିକ ପଢ଼ନ୍ତୁ: ଘନେଇଲା ଉତ୍କଳ-କୋଶଳ ବିବାଦ, ବିଧାନସଭା ଅଚଳ କଲା ବିଜେଡି

  • Reported by:
  • SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now