ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।
୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।
ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି ନାଳ ଖୋଳିଛନ୍ତି । ଆଉ ତା‘ପରେ ନିଜ ଜମି ପାଖରେ ପାଣି ପହଞ୍ଚାଇବା ପାଇଁ ହାଡ ଭଙ୍ଗା ପରିଶ୍ରମ କରିଛନ୍ତି ଗାଁ ଲୋକ।
ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ ।
ଏ ସରକାର ଖାଲି କଥାରେ କହେ, କାମରେ କିଛି କରେନି । ବାରମ୍ବାର ଦାବି ପରେ ବି ଶୀତଳଭଣ୍ଡାରଟିଏ କରିପାରୁନି.... ଫସଲ ମେଞ୍ଚା ମେଞ୍ଚା କରୁଛନ୍ତି ହେଲେ ଶୀତଳଭଣ୍ଡାର ନଥିବାରୁ ସବୁ ପଚି ନଷ୍ଟ ହେଉଛି ।
ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି।
ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ -ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି।
ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ରାୟଗଡା ଜିଲ୍ଲା ବିଷମକଟକର ବରିଷ୍ଠ ଆଇନଜୀବୀ ଏସ.ବାବୁରାଓଙ୍କ ପରିବାର ସଦସ୍ୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସେହି ପରିବାରର ଏକ ବିଶେଷତ୍ୱ ହେଲା ବର୍ଷ ବର୍ଷ ଧରି ଗୋଟିଏ ଘରେ ଏକାଠି ରହୁଛନ୍ତି ୪୦ଜଣ ସଦସ୍ୟ ।
ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା ।
ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ମଧ୍ୟ ୭ ତାରିଖରୁ ଛୁଟିରେ ଯାଉଛନ୍ତି । ତେଣୁ ବିବାହ ଚର୍ଚ୍ଚା ଅଧିକ ଜୋର ଧରିଛି ।
ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।
ନକ୍ସଲଙ୍କ ଲାଗି ବଟି ଆଦାୟ କରୁଛନ୍ତି ବିଜେଡି ନେତା । ପ୍ରତିମାସ ମାଲିକ ଦେଉଛନ୍ତି ୫ ହଜାର ! ବର୍ଷେ କି ୨ ବର୍ଷ ନୁହେଁ ବରଂ ୪୦ ବର୍ଷର ହିସାବ ମାଗିଲା ବେଳକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ବିଜେଡି ନେତା ଏନ.ଭାସ୍କର ରାଓ
ବିଜେଡି ନେତାଙ୍କର ଯେ କେତେ ରୂପ ତାହା ଗୃହ ମନ୍ତ୍ରୀଙ୍କୁ ପଚାରିଲେ ଜଣାପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ।
ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ସମ୍ଭାବନା ।
ରାୟଗଡ଼ା SP ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ସିଆରପିଏଫ୍ କ୍ୟାମ୍ପ ଭିତରକୁ ଏବେ କାହାରିକୁ ଯିବାକୁ ଅନୁମତି ନଥିବାରୁ ସେଠାରୁ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।
ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।
ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।
ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।
ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।
ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି ।
ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।