/odishatv-khabar/media/post_attachments/uploadimage/library/16_9/16_9_0/Suicide_1681736938.jpg)
Suicide
ବିଷ ପିଇ ୨ ନାବାଳିକାଙ୍କ ଆତ୍ମହତ୍ୟା (Suicide) ଉଦ୍ୟମ । ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଏବେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ଏହି ଅଭାବନୀୟ ଘଟଣା ହେଉଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଉତୁକାପାଡୁ ଗାଁର । ଦୁଇ ନାବାଳିକା ପରସ୍ପରର ଭଲ ସାଙ୍ଗ ଥିଲେ। ଜଣେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଆଉ ଜଣେ ସପ୍ତମ ଶ୍ରେଣୀରେ ପଢୁଥିଲେ ।
ଘରେ କେହି ନଥିବା ବେଳେ ଦୁହେଁ ବିଷ ପିଇ ଦେଇଥିବାର ସୂଚନା ମିଳିଛି । ପରିବାର ଲୋକେ ଜାଣିବା ପରେ ଡାକ୍ତରଖାନାକୁ ନେଇଥିଲେ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଶମ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଥିବା ବେଳେ ଆର ଝିଅ ଜଣକର ଅବସ୍ଥା ଗୁରୁତର ରହିଛି । ଉଭୟେ କାହିଁକି ଏମିତି ଚରମ ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ (Minor Girl) ବିଷ ପିଇ ଥାଇପାରନ୍ତି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଞ୍ଚଲ୍ୟ ଖେଳିଯାଇଛି । ପିଲାଙ୍କ ପରିବାର ଲୋକ ମୁଣ୍ଡ ପିଟି ବାହୁନି ବାହୁନି କାନ୍ଦୁଛନ୍ତି । ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)