• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଫଟୋ ଅନେକ କଥା କହୁଛି । ଅଭିଯୋଗର ଫର୍ଦ୍ଦ ଏବେ ବି ଗୁମୁରି ଗୁମୁରି କାନ୍ଦୁଛି । ଖାଲି ଫରକ, କାହାର ଜୀବନ ନାହିଁ, କେହି ପାଟି ଫିଟାଇ ଚିତ୍କାର କରିପାରୁ ନାହାନ୍ତି । ବର୍ଷାଙ୍କ ପୂର୍ବ ଅଭିଯୋଗ ଗୁଡ଼ାକ ଏବେ କୁଆଡ଼େ ସତ ପାଲଟି ଯାଇଥିବା ପ୍ରଶଂସକ ମାନେ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି । ୨୦୧୪ ଫେବ୍ରୁଆରୀ ୮ରେ ପଡ଼ିଥିଲା ହାତଗଣ୍ଠି । ଉଭୟ ଯେମିତି ବାହା ବେଦୀରେ ରାଜକୁମାର ରାଜକୁମାରୀ ପରି ଲାଲଟୁକୁଟୁକୁ ଦିଶୁଥିଲେ । ସାଥି କଳାକାରରୁ ଉଭୟ ଉଭୟଙ୍କ ଜୀବନ ସାଥୀ ପାଲଟିଥିଲେ । ପରିବାର ଖୁସିରେ ଫାଟି ପଡ଼ୁଥିଲା । ନିଜ ଭଲ ପାଇବାକୁ ପାଇବା ପରେ ଖୁବ୍‌ ଖୁସି ବି ଥିଲେ ଅଭିନେତା ଅନୁଭବ ମହାନ୍ତି । ବିବାହର ପାଖାପାଖି ୫ରୁ ୬ ବର୍ଷ ଲଭ୍‌ ବାର୍ଡଙ୍କ ମଧ୍ୟରେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା । 

ଆନିଭର୍ସରୀ ଫଟୋ ଦେଖିଲେ ବି ଆପଣ ବେଶ୍‌ ବୁଝି ବି ପାରୁଥିବେ ସେ ସମୟରେ ସେମାନଙ୍କ ସମ୍ପର୍କ କେତେ ନିବିଡ଼ ଥିଲା । ହେଲେ ଧୀରେ ଧୀରେ ଅଜଣା ନିଆଁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଲାଗିଥିଲା । ଆଉ ସେହି ନିଆଁ କୁହୁଳି କୁହୁଳି ଜଳିଥିଲା ଘର । ଉଜୁଡ଼ିଥିଲା ପରିବାର । ଆଉ ସମ୍ପର୍କରେ ଫାଟ ସୃଷ୍ଟି କରି ଛାଡପତ୍ର ବି ସରିଛି ।   

ଅଧିକ ପଢ଼ନ୍ତୁ: ଜାଗୃତିଙ୍କ ହାତରେ ଅନୁଭବଙ୍କ ମୁଦି; ଏହି ତାରିଖରେ ପଡ଼ିବ ହାତଗଣ୍ଠି!

ଏ ସବୁ ଘଟଣା, ଜଣେ ସାଧାରଣ ମଣିଷ ସାଥିରେ ହୋଇଥିଲେ ହୁଏ ତ ଏହା ଲୁଚି ଯାଇଥା’ନ୍ତା । ଜଣକ କଷ୍ଟ ଅନ୍ୟ ଜଣେ ବୁଝିବା ଆହୁରି କଷ୍ଟକର ହୋଇପଡ଼ିଥା’ନ୍ତା । ଯେହେତୁ ଦୁହେଁ ସେଲିବ୍ରିଟି ଆଉ ଏମାନଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରନ୍ତି ତେଣୁ ଅନୁଭବଙ୍କ ନୂଆ ବିବାହ କଥାକୁ ନେଇ ପୁଣି ଜଳିଲାଣି ପୁରୁଣା ନିଆଁ । ସୋସିଆଲ ମିଡିଆ ଉଠୁଛି ପଡ଼ୁଛି । ପ୍ରଶଂସକ ମାନେ ମତାମତ ଦେଇ ପୁରୁଣା ଘା’କୁ ତାଜା କରୁଛନ୍ତି । ଆଉ କୁହାଯାଉଛି ସତ ହୋଇଛି ବର୍ଷାଙ୍କ ଅଭିଯୋଗ ।  

୧୧ ମେ’ ୨୦୨୨ରେ ବର୍ଷା ସ୍ୱାମୀ ଅନୁଭବଙ୍କ ନାଁରେ ଥାନାରେ ଏକ FIR ଦେଇଥିଲେ । ଯେଉଁଥିରେ ସେ ସ୍ପଷ୍ଟ ଭାବେ ଲେଖିଥିଲେ ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀ ହେଉଛନ୍ତି ତାଙ୍କ ଡିଭୋର୍ସର କାରଣ । ଯିଏ କି ତାଙ୍କର ଓ ତାଙ୍କ ପରିବାରର କ୍ଷତି ଘଟାଉଛନ୍ତି । ଆଉ ସେ ଛାଡ଼ପତ୍ର ଦେବାକୁ ରାଜି ନଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଉଥିଲା । ଏହି ମାମଲା ବାରମ୍ବାର କୋର୍ଟରେ ଗଡ଼ିବା ପରେ ଶେଷରେ ଛାଡ଼ପତ୍ର ହୋଇଥିଲା । ଆଉ ଏବେ ସତକୁ ସତ ବାନ୍ଧବୀ ଜାଗୃତିଙ୍କ ହାତ ଧରିବାକୁ ଯାଉଛନ୍ତି ଅନୁଭବ । ସରିଛି ଉଭୟଙ୍କ ମେହେନ୍ଦି, ସରିଛି ହଳଦୀ ଆଉ କିଛି ଘଣ୍ଟା ପରେ ବିବାହ ବନ୍ଧନରେ ବାନ୍ଧି ହେବେ ଉଭୟ । 

ଅଧିକ ପଢ଼ନ୍ତୁ: ଖୋଲି କହିଦେଲେ ଜାଗୃତି, ଅନୁଭବ ହେବେ ଜୀବନ ସାଥୀ।

OTV is now on Whatsapp

Join and get latest news update delivered to you via whatsapp

Join Now