Advertisment

ବାହାର ରାଜ୍ୟରେ କାମ କରୁଥିଲେ : ଧୂପକାଠି ତିଆରି କରି ଏବେ ଲକ୍ଷପତି

ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଦେଇଥିଲେ । ଠିକ୍‌ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍‌ ପରି କାମ ଦେଇଥିଲା ପିଏମଜିପି ସ୍କିମ୍‌ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ ଆଗକୁ ବଢାଇବା ସହିତ ସ୍ଥାନୀୟ ଅଂଚଳର ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ରୋଜଗାର ।

author-image
Sarbeswar
ଅଦ୍ୟତନ ହୋଇଛି
Gunupur MCA Graduate Helping Unemployed Youths To Earn

MCA graduate

ଦିନରାତି ମେସିନ୍ ଚାଲିଛି । କାଠିରେ ମସଲା ଦିଆହୋଇ ବାହାରୁଛି ଧୂପ କାଠି । ଆଉ ମେସିନ୍ ସହ ତାଳ ଦେଇ କାମରେ ଲାଗିଛନ୍ତି ଯୁବତୀ । ରାୟଗଡା ଜିଲ୍ଲା ଗୁଣପୁରର ଧୂପ କାଠି ତିଆରିକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଏ. ମଧୁସୂଦନ ନାମକ ଜଣେ ଯୁବକ ରାଜ ମିସ୍ତ୍ରୀଙ୍କ ପୁଅ । ମଧୁସୂଦନ ଗୁଣପୁରରେ ଏମସିଏ ପାଠ ପଢିବା ପରେ ହାଇଦ୍ରାବାଦର ଏକ ସଫ୍ଟୱେର କମ୍ପାନୀରେ କାମ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ।

Advertisment

ଅଧିକ ପଢ଼ନ୍ତୁ: ଲକ୍ଷପତି କଲା ରଙ୍ଗୀନ ମାଛ ଚାଷ

ହେଲେ କରୋନା କାଳରେ ଚାକିରି ଯିବାରୁ ଘରକୁ ଫେରିଥିଲେ । ଆଉ ଏହାରି ଭିତରେ ସେ ବିଟେକ୍‌ ପାଠ ବି ପଢିଲେ । କିନ୍ତୁ କେମିତି ଗାଁରେ ରହି ଭଲ ଦୁଇ ପଇସା ରୋଜଗାର କରିବେ ସେନେଇ ସବୁବେଳେ ଉଦ୍ୟମ କରୁଥିଲେ । ଖାଲି ଉଦ୍ୟମ କରୁଥିଲେ ତାହା ନୁହେଁ ବରଂ ୟୁଟ୍ୟୁବର ସାହାଯ୍ୟ ନେଇ ଧୂପକାଠି ତିଆରି କରିବା ଶିଖିଲେ।

ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ପରେ ନିଜସ୍ୱ ଖର୍ଚ୍ଚରେ ଘର ପାଖରେ ଏକ ମେସିନ ପକାଇଲେ । ଆଉ ଧୂପକାଠି ତିଆରି କରିବା ଆରମ୍ଭ କରିଥିଲେ । ଠିକ୍‌ ଏତିକିବେଳେ ତାଙ୍କୁ ବୁଷ୍ଟରଡୋଜ୍‌ ପରି କାମ ଦେଇଥିଲା ପିଏମଜିପି ସ୍କିମ୍‌ । ଏହି ସ୍କିମରୁ ସେ ନିଜର କ୍ଷୁଦ୍ରଶିଳ୍ପକୁ ଆଗକୁ ବଢାଇବା ସହିତ ସ୍ଥାନୀୟ ଅଂଚଳର ଯୁବକ ଓ ଯୁବତୀଙ୍କୁ ଦେଉଛନ୍ତି ରୋଜଗାର ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଧୁସୂଦନଙ୍କ ଏହି କ୍ଷୁଦ୍ର ଶିଳ୍ପରେ କିଏ ଦଶମ ପାଠ ପଢିଛନ୍ତି ତ ଆଉ କିଏ +୨ । ହେଲେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସମସ୍ତେ ଏଠାରେ ଏକ ହୋଇ କରୁଛନ୍ତି କାମ । ମୋଟ୍‌ ଉପରେ ଏଠାରେ କାମ କରୁଥିବା ସମସ୍ତେ ବେଶ୍‌ ଖୁସି ହେବା ସହିତ ଆଗାମୀ ଦିନରେ କେମିତି ଶିଳ୍ପ ବଢିବ ଏବଂ ଅଧିକ ରୋଜଗାର ହେବ ସେନେଇ ପ୍ରସ୍ତୁତ କରୁଛନ୍ତି ଯୋଜନା..।

(ଗୁଣପୁରରୁ ଇନ୍ଦ୍ରଜିତ୍‌ ପଣ୍ଡାଙ୍କ ରିପୋର୍ଟ)

Special Story Incense Sticks Manufacturing Unit
Advertisment
Advertisment