ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଚିକିତ୍ସା ବିଜ୍ଞାନର ଢେର ଅଗ୍ରଗତି ସତ୍ତ୍ୱେ ଆଜି ବି ସଭ୍ୟ ସମାଜର ଲୋକମାନେ ହେଉଛନ୍ତି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଛୁଇଁ ଦେବା ସହ ଲାତ ମାରିଦେଲେ ରୋଗ ଭଲ ହେଇଯାଉଥିବା ବିଶ୍ୱାସ କରି ଜମୁଛି ଲୋକଙ୍କ ଗହଳି..
ଅନ୍ଧବିଶ୍ୱାସକୁ ଜାବୁଡ଼ି ରଖି ହାଡ଼ଫୁଟି ହୋଇଥିଲେ ମଧ୍ୟ ମେଡିସିନ୍ ଖାଉନାହାନ୍ତି ଗ୍ରାମବାସୀ। ପୂଜାପାଠ କଲେ ଭଲ ହୋଇଯିବ ବୋଲି ବିଶ୍ୱାସ ରଖୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ।
ଘରୁ ଚୋରି ହେଲା ବୋଲି ଶିକ୍ଷକ ଦମ୍ପତ୍ତି ପୋଲିସ ପାଖକୁ ନଯାଇ ଘର ଆଗରେ ପୂଜାପାଠ କରୁଛନ୍ତି । ଆଉ ତାଙ୍କ ମନରେ ବିଶ୍ୱାସ ଅଛି ଏମିତି ପୂଜା ପାଠ କଲେ ଚୋର ଧରାପଡ଼ିବ ।