• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଙ୍ଗଲ ମାଟିରୁ ଗୋଟି କରି ସଂଗ୍ରହ ଚାଲିଛି ମହୁଲ । ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ତଥାପି ଖରାକୁ ନ ଡରି ପିଲା ଭେଣ୍ଡା ବୃଦ୍ଧ ବୃଦ୍ଧା ସମସ୍ତେ ଲାଗି ପଡ଼ିଛନ୍ତି ମହୁଲ ସଂଗ୍ରହ କରିବାରେ । କାହିଁକିନା ମହୁଲ ସଂଗ୍ରହ କରି ତାକୁ ଶୁଖାଇ ବିକ୍ରି କଲେ ହିଁ ଘରେ ଚୁଲି ଜଳିବ । ପେଟକୁ ଭାତ ଯିବ ଆଉ ଜୀବନ ବଞ୍ଚିବ ।

ପିଲାମାନଙ୍କ ଭଲ ମନ୍ଦରେ ସେଥିରୁ ଆଦାୟ ଅର୍ଥରେ ଖର୍ଚ୍ଚ ହେବ । କାହିଁକିନା ଏମାନଙ୍କ ଆଖପାଖରେ ଆଉ ଜୀବିକା ନିର୍ବାହ ପାଇଁ ନାହିଁ ଆଉ ଅନ୍ୟ କୌଣସି ଜୀବନ ପନ୍ଥା । ହେଲେ ସମସ୍ୟା ହେଉଛି ମହୁଲ ବେପାର ପାଇଁ ଉପଯୁକ୍ତ ବଜାର ନଥିବାରୁ ଏମାନେ ଶୋଷଣର ଶିକାର ହେଉଥିବା କହିଛନ୍ତି ।

ମହୁଲ ଋତୁ ଜନିତ ଫୁଲ । ରବି ଋତୁରେ ପାଣି ଅଭାବ ଯୋଗୁଁ କୌଣସି ଫସଲ ହେଉନଥିବା ବେଳେ ଆଦିବାସୀ ଏହି ରବି ଋତୁର ବନ ଜାତ ଦ୍ରବ୍ୟ ମାଧ୍ୟମରେ ଆର୍ଥିକ ଉପାର୍ଜନର ସୁଯୋଗ ପାଆନ୍ତି । ଘର ପାଖକୁ ବେପାରୀ ଆସି କିଣୁଥିବା ଓ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଜାଣିନଥିବା ଯୋଗୁଁ କମ୍‍ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଗତ କିଛି ବର୍ଷ ପୂର୍ବେ ଗୁଣପୁର ଅଞ୍ଚଳ ପାଇଁ ଟିଡିସିସି ସଂସ୍ଥା ଜରିଆରେ ମହୁଲ ବିକ୍ରିବଟା ସୁବିଧା ରହିଥିଲା । ହେଲେ ୮ ବର୍ଷ ହେବ କିନ୍ତୁ ଆଉ ଟିଡିସିସି ଅଞ୍ଚଳରେ ନାହିଁ ।

ପ୍ରତିବର୍ଷ ଏମିତି ଆଦିବାସୀମାନେ ଶୋଷଣର ଶିକାର ହେଉଛନ୍ତି । ଆଉ ଏହି ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ । ସମସ୍ୟା ଯେଉଁଠି କି ସେଇଠି ରହିଯାଇଛି । ଏଭଳି ସ୍ଥିତିରେ ଆଦିବାସୀଙ୍କ ଜୀବନ ଜିବିକା ପାଲଟିଥିବା ଲଘୁ ବନ ଜାତ ଦ୍ରବ୍ୟ ମହୁଲର ଉଚିତ୍‍ ମୂଲ୍ୟ କେବେ ମିଳିବ ତାହା ଏବେ ବଡ ପ୍ରଶ୍ନ ।

 

(ରିପୋର୍ଟ - ଗୁଣପୁରରୁ ଇନ୍ଦ୍ରଜିତ୍‍ କୁମାର ପଣ୍ଡା)