• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହାଡଫୁଟି ରୋଗ କବଳରେ ରାୟଗଡା ଜିଲ୍ଲା ର ୩ଟି ଗାଁ । ତେବେ ଔଷଧ ଖାଇବା ବଦଳରେ ପୂଜାପାଠ ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ରୋଗ ବଢିବା ଆଶଙ୍କା ଦେଖା ଦେଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ମେଡିକାଲ ଟିମ୍ ପକ୍ଷରୁ ଗାଁରେ ସଚେତନତା ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶକୁ ଲାଗିଥିବା ଜମାଦେଇପେଣ୍ଠ ପଞ୍ଚାୟତର ମେଣ୍ଡିଗୁଡ଼ା, ଟିକରପଡ଼ା ଓ ବିଲେଶୁ ଗାଁର ପ୍ରାୟ ୨୦ରୁ ଅଧିକ ଲୋକଙ୍କୁ ହାଡଫୁଟି ରୋଗ ହୋଇଥିବା ସୂଚନା ମିଳିଛି । 

ଏଥିଯୋଗୁଁ ସେମାନଙ୍କୁ ଜ୍ବର ସହ ହାତ ଗୋଡ ବ୍ୟଥା ହେଉଛି ଏବଂ ଦୁର୍ବଳ ଲାଗୁଥିବା କହୁଛନ୍ତି । ଏହାସତ୍ତ୍ବେ ସେମାନେ ଔଷଧ ନ ଖାଇ ପୂଜାପାଠ କରୁଛନ୍ତି । ଏ ସମ୍ପର୍କରେ ଖବର ପାଇ ଏକ ମେଡିକାଲ୍ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ପରିସ୍ଥିତିର ସମୀକ୍ଷା କରିଛି । 

ଅଧିକ ପଢ଼ନ୍ତୁ: ଅନ୍ଧବିଶ୍ୱାସର ପରିଣତି ଏତେ ଭୟଙ୍କର ! ଗାଁ ପୂରା ଖାଁ ଖାଁ

ଜଣେ ଗ୍ରାମବାସୀ କହିଛନ୍ତି, 'ଜ୍ୱର ସାଙ୍ଗକୁ ହାତ ଗୋଡ଼ ବ୍ୟଥା ହେଉଛି। ଦେହ ସାରା ଫଳି ଯାଉଛି। ପୂଜାପାଠ କରିବା ଦ୍ୱାରା ରୋଗ ଭଲ ହେଇ ଯାଉଛି । ଔଷଧ ଖାଇଲେ ମା' ରାଗିଯିବେ ଆଉ କଲବଲ କରିବେ' । ବିଜ୍ଞାନ ଯୁଗର ମଣିଷ ହୋଇ ଆଜି ବି ଲୋକମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଯାଉନାହିଁ। ରୋଗ ହେଲେ ଚିକିତ୍ସା ପରିବର୍ତ୍ତେ ପୂଜାପାଠ ଓ ଝଡ଼ାଫୁଙ୍କା ଉପରେ ନିର୍ଭର କରୁଛନ୍ତି। ଯାହାଫଳରେ ରୋଗର ଉପଯୁକ୍ତ ଚିକିତ୍ସା ନ ହେବାରୁ କେତେକ ଲୋକଙ୍କ ମୃତ୍ୟୁ ଘଟୁଛି। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରୁଛନ୍ତି।