Advertisment

ନିରିହ ଜମାକାରୀଙ୍କ କଷ୍ଟ ଅର୍ଜିତ ଟଙ୍କା ଖାଇଗଲେ ପୋଷ୍ଟ ମାଷ୍ଟର

ଡାକଘରେ ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ହଡ଼ପ କରିଦେଇଛନ୍ତି ପୋଷ୍ଟ ମାଷ୍ଟର, ପୋଷ୍ଟଲ ଡାକ ଅଧିକ୍ଷକଙ୍କ ନିକଟର ଲିଖିତ ଅଭିଯୋଗ କଲେ ହିତାଧିକାରୀ । ରାୟଗଡ଼ାରୁ ଆସିଥିବା ଏହି ଖବର ଏବେ ସମସ୍ତକୁ ଚକିତ କରିଛି । ଟଙ୍କା ଫେରି ପାଇବାକୁ ଏବେ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ..

author-image
Manoranjan Behera
ଅଦ୍ୟତନ ହୋଇଛି
Postmaster

Postmaster

ହିରୋ ମାର୍କା ଚେହେରା ହେଲେ କାମ ଦୋ ନମ୍ବରୀ । ସରକାରୀ ଚାକିରୀ କରୁଛନ୍ତି ହେଲେ ଟଙ୍କା ଚୋରିର ଅଭିଯୋଗ ଆସିଛି । ଚୋର ହାତରେ ଚାବିକାଠି ଭଳି ସରକାରୀ ବାବୁଙ୍କୁ ଭରସା କରି ନିରିହ ଜମାକାରୀ ଏବେ ସର୍ବସ୍ୱାନ୍ତ ହୋଇଛନ୍ତି । ସେହି ବାବୁ ଜଣଙ୍କ ହେଉଛନ୍ତି ରାୟଗଡ଼ା ବିଷମକଟକ ବ୍ଲକ୍ କୁମାରଧାମୁଣି ଡାକଘର ଶାଖାର ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀ ।

Advertisment

ରାମଚନ୍ଦ୍ର ପିଡ଼ିଆକାକାଙ୍କ ଅଭିଯୋଗ କୁମାରଧାମୁଣି ଡାକଘର ଶାଖାରେ ସୁକନ୍ୟା ଯୋଜନାରେ ୨୦ ହଜାର ଟଙ୍କା ୧୦ ବର୍ଷ ପୂର୍ବେ ଡିପୋଜିଟ କରିଥିଲେ, କିନ୍ତୁ ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀ ତାଙ୍କ ଠାରୁ ଅର୍ଥ ନେଇ କିଛି ଦିନ ପରେ ଏନ୍.ଓ.ସି ପ୍ରଦାନ କରି ଥିଲେ । ହେଲେ ଏଥିରେ ଜମା ତାରିଖ ଭୁଲ୍ କରି ଲେଖିଛନ୍ତି । ୨୦୧୩ ମସିହା ଜାନୁଆରୀରେ ୩୦ ଦିନିଆ ହୋଇଥିବା ବେଳେ ଏ ବାବୁ ଜଣଙ୍କ ୩୧ ତାରିଖର ଏନଓସି ଦେଇଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୩୦ରେ ମାଚୁରିଟି ହେବାକୁ ଥିବା ବେଳେ ତା ପୂର୍ବରୁ ଠକେଇ ହୋଇଥିବା ଜାଣି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ରାମଚନ୍ଦ୍ର । ଏଙ୍କା ହୁଇକା ନାମକ ଜଣେ ବ୍ୟକ୍ତି ମଧ୍ୟ ସମାନ ଦଶା ଭୋଗିଛନ୍ତି ।

କୁମାରଧାମୁଣି ଡାକଘର ଶାଖାରେ ଅଞ୍ଚଳର ପ୍ରାୟ ୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି, ଏମିତିକି ସେହି ଡାକଘର ଶାଖାର ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ଓ ତାଙ୍କ ପତ୍ନୀଙ୍କ ଡିପୋଜିଟ ଅର୍ଥକୁ ବି ହଡ଼ପ କରିଦେଇଥିଲେ ।

Advertisment

କୁମାରଧାମୁଣି ଡାକଘର ଶାଖାରେ ଟଙ୍କା ହଡ଼ପ ହୋଇଥିବ ଅଭିଯୋକୁ ସ୍ୱୀକାର କରିଛନ୍ତି ଅତିରିକ୍ତ ଡାକଘର ଅଧିକ୍ଷକ ଜୱାହରଲାଲ ରାଓ, ଉପଯୁକ୍ତ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯି ବୋଲି ସେ କହିଛନ୍ତି ।

Fraud Case Postmaster
Advertisment
Advertisment