ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି।
ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଚଳଚଞ୍ଚଳ ପୁରୀ। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ଅଗଣିତ ଭକ୍ତ। ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯାତ୍ରା କରିବେ ତିନି ଠାକୁର।
ରଥଯାତ୍ରାରେ ପୁରୀରେ ହେବ ୧୦ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ । ସୁରକ୍ଷା, ଟ୍ରାଫିକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ୫ ସ୍ତରୀୟ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ପ୍ରବେଶ ପଥରେ କଡ଼ା ଚେକିଂ କରାଯିବ । ମାଳତିପାଟପୁର ଓ ତାଳବଣିଆରେ ଭାରୀ ଯାନ ପାର୍କିଂ ବ୍ୟବସ୍ଥା ରହିଛି ।
ଯେଉଁମାନେ ପୁରୀ ଆସି ପାରୁନାହାନ୍ତି ସେମାନେ ଘରେ ରହି ବି ଟେଲିଭିଜନ୍ରେ ଶ୍ରୀଜିଉଙ୍କୁ ଦେଖିପାରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି ।
ଦୁଲୁକୁଛି ବଡ଼ଦାଣ୍ଡ...ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ..ଝୁଲି ଝୁଲି ଆସୁଛି
ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି। ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।
ଜଗନ୍ନାଥ ପରମବ୍ରହ୍ମ ହେଲେ, ତାଙ୍କ ମହାପ୍ରସାଦ ସେଇ ଅମୃତ ଯାହାକୁ ପାଇବା ପାଇଁ ମଣିଷ କ’ଣ, ଦେବତାମାନେ ବି ଆତୁର। ସଂଜୀବନି ତୁଲ୍ୟ ସେ ମହାପ୍ରସାଦ, ଯାହାକୁ ପାଇବା ପାଇଁ ସମସ୍ତେ ଅଧୀର।
ଶ୍ରୀମନ୍ଦିରରେ ସବୁଠୁ ଅଧିକ ପ୍ରକାରର ଭୋଗ ମକର ସଂକ୍ରାନ୍ତିରେ ହିଁ ଲାଗି ହୋଇଥାଏ। ସେହିଦିନ ପାଖାପାଖେି ୮୪ ପ୍ରକାର ଭୋଗ ଠାକୁରଙ୍କୁ ଲାଗିହୁଏ।
ବିଭିନ୍ନ ପ୍ରକାର ଭୋଗ ପାଇଁ ଏଥି ରହିଛି ରୋଷଘରର ପ୍ରାଚୀନ ଶୈଳୀ ଯାହା ଆଜିବି ବଜାୟ ରହିଚି। ମେଘନାଦ ପାଚେରୀର ଦକ୍ଷୀଣପୂର୍ବ କୋଣରେ ଥିବା ରୋଷଘରକୁ ପୃଥିବୀର ବୃହତ୍ତମ ରୋଷଘର କୁହାଯାଇଥାଏ।
କୁହାଯାଏ ଶ୍ରୀମନ୍ଦିରରେ ଅନ୍ନକୁ ନଷ୍ଟ କରାଯାଏନି। ଲକ୍ଷ୍ମୀ ଅନ୍ନର ଦେବୀ। ତେଣୁ ଏଠି ଅନ୍ନ ବଳିଲେ ତାକୁ ନିର୍ମାଲ୍ୟ ଖଳାକୁ ପଠାଯାଏ।
ଦୁଇ ବର୍ଷର ବ୍ୟବଧାନରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ.....
ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି ।
ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି ଅଭ୍ୟାସ କରାଯାଇଛି ।
ଅଣ୍ଡାରୁ ଫୁଟି ବାହାରିଲେ ୧୯ ତମ୍ପ ଛୁଆ। ଜଣେ ସାପଧରାଳିଙ୍କ ଘରେ ଏହି ସାପ ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି।
କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ ।
ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।
ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।
ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥର ୨୪ଟି ନାଟଗୋଡ ଦୁଆର ବେଢାରେ ସଂଯୁକ୍ତ ହେଲା ।
ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଆଜି ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ।
ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ । ଜଣେ ଆହତ; ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ।
ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ ଅନୁଷ୍ଠିତ ହୋଇଛି ।
ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲୁକାକଳା । ବାଲୁକାକଳା ମାଧ୍ୟରେ ଯୋଗ ସଚେତନତାର ବାର୍ତ୍ତା ଦେଲେ ବାଲୁକଶିଳ୍ପୀ ।
୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି।
ଜଗନ୍ନାଥ ବନ ପ୍ରକଳ୍ପରେ ଥିବା ଗଛ ବ୍ୟବହାର ହୋଇପାରିବ । ସମୀକ୍ଷା ପରେ ସୂଚନା ।