Advertisment

ବଡ଼ ଦେଉଳ ଆଗରେ କାଳିଆ ସୁନା

ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଲେ ମହାବାହୁ।

author-image
Chandan Shishu
ଅଦ୍ୟତନ ହୋଇଛି
New Update
Bahuda Jatra

Bahuda Jatra

ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଲେ ମହାବାହୁ। ଶ୍ରୀମନ୍ଦିର ଯାଏ ଟାଣି ନେଲେ ଲକ୍ଷ ଲକ୍ଷ ଭକ୍ତ। ଉଠୁଛି ପଡୁଛି ବଡ଼ଦାଣ୍ଡ। ୯ ଦିନ ପରେ ବଡ଼ ଦେଉଳକୁ ଆଗରେ କାଳିଆ ସାଆନ୍ତ ।

Advertisment
  • Jul 09, 2022 22:20 IST

    ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ

    ଶରଧାବାଲିରୁ ସିଂହଦ୍ୱାର... ରାତି ପାହୁ ପାହୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼... ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନୀରେ ଫାଟିପଡୁଥିଲା ବଡଦାଣ୍ଡ ଆଉ ତାରି ଭିତରେ ନାକଚଣା ଦ୍ୱାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ। ସେଇଥିରେ ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।

    ଅଧିକ ପଢନ୍ତୁ...



  • Jul 09, 2022 19:48 IST

    ସିଂହଦ୍ୱାର ଆଗରେ ତିନି ରଥ

    ନବ ଦିନାତ୍ମକ ଯାତ୍ରା ସାରିି ବାହୁଡିଲେ ଚତୁର୍ଦ୍ଧା ମୂରତି। ସଅଳ ସରିଲା ନୀତିକାନ୍ତି। ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ। କାଲି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ତିନିଠାକୁର।



  • Jul 09, 2022 18:39 IST

    ରାଜ ନଅର ପାଖରେ ହେଲା ଲକ୍ଷ୍ମୀ-ନାରାୟଣ ଭେଟ



  • Jul 09, 2022 16:52 IST

    ସରିଲା ଜନ୍ମବେଦିରେ ଶ୍ରୀଜିଉଙ୍କ ଲୀଳାଖେଳା



  • Jul 09, 2022 16:51 IST

    ଶ୍ରୀକ୍ଷେତ୍ରରେ ଏକାଠି ଲକ୍ଷ ଲକ୍ଷ ଭକ୍ତ



  • Jul 09, 2022 16:51 IST

    ଭାବ ବିନୋଦିଆ ଠାକୁର ଲୀଳାଖେଳା ସାରି ବାହୁଡ଼ୁଛନ୍ତି ରତ୍ନବେଦୀକୁ



  • Jul 09, 2022 16:50 IST

    ବଡ଼ଦାଣ୍ଡରେ ଗଡ଼ିଲା ରଥ, ନିର୍ଦ୍ଧାରିତ ସମୟ ଆଗରୁ ରଥଟଣା



  • Jul 09, 2022 16:50 IST

    ବାହୁଡ଼ାରେ ବାହୁଡ଼ନ୍ତି ପ୍ରଭୁ ଜଗନ୍ନାଥ, ଜନ୍ମବେଦୀ ଛାଡ଼ିବାକୁ ମନରେ କୁଣ୍ଠିତ...



  • Jul 09, 2022 16:50 IST

    'ତାଙ୍କ ବିନା ନିର୍ଦ୍ଦେଶରେ ଗଛର ପତ୍ରଟିଏ ବି ହଲିବନି'



  • Jul 09, 2022 16:49 IST

    ଆଜି ନୀତି କାନ୍ତି ସୁନ୍ଦର ହୋଇଛି, ଶୃଙ୍ଖଳିତ ହୋଇଛି ଆଉ ସହଳ ହୋଇଛି...



  • Jul 09, 2022 16:49 IST

    ବିଦେଶୀ ଭକ୍ତଙ୍କ କଣ୍ଠରେ ହରେ ରାମ ହରେ ରାମ...



  • Jul 09, 2022 16:48 IST

    ବଡ଼ଦାଣ୍ଡରେ ମୁର୍ଚ୍ଛା ଯାଇଥିବା ଭକ୍ତଙ୍କୁ ନେଇ ଯାଉଛନ୍ତି ସୁରକ୍ଷାକର୍ମୀ...



  • Jul 09, 2022 16:48 IST

    ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ରଥ...



  • Jul 09, 2022 16:47 IST

    ମହାପ୍ରଭୁ ଆଜି ପେଟେ ଖେଚୁଡ଼ି ଖାଇ ରଥରେ ବସିଛନ୍ତି...



  • Jul 09, 2022 16:46 IST

    ଷାଠିଏ ପଉଟି ଖାଉଥିବା ଜଗା କାଳିଆ ଆଜି ଖାଇବେ ପୋଡ଼ ପିଠା



  • Jul 09, 2022 16:45 IST

    ଗଡ଼ିଲା କାଳିଆର ରଥ....



  • Jul 09, 2022 16:45 IST

    ବଡ଼ଦାଣ୍ଡରେ ଗଡ଼ିଲା ରଥ, ନିର୍ଦ୍ଧାରିତ ସମୟ ଆଗରୁ ରଥଟଣା



  • Jul 09, 2022 15:28 IST

    ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା ଆରମ୍ଭ



  • Jul 09, 2022 15:27 IST

    ନିର୍ଦ୍ଧାରିତ ସମୟ ଆଗରୁ ହେଲା ରଥଟଣା



  • Jul 09, 2022 15:24 IST

    ଶ୍ରୀକ୍ଷେତ୍ରରେ ଏକାଠି ଲକ୍ଷ ଲକ୍ଷ ଭକ୍ତ



  • Jul 09, 2022 15:24 IST

    ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉଙ୍କ ବାହୁଡ଼ା



  • Jul 09, 2022 15:23 IST

    ଜଗନ୍ନଥମୟ ଶ୍ରୀକ୍ଷେତ୍ର, ଉଛୁଳୁଛି ଶରଧାବାଲି



  • Jul 09, 2022 15:22 IST

    ଦେବ ଦଳନ ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ



  • Jul 09, 2022 15:13 IST

    ବଡ଼ଠାକୁର ବାହାରିଲେ... ରଥ ଯା ଗଡ଼ି ଯା...



  • Jul 09, 2022 15:11 IST

    ନନ୍ଦିଘୋଷ ରଥରେ ଛେରା ପହଁରା...



  • Jul 09, 2022 15:11 IST

    ବଡ ଦାଣ୍ଡରେ ବଡ ଠାକରୁର ରଥ



  • Jul 09, 2022 15:10 IST

    ବଡ ଠାକୁରଙ୍କ ରଥ ଗଡୁଛି



  • Jul 09, 2022 15:10 IST

    ଘର ଘର ନାଦରେ ଗଡୁଛି ତାଳଧ୍ୱଜ



  • Jul 09, 2022 15:06 IST

    ଏ ଭାଇ ପ୍ରବଳ ଗୁଳୁଗୁଳି ହେଉଛି, ମୋ ମୁହଁକୁ ଟିକେ ପାଣି ମାରି ଦିଅ...



  • Jul 09, 2022 15:01 IST

    ଡାକିଲା ଡାହୁକ ଗଡିଲା ରଥ



  • Jul 09, 2022 15:01 IST

    ଭକ୍ତ ମେଳରେ ବାହୁଡୁଛନ୍ତି ସାଆନ୍ତେ



  • Jul 09, 2022 15:01 IST

    ବାଜୁଛି ବିଜେ କାହାଳୀ ଗଡିବ ନନ୍ଦିଘୋଷ



  • Jul 09, 2022 15:00 IST

    ନନ୍ଦିଘୋଷ ରଥରେ ଦିବ୍ୟ ଛେରା ପହଁରା



  • Jul 09, 2022 15:00 IST

    ଶୁଦ୍ଧ ଜଳ ଛିଞ୍ଚନ ହେଉଛି , ଗଜପତି ମହାରାଜା ଧିରେ ଧିରେ ଛେରା ପହଁରା କରୁଛନ୍ତି



  • Jul 09, 2022 15:00 IST

    ସରିଲା ଛେରା ପହଁରା ଏବେ ଗଡିବ ରଥ



  • Jul 09, 2022 14:59 IST

    ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ



  • Jul 09, 2022 14:58 IST

    ଠାରନାର ଠକାଠକିରେ ଯିଏ ଧୁରନ୍ଧର ସିଏ ନଟନାଗର...



  • Jul 09, 2022 14:58 IST

    ମହାପ୍ରଭୁ ଆସିଲା ବେଳେ କିଛି ଅଳଙ୍କାର ପିନ୍ଧନ୍ତିନି କିନ୍ତୁ ବାହୁଡ଼ିଲା ବେଳକୁ...



  • Jul 09, 2022 14:57 IST

    ହେ ପ୍ରଭୁ ମତେ ଜନ୍ମ, ମୃତ୍ୟୁ ଜନିତ କଷ୍ଟରୁ ଉଦ୍ଧାର କର...



  • Jul 09, 2022 14:49 IST

    ଆରମ୍ଭ ହେଲା ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବାହୁଡ଼ା

    ବଡ଼ଦାଣ୍ଡରେ ଗଡ଼ିବା ଆରମ୍ଭ କଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ..ଆହୁରି ପଢ଼ନ୍ତୁ...



  • Jul 09, 2022 13:53 IST

    ଏ ମାଉସୀ ଜଣକ ମହାପ୍ରଭୁଙ୍କୁ ଦେଖିଲା ପରେ ଭାବବିହ୍ୱଳ ହୋଇ ପଡ଼ୁଛନ୍ତି...



  • Jul 09, 2022 13:52 IST

    ବଡ ଠାକୁରଙ୍କ ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା



  • Jul 09, 2022 13:52 IST

    ରଥରେ ଜଗନ୍ନାଥ, ବଡ଼ଦାଣ୍ଡରେ ରାଧକୃଷ୍ଣ...



  • Jul 09, 2022 13:51 IST

    ଆସିଲେଣି ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବ...



  • Jul 09, 2022 13:51 IST

    ସିଏ ଏକରୁ ଅନେକ ଅନେକରୁ ଏକ, ପରମବ୍ରହ୍ମ..



  • Jul 09, 2022 13:35 IST

    କାଳିଆ ସାଆନ୍ତ ଭାବକୁ ନିକଟ ଅଭାବକୁ ଦୂର..



  • Jul 09, 2022 13:22 IST

    ଓଡ଼ିଶୀ ନୃତ୍ୟ ଶିଳ୍ପୀ ରଥ ଗଡ଼ିଲା ପରି ନୃତ୍ୟ କରୁଛନ୍ତି

    ଓଡ଼ିଶୀ ନୃତ୍ୟ ଶିଳ୍ପୀ ରଥ ଗଡ଼ିଲା ପରି ନୃତ୍ୟ କରୁଛନ୍ତି.. ହନୁମାନ ନୃତ୍ୟ ପରିବେଷଣ କରୁଛନ୍ତି..



  • Jul 09, 2022 13:08 IST

    ଅଯୋଧ୍ୟାରେ ରଥ ଉତ୍ସବ, ଯୋଗଦେଲେ ପୁଡୁଚେରୀ ଉପରାଜ୍ୟପାଳ

    ୬୦ ବର୍ଷ ପରେ ଅଯୋଧ୍ୟାର ମାଡ୍ରାସୀ ମନ୍ଦିରରେ ପାଳିତ ହେଲା ରଥ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୁଡୁଚେରୀର ଉପ ରାଜ୍ୟପାଳ ।



  • Jul 09, 2022 13:00 IST

    ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ତିନିରଥ

    ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ତିନିରଥ । ଛେରା ପହଁରା କରିବାକୁ ଆସିଲେ ଗଜପତି ମହାରାଜା



  • Jul 09, 2022 12:59 IST

    ଗଜପତି ମହାରାଜା ଆସୁଛନ୍ତି କରିବେ ଛେରା ପହଁରା

    ଗଜପତି ମହାରାଜା ଆସୁଛନ୍ତି, କରିବେ ଛେରା ପହଁରା । ପାଟ ପରିଷଦଙ୍କୁ ସାଙ୍ଗେ ନେଇ ଆସୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଦିବ୍ୟସିଂହ ଦେବ ।



Ratha Jatra Bahuda Jatra
Advertisment
Advertisment