Advertisment

ପାଣି ଭାର ଧରି ଯାଉଥିଲେ ବୋଲବମ୍‌ ଭକ୍ତ, ମାଡ଼ିଗଲା କାର୍‌

ପିପିଲି ଛକ ନିକଟରେ ବୋଲବମ୍‌ ଭକ୍ତଙ୍କ ଉପରେ ମାଡ଼ିଗଲା କାର୍‌। କଟକ ଗଡ଼ଗଡ଼ିଆ ଘାଟରୁ ନୃସିଂହ ପାଣି ଉଠାଇ ପୁରୀ ଲୋକନାଥ ମନ୍ଦିର ଯାଉଥିଲେ।

author-image
Rajalaxmi Sahoo
Car Hits Bolbam Devotee In Odisha's Pipili

Car Hits Bolbam Devotee In Odisha's Pipili

ବୋଲବମ୍‌ ଭକ୍ତଙ୍କ ଉପରେ ମାଡ଼ିଗଲା କାର୍‌। ପୁରୀ ଜିଲ୍ଲା ପିପିଲି ଛକ ପେଟ୍ରୋଲ ଟାଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଭକ୍ତ ହେଲେ- ପୁରୀ ମାର୍କଣ୍ଡ ସାହିର ମଧୁବନ ଅଞ୍ଚଳର ଦଶମ ପାସ୍‌ କରିଥିବା  ନୃସିଂହ ମୁଦୁଲି। ଏଥିରେ ଯୁବକ ଜଣକ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Advertisment

ସୂଚନା ଅନୁସାରେ, ବାପାଙ୍କ ସହ କଟକ ଗଡ଼ଗଡ଼ିଆ ଘାଟରୁ ନୃସିଂହ ପାଣି ଉଠାଇ ପୁରୀ ଲୋକନାଥ ମନ୍ଦିର ଯାଉଥିଲେ। ଶନିବାର ରାତିରେ ପିପିଲି ଛକ ପେଟ୍ରୋଲ ଟାଙ୍କି ନିକଟରେ ଥିବା କାଉଡ଼ିଆ ବିଶ୍ରାମ ନିକଟରେ ବିଶ୍ରାମ ନେଇଥିଲେ। ଆଜି ସକାଳୁ ଗାଧୋଇ ପୁଣି ଭାର ନେଇ ବାହାରିଥିଲେ। 

ଦୁର୍ଭାଗ୍ୟବଶତଃ, ପିପିଲି ଛକ ନିକଟରେ ନୃସିଂହଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

Advertisment
Accident Car Accident Bolbam Devotee
Advertisment
Advertisment