Advertisment

ମଉସାଙ୍କ କାଳିଆ ନିଶା..ଶହେ କିଲୋମିଟର ସାଇକେଲ ଚଲେଇ ଆସିଲେ ପୁରୀ

ଜଗା ପ୍ରେମ ଆଗରେ ବୟସ ବି ହାର ମାନିଲା.. ମହାପ୍ରଭୁଙ୍କ ଦର୍ଶନ ଲାଳସାରେ ନୀଳମାଧବଙ୍କ ପୀଠରୁ ସାଇକେଲ ଧରି ଚାଲିଆସିଲେ ୭୫ ବର୍ଷୀୟ ବୃଦ୍ଧ..

author-image
Otv Khabar Bureau
ଅଦ୍ୟତନ ହୋଇଛି
Ratha Jatra

Ratha Jatra

ଗୁଣ୍ଡିଚାକୁ ତ ଲାଗିଲାନି, ଏବେ ଡୋରୀ ଲାଗିଲା...ସାଇକେଲରେ ଚାଲି ଆସିଲି କାଳିଆର ସୁନାବେଶ ଦେଖିବି ଆଉ ନୀଳାଦ୍ରିବିଜେ ବି ଦେଖିବି। ଏ କଥା ଆଉ କେହି କହୁନାହାଁନ୍ତି...କହୁଛନ୍ତି ଏଇ ବୁଢ଼ା ମଉସା। ସତରେ ମଉସାଙ୍କ କଥା ଶୁଣିଲେ ଯେମିତି ଲାଗୁଚି ମଉସାଙ୍କୁ କାଳିଆ ନିଶା ଘାରିଚି।

Advertisment

ହଁ, ଆମେ କହୁଚୁ ଚୈତନ୍ୟ ମଉସାଙ୍କ କଥା। ବୟସ ୭୫ ଡେଇଁଲାଣି...ହେଲେ ଜଗାକୁ ଦେଖିବାର ଜୋସ୍ କିନ୍ତୁ କମିନି। ସେଇ ଜୋସରେ ସିଏ କଣ୍ଟିଲୋ ନୀଳମାଧବ ପୀଠରୁ ସାଇକେଲ ଚଲେଇ ଶହେ କିଲୋମିଟର ଚାଲି ଆସିଛନ୍ତି। ଆମ ପ୍ରତିନିଧି ଯେତେବେଳେ ତାଙ୍କୁ କେମିତି ଆସିଲେ ବୋଲି ପଚାରିଲେ, ତାଙ୍କ ଉତ୍ତର ଥିଲା ପୂରା ସାଧାରଣ...ଜଗାକୁ ଦେଖିବାକୁ ଇଚ୍ଛା ହେଲା ଚାଲି ଆସିଲି, ଫି ବର୍ଷ ଆସେ...ଏ ନିଆଁଲଗା କରୋନା ପାଇଁ ଦୁଇ ବର୍ଷ ହେଲା ଆସିପାରିନଥିଲି।

ସତରେ ଏ ମଉସାଙ୍କ କାଳିଆ ନିଶା ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଆଜିକାଲିର ଭେଣ୍ଡିଆ ଟୋକା ଛକମୁଣ୍ଡକୁ ଯିବାକୁ ହେଲେ ଗାଡ଼ି ଖୋଜୁଥିବା ବେଳେ ୭୫ ବର୍ଷର ଏ ମଉସା ସାଇକେଲ ଚଲେଇ ଶହେ କିଲୋମିଟର ଚାଲିଆସିଛନ୍ତି। କଣ୍ଟିଲୋରୁ ମଉସା ବାହାରିଲେ ଭୋର୍ ୪ଟାରେ ଆଉ ପୁରୀରେ ପହଞ୍ଚିଗଲେ ଦିନ ଗୋଟାଏରେ। ସତ କହିଲେ, ମଉସାଙ୍କ କଥା ଶୁଣିଲେ ଲାଗୁନି.. ଇଏ ସାଇକେଲ ନୁହେଁ ତ ମଉସାଙ୍କ ପାଇଁ ଇଏ ଉଡ଼ାଜାହାଜ। ମଉସା...ତମକୁ ଶହେ ସଲାମ୍।

Advertisment
Ratha Jatraଜଗା ପ୍ରେମରେ ଲୀନ ଭକ୍ତ
Ratha Jatra Special Story
Advertisment
Advertisment