• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତାକାଲି ସନ୍ଧ୍ୟା ଦର୍ଶନ, ତା ପରଦିନ ବାହୁଡ଼ା ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତେବେ ସନ୍ଧ୍ୟା ଦର୍ଶନ ଦିନ ଅପରାହ୍ନ ୪ ଟାଠାରୁ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରିପାରିବେ ନାହିଁ ବୋଲି ପ୍ରଶାସନ ଘୋଷଣା କରିଛି ।

ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ ଅପରାହ୍ନ ୪ଟାଠାରୁ ଦର୍ଶନ ବନ୍ଦକୁ ନେଇ କେବଳ ଭକ୍ତ ନୁହନ୍ତି, ସେବାୟତମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି । ଏ ସମ୍ପର୍କରେ ପୁନଃ ଆଲୋଚନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ସାଧାରଣତଃ ସନ୍ଧ୍ୟା ବେଳେ ସନ୍ଧ୍ୟା ଦର୍ଶନ କରାଯାଏ ପୂର୍ବ ବର୍ଷ ମାନଙ୍କରେ ଭକ୍ତମାନେ ଶ୍ରୀଜିଉଙ୍କୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଅପରାହ୍ନ ୪ ଟାରେ ଦର୍ଶନ ବନ୍ଦ ହେବ ବୋଲି ପ୍ରଶାସନର ଘୋଷଣା ପରେ ଭକ୍ତ ଓ ସେବାୟତ କ୍ଷୋଭ ପ୍ରକାଶ କରିଛନ୍ତି ।

ଆସନ୍ତାକାଲି ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତାପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସେନାପଟା ଲାଗି ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି । ଗତକାଲି ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ ବସିଥିଲା । ସେହିପରି ୧୦ ତାରିଖରେ ସୁନାବେଶ ନୀତି ଅପରାହ୍ନ ୨ଟାରୁ ଆରମ୍ଭ କରିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି ।