• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱରର ସୋର, ଗଞ୍ଜାମର ଖଲ୍ଲିକୋଟ୍, ଖୋର୍ଦ୍ଧାର ବାଳକାଟି । ସବୁଠି ସ୍ଥିତି ଖରାପ । ଜୁନ୍ ଯାଇ ଜୁଲାଇ ହେଲା, ଆଉ ଆଜିକା ଦିନରେ ଚାଷର ସ୍ଥିତି ଯେଉଁ ସମୟରେ ଧାନ ବିଲ ସବୁ ହରାଭରା ଦିଶିବା କଥା, ସେ ସମୟରେ କେଉଁଠି ବର୍ଷା ଅଭାବରୁ ବିଲ ଶୁଖି ଠୋ ଠୋ, ତ କେଉଁଠି ଖାଲି ମେଘଭର୍ତ୍ତି ବଉଦକୁ ଦେଖି ଚାଷୀ ଆଖିରୁ ବି ପାଣି ମଲାଣି । କେଉଁଠି ଶୁଖିଲା ମାଟିରେ ବିହନ ପଡ଼ି ପଡ଼ି ନଷ୍ଟ ହେଲାଣି, ତ କେଉଁଠି ବୁଣା ବିହନ ପାରା ପେଟକୁ ଗଲାଣି । ଚାଷ ଜମିରେ ପାଣି ନଥିବାରୁ ତଳି ବି ପଡି ପାରୁନି । ତେଣୁ ଆଷାଢ଼ ମାସର ଅଧାଦିନ ଯିବା ପରେ ବି ବର୍ଷାର ଏଭଳି ସ୍ଥିତି ଦେଖି ଚାଷ କାମ କେମିତି ଆଗକୁ ବଢ଼ିବ ସେନେଇ ଚିନ୍ତାରେ ଚାଷୀକୂଳ ।

କେବଳ ଏଇ ତିନିଟି ଜିଲ୍ଲା ନୁହେଁ, ଉଣା ଅଧିକେ ରାଜ୍ୟର ଚାରିଆଡ଼େ ଏଇ ସ୍ଥିତି । କାରଣ ପାଣିପାଗ ବିଭାଗର ତଥ୍ୟ କହୁଛି ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ୨୧୭.୭ ମିଲିମିଟର ବର୍ଷା ହେବା ସ୍ଥଳେ ହୋଇଛି ମାତ୍ର ୧୩୧.୩ ମିଲିମିଟର । ଅର୍ଥାତ୍ ୪୦ ପ୍ରତିଶତ କମ୍ ବର୍ଷା । ସବୁଠୁ ବଡ଼ କଥା ହେଉଛି କୌଣସି ଗୋଟିଏ ଜିଲ୍ଲାରେ ସ୍ୱାଭାବିକ କିମ୍ବା ସରପ୍ଲସ୍ ବର୍ଷା ନାହିଁ । ସବୁଠି ନିଅଣ୍ଟିଆ ବର୍ଷା । ସେହି ଭିତରୁ ୮ଟି ଜିଲ୍ଲା (୧ର୍ଷା । ବର୍ଷା ସ୍ଥିତିକୁ ସାମ୍ନା କରୁଥିଲା ବେଳେ ୪ଟି ଜିଲ୍ଲା ପୁରୀ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ସ୍ଥିତି ଜଟିଳ ରହିଛି ।

ଏସବୁ ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ସହ ପୁରୀରେ ସର୍ବାଧିକ ୮୬ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ତେଣୁ ଆଗକୁ ଭଲ ବର୍ଷା ନହେଲେ ଏସବୁ ଜିଲ୍ଲାରେ ଚାଷକାମ ଗୁରୁତର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ପାଣିପାଗ ବିଜ୍ଞାନୀଙ୍କ ମତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଆସୁଥିବା ଲଘୁଚାପ ଏବଂ ଏହା ପରେ ୧୦ ତାରିଖ ବେଳକୁ ହେବାକୁ ଥିବା ଆଉ ଏକ ଲଘୁଚାପ ପ୍ରଭାବରେ ବର୍ଷା ନିଅଣ୍ଟ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି ।

ଜୁନ୍‌ରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନକୁ ଭରସା କରି ବୁଣାବୁଣି କାମ ସାରି ଚାଷ କାମକୁ ଆଗେଇ ନେବାକୁ ଉଦ୍ୟମ ଆରମ୍ଭ କରି ଦେଇଥିଲେ ଚାଷୀ । ହେଲେ ଭଲ ବର୍ଷା ବଦଳରେ ରାଜ୍ୟ ସାରା ନିଅଣ୍ଟ ବର୍ଷାର ସ୍ଥିତି । ବିଶେଷ କରି କେବଳ ବର୍ଷା ପାଣି ଉପରେ ନିର୍ଭରଶୀଳ ଚାଷୀଙ୍କୁ ହତାଶ କରିଛି ।