• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ସେଥିପାଇଁ ଆଜି ରଥତ୍ରୟଙ୍କୁ ଦକ୍ଷିଣ ମୋଡ଼ କରାଯାଇଛି । ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଆଗରେ ରହିଥିବା ତିନିରଥରେ ଆଜ୍ଞାମାଳ ବିଜେ ହେବା ପରେ ନାକଚଣା ଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ ଭକ୍ତ ।

ଆସନ୍ତା ୮ ତାରିଖ ଦିନ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ । ସେଦିନ ଅପରାହ୍ନ ୪ଟା ପଯର୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ତାପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସେନାପଟା ଲାଗି ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି । ଗତକାଲି ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ ବସିଥିଲା । ୧୦ ତାରିଖରେ ସୁନାବେଶ ନୀତି ଅପରାହ୍ନ ୨ଟାରୁ ଆରମ୍ଭ କରିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି ।