Advertisment

ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ତିନି ଠାକୁର...ଆଜିଠୁ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା...

author-image
Otv Khabar Bureau
ଅଦ୍ୟତନ ହୋଇଛି
 'Adapa Abhada'

'Adapa Abhada'

ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା । ଏହାସହ ଜନ୍ମବେଦୀରେ ଠାକୁର ମାନଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିପାରିବ । ଗତକାଲି ସନ୍ଧ୍ୟାରେ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ହୋଇଥିଲା ରଥ ଉପରେ ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ପ୍ରଥମେ ମହାପ୍ରଭୁ ରାମକୃଷ୍ଣ ଓ ମଦନମୋହନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ପରେ ଝୁଲି ଝୁଲି ତିନି ଠାକୁର ଜନ୍ମ ବେଦୀକୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।

Advertisment

ସେହିପରି ଆଜି କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜଙ୍କ ରଥଟଣା ହେବ । ଆଜି ଦିନ ୧୧ଟାରେ ରଥ ଟଣା ଆରମ୍ଭ ହୋଇ ମାଉସୀମା ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀଜୀଉମାନେ ଆଡପ ମଣ୍ଡପକୁ ବିଜେ କରିବେ । ରଥ ଟଣା ବେଳେ ରଥ ଉପରେ ୩୫ରୁ ଅଧିକ ସେବାୟତ ରହିବେ ନାହିଁ ବୋଲି ଶନିବାର ଅନୁଷ୍ଠିତ ସେବାୟତ-ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି ।

ସୂଚନା ଅନୁସାରେ, ଗତକାଲି ମାତ୍ର ୧୦୦ ମିଟର ଟଣାଯାଇ ରଥ ଅଟକିଥିଲା । ଶହେ ମିଟର ପରେ ରଥ ବାମପାର୍ଶ୍ୱକୁ ମାଡିଯାଇ ଫୁଟ୍ ପାଥରେ ଥିବା ଏକ ଲାଇଟ୍ ପୋଷ୍ଟରେ ଲାଗିଯାଇଥିଲା ରଥ ଚାଳକଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏହା ଘଟିଥିବା କୁହାଯାଇଥିଲା ଫଳରେ ରଥ ଟାଣିବାରୁ ବଞ୍ଚିତ ହଜାର ହଜାର ଶ୍ରଦ୍ଧାଳୁ ନିରାଶ ହୋଇ ଫେରଥିଲେ । ଅନ୍ୟପଟେ ସେବାୟତମାନେ କହିଛନ୍ତି ପ୍ରଶାସନର ଅବହେଳା ଫଳରେ ବ୍ରହ୍ମ ତାଳଧ୍ୱଜ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ଦ୍ୱିତୀୟ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା ମନ୍ଦିରରେ ପହଞ୍ଚି ପାରିନଥିବାରୁ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହୋଇଥିଲା ।

Advertisment
Ratha Jatra Gundicha Temple Adapa Abhada
Advertisment
Advertisment