Advertisment

ନିଆରା ରଥଯାତ୍ରା : ଡଙ୍ଗା ସାଜେ ନନ୍ଦିଘୋଷ, ତାଳଧ୍ୱଜ

ଏଠି ହୁଏ ଅଜବ ରଥଯାତ୍ରା। ଡଙ୍ଗାରେ ବିଜେ କରନ୍ତି ଜଗନ୍ନାଥ, ବଳଭଦ୍ର। କରନ୍ତି ଜଳଯାତ୍ରା।

author-image
Pramod Behera
Ratha Yatra in Boat

Ratha Yatra in Boat

ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଗୁପ୍ତ ଲୀଳା କ୍ଷେତ୍ର କାଙ୍କଣ ଶିଖରୀ। ଏହା ମରାଳ ମାଳିନୀ ନିଳାମ୍ଭୁ ଚିଲିକା ଲବଣାକ୍ତ ହ୍ରଦ ମଧ୍ୟରେ ଅବସ୍ଥିତ। ୧୯୩୧ ମସିହାରେ ମୋଗଲ ସାମ୍ରାଜ୍ୟ ସମୟରେ ଶ୍ରୀମନ୍ଦିର ଉପରେ ଯେଉଁ ଆକ୍ରମଣ ହୋଇଥିଲା। ସେତେବେଳେ ମହାପ୍ରଭୁଙ୍କ ଦାରୁ ବିଗ୍ରହକୁ ସୁରକ୍ଷିତ ଭାବେ ରଖିବା ପାଇଁ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ସେବାୟତ ଏବଂ ପଣ୍ଡା ପଢିହାରୀମାନେ ଚିଲିକାର ଦୋବନ୍ଦା ଘାଟ ଦେଇ ଶ୍ରୀବିଗ୍ରହଙ୍କୁ ଆଣି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରୀ ଗାଁ ନିକଟ ଚିଲିକା ହ୍ରଦ ମଧ୍ୟରେ ଥିବା ଏକ କୁଦ ( କାଙ୍କଣ ଶିଖରୀ ) ଯାହାର ନାମ କାଙ୍କଣ କୁଦାରେ ସମୁଦାୟ ୭ ମାସ ୨୭ ଦିନ ଧରି ଲୁଚାଇ ରଖିଥିଲେ।

Advertisment

ସେହି ଦିନଠାରୁ ଏହି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଲୀଳା ଖେଳା ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହା କାଙ୍କଣ ଶିଖରୀ କ୍ଷେତ୍ର ଭାବେ ପରିଚିତ। ଚିଲିକା ନୀଳ ଜଳ ରାଶିରେ ଘେରି ରହିଥିବା ଏକ ଛୋଟ ପାହାଡ଼ରେ ମହାପ୍ରଭୁଙ୍କୁ ଲୁଚାଇ ରଖିଥିବା ବେଳେ ଠାକୁରଙ୍କୁ ଭୋଗ ଲାଗି ପାଇଁ ପାଖରେ କୌଣସି ନୈବେଦ୍ୟ ନଥାଏ । ସେହି କୁଦରେ ଫଳୁଥିବା କଣ୍ଟାଯୁକ୍ତ ( ଯାହା ଆମେ କାଙ୍କଣ ବୋଲି କହିଥାଉ) ଫଳକୁ ମହାପ୍ରଭୁଙ୍କ ନୈବେଦ୍ୟ ଓ ଭୋଗ ଭାବେ ଅର୍ପଣ କରାଗଲା। ସେହିଦିନ ଠାରୁ ଅଦ୍ୟାବଧି କାଙ୍କଣକୁ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମହାପ୍ରସାଦରେ ବ୍ୟବହାର କରାଯାଉଛି। ସେହିଦିନ ଠାରୁ ଚିଲିକା ହ୍ରଦ ମଧ୍ୟରେ ଥିବା ଏହି ପାହାଡ / କୁଦକୁ କାଙ୍କଣ ଶିଖରୀ ବୋଲି କୁହାଯାଏ।

ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର। ଲୀଳାମୟ ଠାକୁରଙ୍କ ଲୀଳା ଅପାର । ଦୀର୍ଘ ଦିନ ଧରି ପ୍ରଭୁ ଶ୍ରୀଜଗନ୍ନାଥ ଏଠାରେ ଗୁପ୍ତ ଲୀଳା କରିଥିଲେ। ନିକଟରେ ଥିବା ନଇରୀ ଗ୍ରାମର ଶ୍ରୀ ଶ୍ରୀ ହରିହରଶ୍ୱର ଦେବଙ୍କ ପୀଠକୁ ତିନି ଠାକୁରଙ୍କୁ ଶଗଡ ଗାଡ଼ିରେ ନିଆଯାଇଥିବାର କିମ୍ବଦନ୍ତୀ ରହିଛି। ସେହିଦିନ ଠାରୁ ରଥଯାତ୍ରା ସମୟରେ ଏକ ଶଗଡ଼ ଗାଡ଼ି ବ୍ୟବହାର କରି ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା କରାଯାଏ। ଯାହାକୁ ଶଗଡି ରଥଯାତ୍ରା ବୋଲି କୁହାଯାଏ।

Advertisment

କିଛି ଦିନ ପରେ ରଥଯାତ୍ରା ସମୟରେ ତିନି ଠାକୁରଙ୍କ ପାଇଁ ଦୁଇଟି ଡଙ୍ଗା ତିଆରି ହେଲା। ସେବେଠାରୁ ରଥଯାତ୍ରାରେ ଦିନ ନନ୍ଦିଘୋଷ ଓ ତାଳଧ୍ୱଜ ନାମରେ ଦୁଇ ଡଙ୍ଗା ତିଆରି ହୋଇ ଶ୍ରୀବିଗ୍ରହଙ୍କୁ ବିରାଜମାନ କରି ଘଣ୍ଟ-ଘଣ୍ଟି ବଜାଇ ଚିଲିକାରେ ପରିଭ୍ରମଣ କରାଯାଉଛି।

ଏହାକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନଙ୍କର ସୁଅ ଛୁଟିଥାଏ। ଏଭଳି ନିଆର ରଥଯାତ୍ରା ପାଇଁ କାଙ୍କଣ ଶିଖରୀ ପ୍ରସିଦ୍ଧ। ଶ୍ରୀକ୍ଷେତ୍ର ପୁରୀର ରୀତିନୀତି ଅନୁଯାୟୀ ଏଠାରେ ତିନି ଠାକୁରଙ୍କ ରୀତିନୀତି ମଧ୍ୟ ପାଳନ କରାଯାଏ।

Ratha Jatra Ratha Yatra Ratha Yatra In Boat
Advertisment
Advertisment