/odishatv-khabar/media/post_attachments/uploadimage/library/16_9/16_9_0/Sri_Mandir_1727782494.jpg)
Sri Mandir
ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି ।
କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ରୋଷରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିଥିଲା । ଏହାପରେ କଡ଼େଇ ଜବତ ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରିପୋର୍ଟ ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି।
ଅଧିକ ପଢ଼ନ୍ତୁ: ‘ଶ୍ରୀମନ୍ଦିରରେ ଯାଞ୍ଚ ହେବ ଅବଢ଼ାର ମାନ’
ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ଗତ କିଛିଦିନ ତଳେ ଏନେଇ ଅଭିଯୋଗ ଆସିଥିଲା । ନଷ୍ଟ ହୋଇଥିଲା ଶ୍ରୀମନ୍ଦିରର ଯୁଗ ଯୁଗର ପରମ୍ପରା ।
ରୋଷଶାଳାରେ ମାଟି କୁଡୁଆରେ ରନ୍ଧନ ହେଉଥିଲା କିନ୍ତୁ ଏବେ ପଶିଛି ଲୁହା କଡେଇ । ଲୁହା କଡେଇରେ ମହାପ୍ରସାଦ ରନ୍ଧନ ନେଇ ବିବାଦ ସୃଷ୍ଟି ହୋଇଛି । ପରମ୍ପରା ବିରୋଧ ନେଇ ଅଭିଯୋଗ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଥିଲେ ।
ତେବେ ରୋଷଘର ପରଖିବା ପାଇଁ ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଓ ଦେଉଳକରଣଙ୍କୁ କୁହାଯାଇଥିଲା । ଶ୍ରୀମନ୍ଦିର ସଂସ୍କୃତିକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବା ଆବଶ୍ୟକ । ଲୁହା କଡେଇରେ ମହାପ୍ରସାଦ ରନ୍ଧନ ପରମ୍ପରା ବିରୋଧୀ କିନ୍ତୁ କରୋନା ସମୟରେ କୁଡୁଆ ଅଭାବ ଯୋଗୁଁ କିଛି ସୁଆର ମହାସୁଆର ସେବକ ଲୁହା କଡେଇରେ ଅନ୍ନ ମହାପ୍ରସାଦ ରନ୍ଧନ କରୁଥିଲେ । ତେବେ ଲୁହା କଡେଇରେ ରାନ୍ଧିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ବାରଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)