Advertisment

ରହିବାକୁ ଜାଗା ନାହିଁ; ବୃନ୍ଦାବତୀ ନିବାସରେ ହବିଷ୍ୟାଳିଙ୍କ ଆନ୍ଦୋଳନ

ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି। ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Karik Brata

Karik Brata

କାର୍ତ୍ତିକ ମାସରେ ପୁରୀରେ ଲାଗିଛି ହବିଷ୍ୟାଳିଙ୍କ ଭିଡ। ଶ୍ରୀକ୍ଷେତ୍ରରେ ହବିଷ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଛନ୍ତି ହବିଷ୍ୟାଳି।

Advertisment

ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି। ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ବୁଝାସୁଝା କରୁଛନ୍ତି ।

ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ । ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରହିବା ପାଇଁ ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କୁ କୁହାଯାଇଛି। ଚଳିତଥର edistrict.odisha.gov.inରେ ହବିଷ୍ୟାଳିମାନେ ପଞ୍ଜିକରଣ କରିଥିଲେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।

Advertisment

ଦୂରଦୂରାନ୍ତରୁ ଆସୁଥିବା ହବିଷ୍ୟାଳି ଏହି ଶିବିରରେ ରହିବାର ବ୍ୟବସ୍ଥା ହୋଇଛି। ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ବିଲଡିଂରେ ରଖାଯାଇଛି । ପୂର୍ବ ବର୍ଷ ଭଳି ଏଥିର ବି ହବିଷ୍ୟାଳିଙ୍କୁ ସବୁ ସୁବିଧା ହବିଷ୍ୟାଳିଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେମାନଙ୍କ ପାଇଁ ରହିବା ଓ ମହାପ୍ରସାଦ ସେବନ ବ୍ୟବସ୍ଥା କରିବ ପ୍ରଶାସନ।ସୁସ୍ଥ ଓ ସୁରକ୍ଷିତ ରହଣି ବ୍ୟବସ୍ଥା, ସ୍ନାନ, ପ୍ରାତଃରୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, କୀର୍ତ୍ତନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି ।

Jagannath Temple Habishyali
Advertisment
Advertisment