/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729270777.jpg)
CM Mohan Majhi
ହବିଷ୍ୟାଳିଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ। ବିଭିନ୍ନ ଗଣମାଧ୍ୟମରେ କିଛି ହବିଷ୍ୟାଳି ମା' ମାନଙ୍କ ଅସୁବିଧା ବିଷୟରେ ଅବଗତ ହେବା ପରେ ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏନେଇ ସେ ସୋସିଆଲ୍ ମଡିଆରେ ଲେଖିଛନ୍ତି। ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ବାହାର ଜିଲ୍ଲାରୁ ଆସି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳି ମା'ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଭୁ ଜଗନ୍ନାଥ ଆପଣ ସମସ୍ତଙ୍କ ବ୍ରତ ସଫଳ କରନ୍ତୁ।
ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ବୃନ୍ଦାବତୀ ଶିବିର ଯାଇ ହବିଷ୍ୟାଳୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ କୌଣସି ପ୍ରକାର ସମସ୍ୟା ଯେମିତି ନହୁଏ, ସେଥିପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି କହିଛନ୍ତି।
ଅନ୍ୟପଟେ ପୁରୀ ବଡ଼ଦାଣ୍ଡରେ ବଢୁଛି ହବିଷ୍ୟାଳୀଙ୍କ ଅସନ୍ତୋଷ। ବଗଲା ଧର୍ମଶାଳାରୁ ବସ୍ ଯୋଗେ ଅଣାଯାଇ ଦୁଦୁଓ୍ୱାଲ ଧର୍ମଶାଳାରେ ଛାଡ଼ିଦିଆଯାଇଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣା ଦେଇଛନ୍ତି ହବିଷ୍ୟାଳି। ସେମାନଙ୍କ ଅଭିଯୋଗ, ଏହି ଧର୍ମଶାଳାରେ ରଖିବା ବ୍ୟବସ୍ଥା କରାଯାଇଥିଲେ ବି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ। ଏହାର ପ୍ରତିବାଦ କରି ଧର୍ମଶାଳା ଆଗରେ ଧାରଣା ଦେଇଛନ୍ତି ହବିଷ୍ୟାଳି। ତେବେ ଏନେଇ ପ୍ରଶାସନ କିମ୍ବା ସଂପୃକ୍ତ ଧର୍ମଶାଳା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)