• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ୟୁଟ୍ୟୁବରେ ଟ୍ରେଣ୍ଡ୍ କରୁଛି ଅର୍ମାନଙ୍କ ଗୀତ । ପିଲାଦିନୁ ବିଭିନ୍ନ ସଚେତନଧର୍ମୀ ଗୀତ ଗାଇ ସମାଜକୁ କରୁଛନ୍ତି ସଚେତନ । ପୁରୀ ଜିଲ୍ଲା ନିମାପଡା ଡିହବାରି ଗ୍ରାମର ଦୀପକ ରଞ୍ଜନ ଓ ସିପ୍ରା ସାହୁଙ୍କ ଏକ ମାତ୍ର ପୁଅ ଅର୍ମାନ ଶାନ । ସ୍ଥାନୀୟ ଡିଏଭି ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ବାପା ମା ଦୁହେଁ ସରକାରୀ ଚାକିରିଆ । ତେଣୁ ଘରେ ପ୍ରାୟତଃ ଜେଜେ, ମା’ଙ୍କ ସହ ରୁହନ୍ତି ଅର୍ମାନ । ପିଲାଟି ଦିନୁ ସଙ୍ଗୀତ ପ୍ରତି ତାଙ୍କ ବେଶ ରୁଚି । ତେଣୁ ସବୁଦିନ ପାଠ ପଢା ସାରି ସେ ବସି ପଡନ୍ତି ସଙ୍ଗୀତ ଅଭ୍ୟାସରେ । ଭଜନ, ଆଧୁନିକ ଗୀତ ସହ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସେ ବିଭିନ୍ନ ସଚେତନତା ଗୀତ ଗାଇଛନ୍ତି । ଯାହା ବେଶ ଲୋକପ୍ରିୟ ହେବା ସହ ୟୁଟ୍ୟୁବରେ ଭଲ ଭ୍ୟୁୟର୍ସଙ୍କୁ ଯୋଡି ପାରିଛି ।

ପ୍ଲାଷ୍ଟିକ ବର୍ଜନ ପାଇଁ ବାଏ ବାଏ ପ୍ଲାଷ୍ଟିକ, କରୋନା କାଳରେ ଆସିଛି କରୋନା, ଚାଇନା ଆପ ବର୍ଜନ ପରି ଲୋକପ୍ରିୟ ଗୀତ ଗାଇଛନ୍ତି ଅର୍ମାନ । ଏବେ ସ୍ୱଚ୍ଛତା ସପ୍ତାହ ଅବସରେ ସେ ଗାଇଥିବା "ଆସ ଆସ ଆମେ ଏକାଠି ହେବା ଗାଁ ସହରକୁ ସ୍ୱଚ୍ଛ ରଖିବା" ଗୀତ ବେଶ ମନଛୁଆଁ ହୋଇପାରିଛି । ତେବେ ବାପା ଦୀପକଙ୍କ ପିଲାଦିନୁ ସଙ୍ଗୀତ ପ୍ରତି ରୁଚି ଥିଲା । ତେଣୁ ଅର୍ମାନଙ୍କ ସଙ୍ଗୀତ ପ୍ରତି ଆଗ୍ରହ ଦେଖି ସେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଅର୍ମାନଙ୍କ କୃତିତ୍ୱ ପାଇଁ ସେ ପିଲାଦିନୁ ନିଜ ବିଦ୍ୟାଳୟ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନାର ଅଧିକାରୀ ହୋଇପାରିଛନ୍ତି । ତାଙ୍କ ସଫଳତା ଦେଖି ଏବେ ପରିବାର ଲୋକ ଓ ଗ୍ରାମବାସୀ ବେଶ ଖୁସି ଜାହିର କରିବା ସହ ଗର୍ବିତ ଅନୁଭବ କରୁଛନ୍ତି । ସମସ୍ତଙ୍କ ଆଶା ଅର୍ମାନ ସଙ୍ଗୀତ ମାଧ୍ୟମରେ ଆଗକୁ ଏହିଭଳି ଢଙ୍ଗରେ, ସମାଜକୁ ସଚେତନ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ ।

OTV is now on Whatsapp

Join and get latest news update delivered to you via whatsapp

Join Now