ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି। ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ପବିତ୍ର କାର୍ତ୍ତିକ ମାସ। ସକାଳୁ ସକାଳୁ ପୂଜାପୁରାଣ ଆଉ ହୁଳହୁଳି ଶବ୍ଦରେ ମୁଖରିତ ହୋଇଉଠେ ଘର ଅଗଣା। ହବିଷ୍ୟାଳୀଙ୍କ କାର୍ତ୍ତିକ ପୁରାଣରେ ପୁରପଲ୍ଲି ମୁଖରିତ ହୋଇଯାଏ । ହେଲେ ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳୀଙ୍କ ମୁହଁରେ ପୁରାଣ ପରିବର୍ତ୍ତେ ନବୀନ ଚାଳିଶା !