ସେହିପରି ମହିଳା ଭକ୍ତ, ଦିବ୍ୟାଙ୍ଗ, ବୟୋବୃଦ୍ଧ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ । ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରିବେ ଏବଂ ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ବଳଭଦ୍ରଙ୍କ ଆଡ଼ପ ପହଣ୍ଡି ବିଭ୍ରାଟ ପାଇଁ ଦାୟୀ କିଏ, ତିନି ଜଣିଆ ତଦନ୍ତ କମିଟିଙ୍କ ରିପୋର୍ଟ ତ ଆସିଲା । ହେଲେ ତାହା ଅସମ୍ପୂର୍ଣ୍ଣ ଦର୍ଶାଇ ଆଉଥରେ ତଥ୍ୟ ମାଗିଛି ଶ୍ରୀମନ୍ଦିର ପରିଚାଳନା କମିଟି ।
୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର । ରତ୍ନଭଣ୍ଡାରରୁ ବାହାରିବା ପରେ ମୁଖ୍ୟ ପ୍ରଶାସକଙ୍କ ୧୦ଟି ବଡ଼ କଥା...
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଭୁବନେଶ୍ୱର ବାର ଆସୋସିଏସନ ।
ସ୍ନାନ ଯାତ୍ରା ସରିଛି, ଆଗକୁ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ତାସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ମଧ୍ୟ ଝୁଲି ରହିଛି। ଏଭଳି ସମୟରେ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନଥିବାରୁ ପ୍ରକାଶ ପାଇଛି ଉଦବେଗ।
ଆଇନ ମନ୍ତ୍ରୀ କହିଛନ୍ତି, ଯଦିଓ ଏବେ ଶ୍ରୀମନ୍ଦିର ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ, କିନ୍ତୁ ସ୍ଥାୟୀ ପ୍ରଶାସକ ନିଯୁକ୍ତିର ଆବଶ୍ୟକତା ଅଛି । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ନେଇ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି ।
ଦିଲ୍ଲୀପ ରାଉତରାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି।