/odishatv-khabar/media/post_attachments/uploadimage/library/16_9/16_9_0/Puri_Town__1729097721.jpg)
Puri Town
ପୁରୀ ସହରକୁ ଜଗିବ ସିସିଟିଭି । ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । ସମଙ୍ଗ, ମାଳତୀପାଟପୁର, ମଙ୍ଗଳଘାଟ ପ୍ରବେଶ ପଥରେ ବି ଲାଗିବ ସିସିଟିଭି । ପୋର୍ଟେବଲ ନେଟଓ୍ବର୍କ ଓ ଅପଟିକାଲ୍ ଫାଇବର ଥିବା ୬୨୦ ସିସିଟିଭି ସହରରେ ଲଗାଯିବ ।
ସେହିପରି ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି । କମାଣ୍ଡ ଓ କଣ୍ଟ୍ରୋଲ ରୁମ୍ ସହ ଯୋଡି ହେବ ସମସ୍ତ ସିସିଟିଭି । ମହାବାତ୍ୟା ଫନିରେ ଅଚଳ ହୋଇଥିଲା ସହରର ସମସ୍ତ ସିସିଟିଭି। ଓବିସିସି ମାଧ୍ୟମରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ସହରକୁ ଅପରାଧମୁକ୍ତ, ସୁରକ୍ଷିତ ଓ ଟ୍ରାଫିକ ସୁପରିଚାଳନା ପାଇଁ ସିସିଟିଭି ଲଗାଇବା ନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହୋଇଛି ।