• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଜା ବାଜୁଛି, ଦୁଲଦୁଲି ବି ବାଜୁଛି । ଆଉ ଗାଁ ପିଲାଙ୍କ ଜୋରଦାର ଅଂଟା ବି ହଲୁଛି । ଖାଲି ଏତିକି ନୁହେଁ ଜାତୀୟ ପତାକା ବି ଉଡୁଛି । ଆମେ କୌଣସି ଭସାଣ ଶୋଭାଯାତ୍ରା କି ନେତାଙ୍କ ଆଗମନ ବେଳର ଦୃଶ୍ୟ କଥା କହୁ ନାହୁଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯବାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବରେ ।

ନୂଆପଡା କୋମନାର ସୁଶାନ୍ତ କ୍ଷତ୍ରୀ । ଦୀର୍ଘ ୨୦ ବର୍ଷ ଧରି ଦେଶ ସେବା କରୁଥିଲେ । ଏବେ ଗାଁକୁ ଫେରିଛନ୍ତି । ଆଉ ଏତିକି ବେଳେ ଅଭିନବ ଢ଼ଙ୍ଗରେ ବାଜା ବାଣ ରୋଷଣୀ କରି ତାଙ୍କୁ ସ୍ୱାଗତ କରିଥିଲେ ଗାଁ ଲୋକେ । ସୁଶାନ୍ତ ଗାଁକୁ ଫେରିବା ଖବର ପାଇବା ମାତ୍ରେ ସ୍ୱାଗତ ପାଇଁ ସଜବାଜ ହୋଇଥିଲେ ଗାଁ ଲୋକ । ବାଜାବାଲାକୁ ଦିଆଯାଇଥିଲା ବଇନା । ଆଉ ଫଗୁ ଖେଳିବା ଲାଗି ହୋଇଥିଲା ସ୍ୱତନ୍ତ୍ର ପ୍ରସ୍ତୁତି ।

ବାସ୍‌ ସୁଶାନ୍ତ ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ସମ୍ବର୍ଦ୍ଧନାର ପର୍ବ । କିଏ ଫଗୁ  ଧରି ଦୁଲଦୁଲିର ତାଳେ ତାଳେ ନାଚିବାକୁ ଲାଗିଥିଲା ତ ଆଉ କିଏ ଗାଲରେ ଶ୍ରଦ୍ଧା ଓ ସ୍ନେହର ଫଗୁ ବୋଳିଥିଲା । ଆଉ କିଏ ବାଣ ଫୁଟାଇ ଯବାନଙ୍କୁ କରିଥିଲେ ସ୍ୱାଗତ । ଦିନ ଥିଲା ସୋମବାର, ଦ୍ୱିପ୍ରହରର ସମୟ । ଗାଁରେ ପହଞ୍ଚିଥିଲେ ସୁଶାନ୍ତ । ଆଉ ତାଙ୍କ ଦେଶ ସେବା ପାଇଁ ତାଙ୍କୁ ଏମିତି କରାଯାଇଥିଲା ସ୍ୱାଗତ । ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିଲା ସ୍ୱାଗତ ସମ୍ବର୍ଦ୍ଧନାର ଶୋଭଯାତ୍ରା ।

ଏମିତି ଅଭୁତପୂର୍ବ ଶୋଭାଯାତ୍ରା ଦେଖି ଆଶ୍ଚର୍ଯ୍ୟ ହେବା ସହ ଗର୍ବ ଅନୁଭବ କରିଥିଲେ ସୁଶାନ୍ତ । ଆଉ ଗାଁ ଲୋକଙ୍କ ମନରେ ଥିବା ଦେଶ ପ୍ରେମକୁ କରିଥିଲେ ଭୂରି ଭୂରି ପ୍ରଶଂସା । ଖାଲି ଏତିକି ନୁହେଁ, ଆଗାମୀ ଦିନରେ ଗାଁରେ ଡିଫେନ୍ସ ଏକାଡେମୀ କରି ମାଗଣାରେ ଗାଁ ଯୁବକଙ୍କୁ ଟ୍ରେନିଂ ଦେବା ପାଇଁ ସେ ନେଇଛନ୍ତି ସଂକଳ୍ପ ।

ସୁଶାନ୍ତ ୨୦୦୨ ମସିହାରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ବିହାର, କାଶ୍ମୀରର ପୁଞ୍ଚ ଓ ବିଭିନ୍ନ ସୀମାରେ ବେଶ ଦକ୍ଷତାର ସହ କାମ କରିଛନ୍ତି । ତେବେ ୨୦ ବର୍ଷର ଦେଶ ସେବା ପରେ ଏବେ ଗାଁକୁ ଫେରିଛନ୍ତି ସୁଶାନ୍ତ । ଆଉ ସୁଶାନ୍ତ ପେରିବା ପରେ ଗାଁର ପ୍ରତ୍ୟେକଟି ଲୋକ ବେଶ ଖୁସି ।

(ରିପୋର୍ଟ- ମାୟାଧର ସରାଫ,ନୂଆପଡା)