• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁନିଆକୁ ଆଲୋକିତ କରିବାକୁ ଯାଇ ନିଜେ ଅନ୍ଧାର ଭିତରେ ଘାଂଟି ହୋଇଗଲେ । ଯିଏ ଦିନେ ପରିବାରର ବୋଝ ଉଠାଉଥିଲେ ଆଜି ସିଏ ନିଜେ ପରିବାର ପାଇଁ ବୋଝ ହୋଇଗଲେ । ଦୁର୍ଘଟଣା ସବୁକିଛି ବଦଳାଇ ଦେଲା । ଏବେ ଦୁଇମୁଠା ଦାନା ପାଇଁ ପର ଉପରେ କରୁଛନ୍ତି ନିର୍ଭର । ୟାଙ୍କ କଷ୍ଟ ଏତେ ଯେ ଯେତେ କହିଲେ ବି କମ୍‌ ପଡିବ ।

ନୂଆପଡା ସିନାପାଲିର ଦେବାରାମ ସା । ବିଦ୍ୟୁତ୍‌ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବରେ କାମ କରୁଥିଲେ । ଦରମା ବାବଦକୁ ଯେତିକି ଟଙ୍କା ମିଳୁଥିଲା ସେତିକି ଟଙ୍କାରେ କଷ୍ଟେ ମଷ୍ଟେ ପରିବାର ଚଳୁଥିଲା । ଖାଲି ପରିବାର କାହିଁକି ବରଂ ଜଣେ ଦିବ୍ୟାଙ୍କ ପୁଅର ଚିକିତ୍ସା ବି ହେଉଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଅନ୍ଧାର ଗାଁକୁ ଆଲୋକିତ କରିବା ପାଇଁ ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧୁ ଥିବା ବେଳେ ହଠାତ୍ ୧୧ କେଭି ତାରରେ ଲାଗିଯଇଥିଲେ ଦେବାରାମ । ଆଉ ୧୧ କେଭି ତାର ସଂସ୍ପର୍ଶରେ ଆସିବା ପରେ ନିଜର ଗୋଟିଏ ହାତ ଓ ଆଖି ହରାଇଲେ ଦେବରାମ । ଦେବରାମଙ୍କ ଏ ଅବସ୍ଥା ପରେ ଚିନ୍ତାରେ ପୂରା ପରିବାର । ବାପା ଦିବ୍ୟାଙ୍କ ହେବା ପରେ ଦିବ୍ୟାଙ୍କ ପୁଅର ଚିକିତ୍ସା କେମିତି ହେବ ? ପଢୁଆ ପୁଅ କେମିତି ପାଠ ପଢିବ ସେଇ ଚିନ୍ତାରେ ପୂରା ପରିବାର ।

ଅଧିକ ପଢ଼ନ୍ତୁ: ମାଆ ଚାଲିଗଲା ପରେ ଦିବ୍ୟାଙ୍ଗ ପୁଅକୁ ପାଚାରିଲେନି ବାପା-ଭାଇ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେବରାମଙ୍କୁ ବଂଚାଇବା ଲାଗି ପରିବାର ପକ୍ଷରୁ ଅନେକ ଚେଷ୍ଟା କରାଯାଇଥିଲା । ଏମିତିକି ଘରେ ଯାହା କିଛି ସମ୍ବଳ ଥିଲା ତାକୁ ବି ବନ୍ଧାଛନ୍ଦା ପକାଇ ଟଙ୍କା ଉଧାର ଆଣି ଦେବରାମଙ୍କର ଚିକିତ୍ସା କରାଇଲେ । ହେଲେ ଦେବରାଜ ସିନା ବଂଚିଗଲେ କିନ୍ତୁ ଆଖି ଓ ହାତକୁ ହରାଇ ବସିଲେ । ସ୍ୱାମୀଙ୍କର ଏଦୂରାବସ୍ଥା ଦେଖି ଦିନକୁ ମୁଠାଏ ଦାନ ଯୋଗାଡ କରୁଛନ୍ତି ଦେବାରାମଙ୍କ ସ୍ତ୍ରୀ ଯୁକେଶ୍ୱରୀ । ହେଲେ ସେତିକି ଟଙ୍କାରେ ପରିବାର ଚଳାଇବା ସହ ସ୍ୱାମୀ-ପୁଅର ଚିକିତ୍ସା କରାଇବା ଅସମ୍ଭବ ହୋଇପଡିଛି ।

ତେବେ ଦେବାରାମଙ୍କୁ ତୁରନ୍ତ ସରକାରୀ ସହାୟତା ଦେବା ସହିତ ତାଙ୍କ ଚିକିତ୍ସା ପାଇଁ ସରକାର ସାହାଯ୍ୟ କରିବାକୁ ଗାଁ ଲୋକ ଦାବି କରିଛନ୍ତି । ଦେବାରାମଙ୍କର ସମସ୍ୟା ଜାଣିବା ପରେ ତାଙ୍କୁ ସବୁ ପ୍ରକାର ସହାୟତା ମିଳିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

(ରିପୋର୍ଟ- ମାୟାଧର ସରାଫ, ନୂଆପଡା)