/odishatv-khabar/media/post_attachments/uploadimage/library/16_9/16_9_0/s_1667971718.jpg)
Deadbody Found From Field After 10 Months In Nuapada
ଧାନ ବିଲରୁ ମିଳିଲା ନରକଙ୍କାଳ। ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି।
ସୂଚନା ଅନୁସାରେ, ଗତ ଜାନୁଆରୀ ୩ ତାରିଖରେ ନୂଆପଡ଼ା ସଦର ଥାନା ରତିପାଲି ଗାଁର ଧନିରାମ ନାଏକଙ୍କ ଝିଅ ନିଖୋଜ ହୋଇଯାଇଥିଲେ। ଯୁବତୀ ଜଣକ କଲେଜରେ ପଢ଼ୁଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି ପରେ କୌଣସି ପତ୍ତା ମିଳିପାରି ନଥିଲା। ଶେଷରେ ଥାନାରେ ଏତଲା ଦେଇଥିଲେ।
ଅଧିକ ପଢ଼ନ୍ତୁ: ଛୁଆଙ୍କ ସାମ୍ନାରେ ସ୍ତ୍ରୀକୁ ହାଣି ପକାଇଲା ସ୍ୱାମୀ ! ଝଗଡ଼ା ପାଇଁ ଉଜୁଡ଼ି ଗଲା ପରିବାର
ହଠାତ୍ ୧୦ ମାସ ପରେ ନିରାଶ ପରିବାରକୁ ଆଶା ଦେଖାଇଥିଲା ଏକ ବେନାମୀ ଚିଠି। ଏହାପରେ ସେହି ଚିଠିକୁ ପୋଲିସ୍କୁ ହସ୍ତାନ୍ତର କରାଯାଇଥିଲା। ଗତକାଲି ପୋଲିସ୍ ରତିପାଲି ଗାଁକୁ ଯାଇ ଏକ ଧାନ ବିଲରୁ ମାଟି ଖୋଳି ୧୦ ମାସ ପୂର୍ବର ନରକଙ୍କାଳ ଉଦ୍ଧାର କରିଥିଲା। ଏହାସହ ଏହି ମାମଲାରେ ପୋଲିସ୍ ୬ ଜଣଙ୍କୁ ଅଟକ ରଖି ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି। ଅନ୍ୟପକ୍ଷେ, ହତ୍ୟାକାରୀଙ୍କୁ ଫାଶୀ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)