Advertisment

ଧକ୍କା ଦେଇ ପଳାଇଲା ମନ୍ତ୍ରୀଙ୍କ ପୋଲିସ୍‌ ଏସ୍କର୍ଟ ଗାଡ଼ି ! ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଛାତ୍ର...

ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିବା ପୋଲିସ୍‌ ଏସ୍କର୍ଟ ଗାଡ଼ି ୨ କଲେଜ ଛାତ୍ରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଛୁ’ ମାରିଥିବା ଜଣାପଡ଼ିଛି।

author-image
Rajalaxmi Sahoo
Students Injured In Hit And Run By Minister's Escort Vehicle In Nuapada

Students Injured In Hit And Run By Minister's Escort Vehicle In Nuapada

ଧକ୍କା ଦେଇ ପଳାଇଲା ମନ୍ତ୍ରୀଙ୍କ ଏସ୍କର୍ଟ ଗାଡ଼ି ! ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଆଣିବାକୁ ଯାଉଥିବା ପୋଲିସ୍‌ ଏସ୍କର୍ଟ ଗାଡ଼ି ୨ କଲେଜ ଛାତ୍ରଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଛୁ’ ମାରିଥିବା ଜଣାପଡ଼ିଛି। ରାସ୍ତାରେ ଛଟପଟ ହେଉଥିବା ୨ ଛାତ୍ରଙ୍କୁ ଉଦ୍ଧାର କରି ପୋଲିସ୍‌ ମେଡିକାଲ୍‌ରେ ଭର୍ତ୍ତି କରିଛି। ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋତମା ଛକ ନିକଟ ଜାତୀୟ ରାଜପଥ ୩୫୩ରେ ପୋଲିସ୍‌ ଏସ୍କର୍ଟ ଗାଡ଼ି ଧକ୍କାରେ ୨ କଲେଜ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ର ଦ୍ୱୟ ହେଲେ- ନ୍ୟାସନାଲ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଜିତୁ ଦାସ ଓ ଯୋଗେଶ ପୋଡ଼। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଜିତୁ ଓ ଯୋଗେଶ ବାଇକ୍‌ରେ ନ୍ୟାସନାଲ କଲେଜ ଯାଉଥିଲେ। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପୋଲିସ୍‌ ଏସ୍କର୍ଟ ଗାଡ଼ି ନୂଆପଡ଼ାରୁ ଖଡ଼ିଆଳ ରୋଡ଼ ସ୍ଥିତ ମନ୍ତ୍ରୀଙ୍କ ବାସଭବନକୁ ଯାଉଥିଲା। ଏହି ସମୟରେ ନୂଆପଡ଼ାରୁ ଖଡ଼ିଆଳ ରୋଡ୍ ଯିବା ବେଳେ ଗୋତମା ଗାଁ ନିକଟରେ  ପୋଲିସ୍‌ ଏସ୍କର୍ଟ ଗାଡ଼ି ବାଇକ୍‌କୁ ଧକ୍କା ଦେଇ ପଳାଇଥିଲା। ଏଥିରେ ଜିତୁ ଓ ଯୋଗେଶ ଗୁରୁତର ଆହତ ହୋଇଥିଲେ।

ଦୁର୍ଭାଗ୍ୟଜନକ ବିଷୟ, ରାସ୍ତାରେ ଛଟପଟ ହେଉଥିବା ଛାତ୍ରଙ୍କୁ ପୋଲିସ୍‌କର୍ମୀ ଉଦ୍ଧାର କରି ହସ୍ପିଟାଲ୍‌ ନେବା ପରିବର୍ତ୍ତେ ଘଟଣାସ୍ଥଳରୁ ଛୁ’ ମାରିଥିଲେ। ପରେ ନୂଆପଡ଼ା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଜିତୁ ଓ ଯୋଗେଶଙ୍କୁ ବୁର୍ଲା ରେଫର କରାଯାଇଛି। ତେବେ ପରିବାର ଲୋକେ ରାୟପୁର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେବାକୁ ଜିଦ୍‌ ଧରିଛନ୍ତି। ଏନେଇ ହସ୍ପିଟାଲ୍‌ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି ।

Advertisment
Road Accident Accident
Advertisment
Advertisment