Advertisment

ପରିବାର ବୋଝ ତଳେ ଲୁଚିଗଲା ଅସୁମାରୀ ସ୍ୱପ୍ନ; ସାନ ଭଉଣୀକୁ ମଣିଷ କରିବାକୁ ମୂଲ ଲାଗୁଛନ୍ତି ଲତା

ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା। ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର।

author-image
Manoranjan Behera
ଅଦ୍ୟତନ ହୋଇଛି
Family Burden

Family Burden

ବିଛଣାରେ ମାଆ ଶୋଇଛି ଓ ମାଆର ହାତ ଗୋଡ ବସି ଘସି ଦେଉଛି ବଢିଲା ଝିଅ । ରୋଗରେ ପଡିଥିବା ମାଆ କିଛି କରିପାରୁନି । ସେଥିପାଇଁ ଘର ଗୋଟାକାର ଦାୟିତ୍ୱ ଏବେ ଲତାଙ୍କ ଉପରେ । ଖାଲି ମାଆ ନୁହେଁ ବରଂ କୁନି ଭଉଣୀର ସେବା ଯତ୍ନ କରିବା ସହ ମୂଲ ମଜୁରୀ କରି ପରିବାର ଚଳାଉଛି ଲତା। କିନ୍ତୁ ଜୀବନ ଯୁଦ୍ଧରେ ସେ ହାର ମାନିନାହାନ୍ତି ବରଂ ସଂଘର୍ଷ କରି ବଂଚିବାର ରାସ୍ତା ପାଇଛନ୍ତି ।

Advertisment

ସଂଘର୍ଷ କରୁଛନ୍ତି, ପରିବାରର ଯତ୍ନ ନେଉଛନ୍ତି । ବର୍ଷେ ହେବ ବାପା ଆର ପାରିକୁ ଚାଲି ଗଲେ । ବାପା ବଂଚିଥିବା ବେଳେ ଲତା ଓ ନଳିନୀ ଦୁଇ ଭଉଣୀଙ୍କ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । ଆଉ ସେଇ ସ୍ୱପ୍ନକୁ ପୂରଣ କରିବା ପାଇଁ କୁଲି ମଜୁରୀ କରି ଯୋଉ ଦୁଇ ପଇସା ରୋଜଗାର କରୁଥିଲେ, ସେଇ ଟଙ୍କାରେ ପରିବାର ଚଳାଇବା ସହ ଦୁଇ ଝିଅଙ୍କୁ ପାଠ ବି ପଢାଉ ଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଗତ ୨୦୨୧ ଅକ୍ଟୋବର ମାସରେ ବାପା ନରେନ୍ଦ୍ର ପଟେଲ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲେ । ବାପା ଚାଲିଯିବା ପରେ ଲତାଙ୍କ ପାଠ ପଢାରେ ଲାଗିଲା ଡୋରି ।

ମାଟ୍ରିକ ପଢିବା ବେଳେ ଲତାଙ୍କ ବାପା ଚାଲିଯିବା ପରେ ପରିବାରରେ ବଢିଥିଲା ଦୁଃଖ । ରୋଗୀଣା ମାଆର ସେବା ସହିତ ସାନ ଭଉଣୀର ପାଠ ପଢାର ବୋଝ ପଡିଥିଲା ଲତାଙ୍କ ପିଠିରେ । କଷ୍ଟ ଆସିଥିଲା ସତ କିନ୍ତୁ ଏହାରି ମଧ୍ୟରେ ସଂଘର୍ଷ କରି ସାନ ଭଉଣୀକୁ ପାଠ ପଢାଇବାର ସୁନେଲୀ ସ୍ୱପ୍ନ ଦେଖୁଥିଲେ ଲତା । ଖାଲି ସ୍ୱପ୍ନ ଦେଖିଲେ ତ ହେବନି ବରଂ ନିଜର ସ୍ୱପ୍ନ ପୂରଣ ପାଇଁ ପର ଦୁଆରେ ଏବେ ମୂଲ ମଜୁରୀ କରୁଛି ଲତା ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏତେ ଅସୁବିଧାରେ ଥିବା ପରେ ବି ଲତାଙ୍କ ପରିବାରକୁ ମିଳିନି ସରକାରୀ ସହାୟତା । ନିଜ ଅସୁବିଧା ସମ୍ପର୍କରେ ବ୍ଲକ୍‌କୁ ଯାଇ ବଡବାବୁଙ୍କୁ ଭେଟିଛନ୍ତି ସତ, ହେଲେ କିଛି ଲାଭ ମିଳିନି । ବରଂ ଏବେ ବି ଅନ୍ୟ ଦୁଆରେ ମଜୁରୀ କରି ପରିବାର ଚଳାଉଛନ୍ତି ଲତା । ଯଦି ସରକାର ଏହି ପରିବାରକୁ ସହାୟତା କରିବା ସହ ଲତା ମାଆଙ୍କୁ ବିଧବା ଭତାଟିଏ ଯୋଗାଇ ଦିଅନ୍ତେ, ତେବେ ଲତାଙ୍କ ସ୍ୱପ୍ନ ପୂରଣ ହେବା ସହ ପରିବାର ବଂଚିଯାଆନ୍ତା । ସେପଟେ ବିଡିଓ କହିଛନ୍ତି, ଖୁବଶୀଘ୍ର ବିଧବା ଭତା ମିଳିବା ସହ ଅନ୍ୟାନ୍ୟ ସରକାରୀ ସହାୟତା ତାଙ୍କୁ ଯୋଗାଇ ଦିଆଯିବ।

(ରିପୋର୍ଟର- ମାୟାଧର ସରାଫ, ନୂଆପଡା)

Special Story Family Burden
Advertisment
Advertisment