Advertisment

ଦୁର୍ଘଟଣାରେ ହାତ ଚାଲିଗଲା; ଏବେ ନବୀନଙ୍କ ପାଇଁ ନବୀନ ହିଁ ସାହାରା

୧୧କେଭି ତାରରେ ହାତ ଲାଗିଗଲା..ଡାକ୍ତର କାଟିଦେଲେ ହାତ। ଖଟିଆରେ ଶୋଇଛି ଭେଣ୍ଡିଆ ପୁଅ..ପୁଅର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ..ହେଲେ ଏବେ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଅପେକ୍ଷାରେ ନବୀନ

author-image
Manoranjan Behera
ଅଦ୍ୟତନ ହୋଇଛି
Youth Suffer From Pain

Youth Suffer From Pain

ଖଟିଆ ଉପରେ ଭେଣ୍ଡିଆ ପୁଅ ଶୋଇଛି । ଡାକ ଛାଡିଲେ ବେକ ଷଣ୍ଢା ଟେକି ଚାହିଁ ଦେଉଛି । ଉଠିବା କି ବସିବା ତା ପକ୍ଷରେ ସମ୍ଭବ ନୁହେଁ । ଦିନ ରାତି ୨୪ ଘଂଟା ଏଇ ଖଟିଆରେ ତାର ବିତୁଛି ଜୀବନ । ଭଲ ଥିଲା ବେଳେ ପର ଦୁଆରେ ମୂଲ ମଜୁରୀ କରି ଯେତିକି ଟଙ୍କା ରୋଜଗାର କରୁଥିଲେ ସେତିକିରେ ବେଶ୍‌ ହସଖୁସିରେ ପରିବାର ଚଳୁଥିଲା । ହେଲେ ଜୁଲାଇ ୧୭ ତାରିଖରେ ଯେଉଁ ଦୁର୍ଘଟଣା ଘଟିଲା, ତାପରେ ସବୁ କିଛି ଛାରଖାର ହୋଇଗଲା ।

Advertisment

ଖଟରେ ପଡ଼ି ଛଟପଟ ହେଉଥିବା ମଣିଷଟି ହେଉଛି ନୂଆପଡା କୋମନା କାଣ୍ଡେତରା ଗାଁର ନବୀନ ରଣା। ସକାଳ ହେଲେ କୁଲିମଜୁରୀ କରିବାକୁ ଘରୁ ବାହାରକୁ ପଳାଇଯାଏ ଭେଣ୍ଡିଆ ପୁଅ । ଆଉ ସଂଧ୍ୟା ହେଲେ ଘରକୁ ଫେରେ । ସେଦିନ ଥିଲା ଜୁଲାଇ ୧୭ ତାରିଖ। ସବୁଦିନ ପରି ସେଦିନ ବି ସେ କାମ ପାଇଁ ଘରୁ ବାହାରିଥିଲେ । ଜନୈକ ବ୍ୟକ୍ତିଙ୍କ ଘର ଛାତ ଉପରେ କାମ କରୁଥିବା ବେଳେ ହଠାତ୍‌ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ ନବୀନ। ଆଉ ଏତେ ଉଚ୍ଚ କ୍ଷମତା ସଂପନ୍ନ ତାରରେ ଲାଗିବା ପରେ ଗୁରୁତର ଆହତ ହୋଇଥିଲେ ସେ।

ନୂଆପଡାରୁ ଚିକିତ୍ସା ପାଇଁ କଟକ ଆସିଲେ, ହେଲେ ଚିକିତ୍ସା ପରେ ଡାକ୍ତର କହିଲେ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଣୁ ହାତକୁ କାଟିବାକୁ ପଡିବ । ଗୋଟିଏ ହାତ ସିନା କଟାଗଲା ହେଲେ ଅନ୍ୟ ହାତ ଓ ଗୋଡ ଅଚଳ ହୋଇଗଲା । ବାସ୍‌ ସେହିଦିନରୁ ଆଜି ଯାଏଁ ଏମିତି ଖଟିଆ ଉପରେ ପଡିରହିଛନ୍ତି ନବୀନ ।

Advertisment

ଭେଣ୍ଡିଆ ପୁଅ ରୋଜଗାର କଲେ ପରିବାର ଚଳୁଥିଲା, ତେଣୁ ତାକୁ ଭଲ କରିବା ପାଇଁ ଘରେ ଯାହା କିଛି ସଂପତ୍ତି ଥିଲା ତାକୁ ଖର୍ଚ୍ଚ କରିଦେଲେ ବାପା-ମାଆ । ହେଲେ ସଂପୂର୍ଣ୍ଣ ସୁସ୍ଥ ହେଲାନି ପୁଅ । ଏମିତିକି ନବୀନ ନିଜ ନିତ୍ୟକର୍ମ ବି କରିପାରୁନି । ଯେଉଁ ବୟସରେ ରକ୍ତକୁ ପାଣି କରି କାମ କରିବାର କଥା ସେଇ ବୟସରେ ରୋଗ ଶର୍ଯାରେ ପଡିଛି ଭେଣ୍ଡିଆ ପୁଅ । ଆଉ ପୁଅର ଏ ଅବସ୍ଥା ଦେଖି ଲୁହ ଗଡାଉଛନ୍ତି ବାପା-ମାଆ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜୁଳି ବିଭାଗର ଭୁଲ ପାଇଁ ସାରା ଜୀବନ ପାଇଁ ଦିବ୍ୟାଙ୍ଗ ହୋଇଗଲେ ନବୀନ । ହେଲେ ବିଭାଗ ପକ୍ଷରୁ ତାଙ୍କୁ କୌଣସି ସହାୟତା ମିଳିଲାନି । ଖାଲି ବିଜୁଳି ବିଭାଗ କାହିଁକି? ସରକାରଙ୍କ ପକ୍ଷରୁ ନବୀନଙ୍କୁ ଇ କୌଣସି ସହାୟତା ମିଳିନାହିଁ । ଏ ସଂପର୍କରେ ଆମେ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରିବା ପରେ ବି କୌଣସି ପ୍ରତିକ୍ରିୟା ଦେବାକୁ ସେ ମନା କରିଦେଲେ । ନବୀନଙ୍କ ସମ୍ପର୍କରେ ଉଉଜିଲ୍ଲାପାଳ ଜାଣିବା ପରେ ସରକାରୀ ସହାୟତା ଦିଆଯିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ।

ନବୀନଙ୍କ ଦୁଃଖ ଦେଖିଲେ ଆପଣଙ୍କ ଆଖିରୁ ବି ଝରିଆସିବ ଲୁହ । ଆଉ ଦୁଃଖର କଥା ଦିବ୍ୟାଙ୍ଗ ହୋଇଥିଲେ ବି ଏଯାଏଁ ନବୀନଙ୍କୁ ନବୀନ ସରକାର ଦେଇନାହିଁ ସହାୟତା ।

(ରିପୋର୍ଟ- ନୂଆପଡାରୁ ମାୟାଧର ସରାଫ)

Electrocution Special Story
Advertisment
Advertisment