Advertisment

Singer Udit Narayan: ସବୁ ସୀମା ଟପିଲେ...ଲାଇଭ୍ ଶୋ’ରେ ମହିଳା ଫ୍ୟାନ୍‌ଙ୍କ ଓଠକୁ କିସ୍‌ କଲେ ଉଦିତ୍, କହିଲେ...

ଲାଇଭ୍ ଶୋ’ରେ ମହିଳାଙ୍କ ଓଠକୁ ଦେଲେ ‘କିସ୍‌’...ଯିଏ ଭିଡ଼ିଓ ଦେଖୁଛି ସିଏ କହୁଛି ଛି ଛି...ଜଣେ ଲୋକପ୍ରିୟ ଗାୟକ ଏମିତି କାମ କରିବା ନେଇ ସମସ୍ତେ ନିନ୍ଦା କରୁଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
controversy over kissing female fans

controversy over kissing female fans

ସବୁ ସୀମା ଟପିଗଲେ...ଲଜ୍ଜାଜନକ କାମ କଲେ...ଲାଇଭ୍ ଶୋ’ରେ ମହିଳାଙ୍କ ଓଠକୁ ଦେଲେ ‘କିସ୍‌’...ଯିଏ ଭିଡ଼ିଓ ଦେଖୁଛି ସିଏ କହୁଛି ଛି ଛି...ଜଣେ ଲୋକପ୍ରିୟ ଗାୟକ ଏମିତି କାମ କରିବା ନେଇ ସମସ୍ତେ ନିନ୍ଦା କରୁଛନ୍ତି। ଉଦିତ ନାରାୟଣ ଜଣେ ପ୍ରସିଦ୍ଧ ବଲିଉଡ ଗାୟକ। ତାଙ୍କ କଣ୍ଠସ୍ୱର ପାଇଁ ପ୍ରଶଂସକମାନେ ପାଗଳ। ଉଦିତ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଗୀତ ଗାଇ ସାରିଛନ୍ତି। ନିଜ ସଙ୍ଗୀତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଉଦିତ୍ ଏବେ ଏମିତି ଲଜ୍ଜାଜନକ କାମ କରିଛନ୍ତି । ଏକ ଲାଇଭ୍ ଶୋ’ ସମୟରେ, ଗାୟକ ଜଣେ ମହିଳା ପ୍ରଶଂସକଙ୍କ ଓଠକୁ କିସ୍‌ ଦେଉଥିବା ସାମ୍ନାକୁ ଆସିଛି। ଏଥିପାଇଁ ଏବେ ତାଙ୍କୁ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ ହେବାକୁ ପଡ଼ୁଛି ।  

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଉଦିତ ନାରାୟଣ 'ଟିପ୍ ଟିପ୍ ବରସା ପାଣି' ଗୀତ ଗାଉଛନ୍ତି । ଏହି ସମୟରେ, ତାଙ୍କର ଜଣେ ମହିଳା ଫ୍ୟାନ୍‌ ତାଙ୍କ ସହିତ ସେଲଫି ନେବାକୁ ମଞ୍ଚ ପାଖକୁ ଆସୁଛନ୍ତି । ସେଲଫି ନେବା ପରେ ମହିଳା ଫ୍ୟାନ୍‌ଜଣକ ତାଙ୍କ ଗାଲରେ ‘କିସ୍‌’ ଦେଉଛନ୍ତି। ଏହା ପରେ ଗାୟକ ଜଣକ ମହିଳାଙ୍କ ଓଠକୁ ‘କିସ୍‌’ ଦେଉଛନ୍ତି। ଏହା ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଉପସ୍ଥିତ ଲୋକେ ଜୋରରେ ପାଟି କରୁଛନ୍ତି। କେବଳ ଜଣଙ୍କୁ ନୁହେଁ ଏକାଧିକ ମହିଳାଙ୍କ ଗାଲକୁ ଉଦିତ୍ ଚୁମ୍ବନ ଦେଇଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Advertisment

ଅନ୍ୟପକ୍ଷରେ ବିବାଦ ବଢ଼ିବାରୁ ଉଦିତ୍ କହିଛନ୍ତି ଯେ, "ପ୍ରଶଂସକଙ୍କୁ ଖୁସି କରିବାକୁ ଏସବୁ କରିବାକୁ ପଡେ। ନହେଲେ ଆମେ ଏଭଳି ଲୋକ ନୁହଁ। କିଛି ଲୋକ ଏହି ଘଟଣାକୁ ବଢ଼ାଇ ମୋତେ ବିବାଦରେ ଛନ୍ଦିବାକୁ ଚାହୁଁଛନ୍ତି । କିଛି ଲୋକ ଏହାକୁ ପ୍ରୋତ୍ସାହିତ କରନ୍ତି, ଆଉ ଏମିତି କରି ତାଙ୍କ ଭଲ ପାଇବା ଦେଖାଇଥାନ୍ତି। ସେଠାରେ ପ୍ରବଳ ଲୋକ ଥିଲେ, ମୋ ପାଖରେ ବଡ଼ିଗାର୍ଡ଼ ମଧ୍ୟ ଥିଲେ। କିନ୍ତୁ ଫ୍ୟାନ୍‌ ଭାବନ୍ତି କେମିତି ସୁଯୋଗ ପାଇ ସେ ଟିକେ ଭେଟି଼ବେ । ତେଣୁ କିଛି ଲୋକ ତାଙ୍କ ହାତ ବଢାନ୍ତି ହ୍ୟାଣ୍ତସେକ୍‌ କରିବା ପାଇଁ...ଆଉ କିଛି ଲୋକ ମଧ୍ୟ ତାଙ୍କ ହାତ ବଢ଼ାନ୍ତି କିସ୍‌ କରିବା ପାଇଁ । ତେବେ ଏସବୁ ଘଟଣାକୁ ଧ୍ୟାନ ନଦେବା ଭଲ ବୋଲି କହିଛନ୍ତି।  

ଦୁଇଟି ଭିଡ଼ିଓ ଉଦିତ ନାରାୟଣଙ୍କ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏରେ, ଜଣେ ମହିଳା ଫ୍ୟାନ୍‌ ସେଲ୍‌ଫି ଉଠାଇବା ପରେ ଚେଷ୍ଟା କରୁଛନ୍ତି ତାଙ୍କ ଗାଲକୁ କିସ୍‌ କରିବାକୁ। ତା’ପରେ ଦେଖିବାକୁ ମିଳୁଛି ଯେ ଗାୟକ ଉଦିତ ତାଙ୍କ ମୁଣ୍ତ ଓ ଓଠକୁ କିସ୍‌ କରୁଛନ୍ତି। ଅନ୍ୟ ଏକ ଭିଡ଼ିଓରେ ଜଣେ ମହିଳା ଫ୍ୟାନ୍‌ ଯାଉଛନ୍ତି ତାଙ୍କୁ ହଗ୍‌ କରିବାକୁ କିନ୍ତୁ ପୁଣି ଉଦିତ୍‌ ତାଙ୍କୁ ମୁଣ୍ତ ଓ ଓଠକୁ କିସ୍‌ କରୁଥିବା ଦେଖିବାକୁ ମିଳୁଛି। 

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

Udit Narayan Singer
Advertisment
Advertisment