• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମଧ୍ୟବିତ୍ତ ମହିଳାଙ୍କୁ ବଡ଼ ସୁଯୋଗ l ୫୦ ବର୍ଷ ଯାଏ ପ୍ରତିଶ୍ରୁତି ଦେଲେ ନିର୍ମଳା l ନେଇପାରିବେ ଋଣ, ଦେବାକୁ ପଡ଼ିବନି ସୁଧ l ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l SHG ମହିଳାଙ୍କ ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି କହିବା ସହ ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ବଜେଟ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି ନିର୍ମଳା l

ମହିଳାଙ୍କ ପାଇଁ ପେଡ଼ି ଖୋଲିଲେ l ସ୍ୱାବଲମ୍ବୀ ପାଇଁ ଆହ୍ୱାନ ଦେଲେ l SC/STଙ୍କୁ ଆଖିରେ ଭରିଲେ ସୁନେଲି ସ୍ବପ୍ନ l ବଜେଟ ଉପସ୍ଥାପନା ବେଳେ ୫ ଲକ୍ଷ SC/ST ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ଏକ ଯୋଜନା ଆରମ୍ଭ କରାଯିବ ବୋଲି କହିଛନ୍ତି ନିର୍ମଳା । ଏହାବାଦ୍ ଆଗାମୀ ୫ ବର୍ଷ ମଧ୍ୟରେ ୨ କୋଟି ପର୍ଯ୍ୟନ୍ତ ମିଆଦୀ ଋଣ ପ୍ରଦାନ କରାଯିବ ବୋଲି ଗୃହରେ ସେ ସୂଚନା ଦେଇଛନ୍ତି l

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

ତେଵେ ମହିଳା ମାନଙ୍କ ସ୍ୱାବଲମ୍ବୀକୁ ନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଆଣୁଥିବା ବେଳେ ନିର୍ମଳାଙ୍କ ଏହି ୨୦୨୫ର ସ୍ୱତନ୍ତ୍ର ବଜେଟ ସେମାନଙ୍କ ବେଶ ସହାୟକ ହେବ ବୋଲି କୁହାଯାଉଛି l 

ଏପଟେ ବଜେଟ ଆସିଲେ ଲୋକଙ୍କ ନଜର ଥାଏ କଣ ହେଲା ଶସ୍ତା ଆଉ କଣ ହେଲା ମହଙ୍ଗା। ସାଧାରଣତଃ କେନ୍ଦ୍ର ସରକାରଙ୍କ ସୀମା ଶୁଳ୍କ ଓ ବିଭିନ୍ନ ଟାକ୍ସ ଉପରେ ସାମଗ୍ରୀର ଦର ନିର୍ଦ୍ଧାରଣ ହୋଇଥାଏ। ଏଥର ବି ବଜେଟରେ ଅନେକ ସାମଗ୍ରୀ ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରି ଲୋକଙ୍କୁ ଖୁସି କରିଦେଇଛନ୍ତି ମୋଦି ସରକାର । ଆସନ୍ତୁ ଦେଖିବା ନିର୍ମଳାଙ୍କ ବଜେଟ ପରେ କଣ ହେଲା ଶସ୍ତା ଓ କଣ ମହଙ୍ଗା...

ଶସ୍ତା ହେଲା ଔଷଧ । କମିଲା ଇଭି ଦାମ୍ । ଆହୁରି କମ୍ ଦାମରେ ମିଳିବ LED ଟିଭି । ଏସବୁ ସାମଗ୍ରୀ କିଣିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ୨୦୨୫-୨୬ ବଜେଟରେ ପକେଟ୍‌କୁ ହାଲକା କଲାଭଳି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନେକ ସାମଗ୍ରୀ ଉପରୁ ଟିକସ ଛାଡ କରିଛନ୍ତି କେନ୍ଦ୍ର ସରକାର। ବଡ଼କଥା ହେଲା ୩୬ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ୍ସ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି । ଯେଉଁଥିରେ ସାମିଲ ଅଛି କ୍ୟାନସର ଭଳି ବହୁ ଦୂରାରୋଗ୍ୟ ଔଷଧ। ସେହିଭଳି ମୋଟର ସାଇକେଲ, ଇଲେକ୍ଟ୍ରିକ୍ ଭେଇକିଲ୍ ବା ଇଭି, ମୋବାଇଲ, ଲିଥିୟମ ବ୍ୟାଟେରୀ, ଚମଡ଼ାଜାତ ଜ୍ୟାକେଟ୍ ବେଲ୍ଟ, ଜୋତା ଓ ପର୍ସ, ବିଦ୍ୟୁତ୍ ଉପକରଣ, ମେରାଇନ୍ ପ୍ରଡକ୍ଟ ଏବଂ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ କପଡା ବି ଶସ୍ତା ହୋଇଛି। ଫ୍ରୋଜେନ୍ ଫିସ୍ ଉପରେ କଷ୍ଟମ୍ସ ଡ୍ୟୁଟିକୁ 30ରୁ ସିଧା 5 ପ୍ରତିଶତକୁ ହ୍ରାସ କରାଯାଇଛି। କୋବାଲ୍ଟ, ଲିଡ୍, ଜିଙ୍କ ସମେତ ଆଉ 12ଟି କ୍ରିଟିକାଲ ମିନେରାଲ୍ ଦର ବି ଶସ୍ତା କରିଛନ୍ତି କେନ୍ଦ୍ର ସରକାର।

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

OTV is now on Whatsapp

Join and get latest news update delivered to you via whatsapp

Join Now