• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Parental Control

due to these six reasons siblings become jealous of each other
Parenting Tips: ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡା ହେବାର ୬ଟି ମୁଖ୍ୟ କାରଣ; ଜାଣିନେଲେ ହେଇଯିବ ସମାଧାନ

ଅନେକ ସମୟରେ ବାପାମାଆ ଭାଇଭଉଣୀଙ୍କ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦାୟୀ ଅଟନ୍ତି। ଯଦି ଘରେ ଚାରି/ପାଞ୍ଚ ପିଲା ଥାଆନ୍ତି, କିଛି ବାପାମାଆ ଅଜାଣତରେ ଏମିତି କିଛି କରିଦିଅନ୍ତି ଯେଉଁ କାରଣରୁ ପିଲାମାନଙ୍କ ମନରେ ପରସ୍ପର ପ୍ରତି ଈର୍ଷା, ରାଗ, କ୍ରୋଧ ଏବଂ ହୀନ ଭାବନା ସୃଷ୍ଟି ହୁଏ।

Side effects of using mobile phone while breastfeeding your baby
Parenting Tips: ସ୍ତନ୍ୟପାନ ବେଳେ ମୋବାଇଲ୍ ବ୍ୟବହାର କରୁଥିଲେ ସାବଧାନ! ପିଲାର ହୋଇପାରେ ଏମିତି କ୍ଷତି

ସ୍ତନ୍ୟପାନ କେବଳ ଶିଶୁ ପାଇଁ ଶାରୀରିକ ପୋଷଣର ମାଧ୍ୟମ ନୁହେଁ, ବରଂ ଏହା ମା’ ଏବଂ ଶିଶୁ ମଧ୍ୟରେ ଭାବପ୍ରବଣତାକୁ ଦୃଢ କରିବାର ଏକ ସମୟ। ଏପରି ସମୟରେ ମା’ର ଧ୍ୟାନ ସମ୍ପୂର୍ଣ୍ଣ ପିଲା ଉପରେ ରହିବା ଉଚିତ। ଏହି ସମୟରେ ଯଦି ମା’ର ଧ୍ୟାନ ଅନ୍ୟ ଆଡେ ରୁହେ ତେବେ ଏଥିରେ ବ୍ୟତିକ୍ରମ ଦେଖାଯାଏ।

Why does child not listen their parent some parenting mistakes are reasons
Parenting Tips: ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁ ନାହାନ୍ତି… ଜାଣନ୍ତୁ ଆପଣଙ୍କ କେଉଁ ଭୁଲ୍ ପାଇଁ ଏମିତି ହୁଏ

ଅନେକ ବାପାମାଆ ବାରମ୍ବାର ଅଭିଯୋଗ କରନ୍ତି ଯେ ସେମାନଙ୍କର ପିଲାମାନେ ସେମାନଙ୍କ କଥା ଶୁଣୁ ନାହାନ୍ତି। କିନ୍ତୁ ଅଭିଯୋଗ କରିବା ପୂର୍ବରୁ, ଆପଣ ନିଜେ ନିଜର ଲାଳନପାଳନ କରିବା ପଦ୍ଧତିକୁ ଥରେ ଧ୍ୟାନ ଦେଇଛନ୍ତି କି? ଯଦି ଦେଖି ନାହାନ୍ତି ତେବେ ଜାଣନ୍ତୁ ପିତାମାତାଙ୍କ କେଉଁ ଭୁଲ ଯୋଗୁଁ ପିଲାମାନେ ସେମାନଙ୍କ କଥା ଶୁଣନ୍ତି ନାହିଁ।

Reason for sleep talking in kids follow these prevention tips
Parenting Tips: ଆପଣଙ୍କ ପିଲା ନିଦରେ ଶୋଇଲା ବେଳେ କଥା ହେଉଛି କି… ଜାଣନ୍ତୁ ଏହାର କାରଣ ଓ ନିରାକରଣ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୋଇବା ବେଳେ କଥାବାର୍ତ୍ତା ହେବା ପ୍ରକୃତରେ ଏକ ନିଦ୍ରା ସମ୍ବନ୍ଧୀୟ ବ୍ୟାଧି ଅଟେ ଯାହାକୁ ସୋମନିଲୋକ୍ୱୀ ବୋଲି କୁହାଯାଏ। ଏହି ସମସ୍ୟା ଶିଶୁ ଏବଂ କିଶୋରମାନଙ୍କଠାରେ ବହୁତ ଦେଖାଯାଏ। ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।

Know the disadvantages to kiss babies on their lips and face
Parenting Tips: ପିଲାକୁ ଏମିତି କିସ୍ କରୁଥିଲେ ହୋଇପାରେ ସାଂଘାତିକ; ଜାଣନ୍ତୁ କାହିଁକି…

ମା’ଟିଏ ନିଜ ପିଲାକୁ ସ୍ପର୍ଶ ଦେଇଥାଏ, ଛାତିରେ ଗଲେଇ ଶୋଇବାକୁ ଦେଇଥାଏ, ଯାହାଫଳରେ ପିଲାଟି ନିଜକୁ ସୁରକ୍ଷିତ ଅନୁଭବ କରିପାରିବ। ତଥାପି, ଶିଶୁକୁ ବାରମ୍ବାର ଚୁମ୍ବନ ଦେବାର ଅଭ୍ୟାସ କେତେ ସୁସ୍ଥ ତାହା ଜାଣିବା ମଧ୍ୟ ଜରୁରୀ।

4 easy tips to get rid of smartphone or mobile addiction in children
Parenting Tips: ଆପଣଙ୍କ ପିଲା ମୋବାଇଲ୍ ନିଶାରେ ପୀଡିତ କି… ଛଡାଇବାର ୪ ସହଜ ଉପାୟ

ମୋବାଇଲ୍ ନିଶା ପିଲାମାନଙ୍କର ଖାଲି କ୍ୟାରିୟର୍ ଉପରେ ପ୍ରଭାବ ପକାଉ ନାହିଁ, ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହି କାରଣରୁ ସାରା ଦେଶରେ ପିଲାମାନେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଏହି ନିଶା ଛଡାଇବାର ୪ ସହଜ ଉପାୟ।

If you want to make your child mentally sharp and intelligent do these 8 things
Parenting Tips: ଆପଣଙ୍କ ପିଲାଙ୍କୁ ସ୍ମାର୍ଟ ଆଉ ବୁଦ୍ଧିମାନ କରିବାକୁ ଚାହୁଥିଲେ ଏହି ୭ଟି ଟିପ୍ସ ଆପଣାନ୍ତୁ

ପିଲାମାନଙ୍କୁ ମାନସିକ ସ୍ତରରେ ତୀକ୍ଷ୍ଣ କରିବାକୁ ବାପାମାଆ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ସେମାନଙ୍କୁ ସୁସ୍ଥ ଖାଦ୍ୟ ଦିଅନ୍ତି। ସେମାନଙ୍କ ଉଚିତ ଯତ୍ନ ନିଅନ୍ତି। ଏତେସବୁ କରିବା ପରେ ମଧ୍ୟ ଅନେକ ପିଲା ଅଛନ୍ତି ଯେଉଁମାନେ ପଛରେ ପଡିଯାଆନ୍ତି। ଆପଣଙ୍କ ଯଦି ପିଲାଙ୍କୁ ସ୍ମାର୍ଟ ଆଉ ବୁଦ୍ଧିମାନ କରିବାକୁ ଚାହୁଛନ୍ତି ତେବେ ଏହି ୭ଟି ଟିପ୍ସ ଗ୍ରହଣ କରନ୍ତୁ।

Five parenting tips how to make your child emotionally strong
Parenting Tips: ଆପଣଙ୍କ ପିଲା ଟିକେ ଟିକେ କଥାରେ କାନ୍ଦିପକାଉଛି କି; ପିଲାଙ୍କୁ ଦୃଢ କରିବାକୁ ୫ଟି ଟିପ୍ସ

ଅନେକ ପିଲା ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ ଭବେ ଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ।

5 things to teach your child before starting college life
Parenting Tips: ଆପଣଙ୍କ ପିଲା ନୂଆକରି କଲେଜ ଯିବ କି… ଶିଖାନ୍ତୁ ଏହି ୫ କଥା; ହେବନି ବାଟବଣା

ନିଜ ପିଲାଙ୍କୁ କଲେଜକୁ ପଠାଇବା ପୂର୍ବରୁ ଅଭିଭାବକମାନେ କିଛି ଗୁରୁତ୍ୱପୂର୍ଣ୍ଣ କଥା ସେମାନଙ୍କୁ କହିବା ଉଚିତ୍, ଯାହାଫଳରେ ପିଲାଟି କଲେଜ ଜୀବନରେ ଦିଗହରା ହେବନି। ଆପଣଙ୍କ ପିଲା ଯଦି ପ୍ରଥମ ଥର ପାଇଁ କଲେଜ ଯିବାକୁ ପ୍ରସ୍ତୁତ ହେଉଛି ତେବେ ନିଜ ପିଲାକୁ କି ପରାମର୍ଶ ଦେବେ ଆସନ୍ତୁ ଜାଣିବା।

Never do these parenting mistakes with an angry child
Parenting Tips: ପିଲାଟି ରାଗିଥିବା ବେଳେ କରୁଛନ୍ତି କି ଏହି ୬ଟି ଭୁଲ୍; ହୋଇପାରେ ଖୁବ୍ ଅସୁବିଧା

ଆପଣ ଜାଣନ୍ତି କି ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ ନ କରିବେ? ଏହି ସମୟରେ ଅନେକ ବାପାମାଆ ୬ଟି ଭୁଲ୍ କରିଥାନ୍ତି। ଆସନ୍ତୁ ସେସବୁ ଜାଣିନେବା।

What is helicopter parenting and why is it bad for kids
Helicopter Parenting: ଆପଣ ପିଲାଙ୍କୁ ଦିନ-ରାତି ଜଗୁଛନ୍ତି କି… ହୋଇପାରେ ମାନସିକ ସମସ୍ୟା

ଅନେକ ବାପାମାଆ ଭାବନ୍ତି ଯେ ପିଲାଙ୍କୁ ଦିନ-ରାତି ନଜର ରଖିବା ଏକ ଭଲ ଅଭ୍ୟାସ। କିନ୍ତୁ ଏହା ବେଳେବେଳେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାମାନଙ୍କୁ ଅତ୍ୟଧିକ ମନିଟରିଂ ଏବଂ ନିୟନ୍ତ୍ରଣ କରିବାର ଅଭ୍ୟାସକୁ ଓଭର୍‌ ପ୍ୟାରେଣ୍ଟିଂ ବୋଲି କୁହାଯାଏ।

These are the 6 ways to make child obedient and safe
Parenting Tips: ଜିଦ୍‌ଖୋର୍ ପିଲାକୁ ୧୫ ମିନିଟ୍‌ରେ ବୁଝାଇବା ପାଇଁ ଜାଣନ୍ତୁ ଉପାୟ

ଅନେକ ରିସର୍ଚ୍ଚରୁ ଏହା ଜଣାଯାଇଛି ଯେ ଯଦି କୌଣସି ପିଲାକୁ ଗାଳି ଦିଆଯାଏ କିମ୍ବା ଅଧିକ ମାଡ ଦିଆଯାଏ, ତେବେ ସେ ଜିଦ୍‌ଖୋର ଏବଂ ରାଗି ହୋଇଯାଏ। ଏହା ବ୍ୟତୀତ ସେମାନଙ୍କ ଭିତରେ ନକରାତ୍ମକତା ମଧ୍ୟ ସୃଷ୍ଟି ହୁଏ। ଏପରି ପରିସ୍ଥିତିରେ, କିଛି ବାପାମାଆଙ୍କ ପାଇଁ ଟିପ୍ସର ଆବଶ୍ୟକତା ରହିଛି। ସେ ବିଷୟରେ ଜାଣିବା ଜରୁରୀ।

How to make your child physically fit and stronger keep these 5 things in mind
Parenting Tips: ପିଲାମାନଙ୍କୁ ଶକ୍ତିଶାଳୀ କରିବା ଚକ୍କରରେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ…

ପିଲାମାନେ ବଢିବା ସହିତ ପାଠ ପଢାପଢି ଏବଂ ଅନ୍ୟାନ୍ୟ କାମ ହେତୁ ସେମାନଙ୍କର ଶାରିରୀକ କାର୍ଯ୍ୟକଳାପ କମିଯାଏ। ଏହା ସେମାନଙ୍କର ଶାରିରୀକ ବୃଦ୍ଧି ଉପରେ ବହୁତ ପ୍ରଭାବ ପକାଇଥାଏ। ଯଦି ଆପଣ ନିଜ ପିଲାକୁ ଶକ୍ତିଶାଳୀ ଏବଂ ଫିଟ୍ କରିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷ ପ୍ରତି ନିହାତି ଧ୍ୟାନ ଦେବା ଜରୁରୀ।

Parenting teach your kids 5 essential friendship skills in early childhood
Parenting Tips: ଆପଣଙ୍କ ପିଲା କିପରି ବନ୍ଧୁ ତିଆରି କରିପାରିବେ ଏହି ୫ଟି ଉପାୟରେ ଶିଖାନ୍ତୁ

ମାନସିକ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦକ୍ଷତା ବୃଦ୍ଧି କରିବା ଆଜି ଏକ ଆବଶ୍ୟକତା ପାଲଟିଯାଇଛି। ତେବେ ପିଲାଦିନରୁ ହିଁ ଏହାକୁ ଶିଖାଇବା ଜରୁରୀ। ତେବେ ପିଲାମାନେ କିପରି ଅନ୍ୟମାନଙ୍କ ସହ ମିଶିବେ ସେନେଇ କେତେକ ଟିପ୍ସ ଜାଣିନେବା ଜରୁରୀ।

these parenting mistakes that are bad for children and spoil them
Parenting Tips: ବାପାମାଆଙ୍କର ଏହି ୪ଟି ଭୁଲ୍ ପିଲାମାନଙ୍କୁ କରିଦିଏ ଖରାପ; ଜାଣନ୍ତୁ ଏସବୁ କ’ଣ…

ପିଲାମାନଙ୍କର ଲାଳନ ପାଳନ ଉପାୟ ହିଁ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରେ, ନଚେତ ସେମାନଙ୍କୁ ନଷ୍ଟ କରିପାରେ। ବାପାମାଆଙ୍କ ଅଭ୍ୟାସ ଏବଂ ପିଲାମାନଙ୍କୁ ପ୍ରତିପୋଷଣର ତରିକା ହିଁ ପିଲାମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ବାପାମାଆଙ୍କ କେଉଁ ବ୍ୟବହାର ପିଲାମାନଙ୍କୁ ନଷ୍ଟ କରିବାରେ ସହାୟ ହୁଏ ସେ ବିଷୟରେ ଜାଣିନେବା।

effective parenting tips how to raise all rounder child
Parenting Tips: ଆପଣଙ୍କ ପିଲାକୁ ଅଲ୍‌ରାଉଣ୍ଡର୍ କରିବାକୁ ଚାହୁଛନ୍ତି କି… ଆପଣଙ୍କ ପାଇଁ ଟିପ୍ସ

କେଉଁ ବାପାମାଆ ବା ନ ଚାହାନ୍ତି ସେମାନଙ୍କ ପିଲା ଅଲ୍‌ରାଉଣ୍ଡର୍ ହେଉ ବୋଲି। ପିଲାମାନଙ୍କର ଉନ୍ନତ ବିକାଶ ପାଇଁ, ଅଧ୍ୟୟନରେ ଭଲ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କ ପାଇଁ କ୍ରୀଡା କିମ୍ବା ଅନ୍ୟାନ୍ୟ ଜିନିଷରେ ଅଂଶଗ୍ରହଣ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେବେ ପିଲାମାନଙ୍କର ଅଲ୍‌ରାଉଣ୍ଡ୍‌ ବିକାଶ ପାଇଁ କ’ଣ କରିବା ଜରୁରୀ ଆସନ୍ତୁ ଜାଣିବା।

Dry fruits for child mind work like chanakya
Parenting Tips: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହି ପାଞ୍ଚଟି ଜିନିଷ; ଚାଣକ୍ୟ ପରି କାମକରିବ ମୁଣ୍ଡ

ଡ୍ରାଏ ଫ୍ରୁଟ୍ସ କେବଳ ପିଲାର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ତାଙ୍କ ମସ୍ତିଷ୍କ ବିକାଶରେ ମଧ୍ୟ ସାହାଯ୍ୟ କରେ। ସେମାନେ କିଛି ଜିନିଷ ଉପରେ ଭଲଭାବେ ଧ୍ୟାନ ଦେବାକୁ ସକ୍ଷମ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ପିଲାମାନଙ୍କ ମସ୍ତିଷ୍କକୁ ଉନ୍ନତ କରିବା ପାଇଁ ଆପଣ ସେମାନଙ୍କ ଖାଦ୍ୟରେ କେଉଁ ଡ୍ରାଏ ଫ୍ରୁଟ୍ସ ସାମିଲ କରିବା ଉଚିତ।

How to deal with kids food tantrums to avoid crying
Parenting Tips: ପିଲାମାନେ ଖାଇବାକୁ ହଇରାଣ କରୁଛନ୍ତି କି… ଏହି ନଖରାମୀକୁ ଏଡାଇବା ପାଇଁ ୬ଟି ଉପାୟ

ବିଶେଷକରି ଖାଇବା ସମୟରେ ବାପାମାଆଙ୍କ ପାଇଁ ଛୋଟ ପିଲାମାନଙ୍କ ନଖରାମୀକୁ ପରିଚାଳନା କରିବା କଷ୍ଟକର ହୋଇପଡେ। ଏଭଳି ପରିସ୍ଥିତିରେ ପିଲା ଖାଇବା ବେଳେ ପ୍ରାୟ ପାଟି ବନ୍ଦ କରିଦିଅନ୍ତି। ସେମାନଙ୍କ ଏହି ନଖରାମୀକୁ ଏଡାଇବା ପାଇଁ ଜାଣନ୍ତୁ ୬ଟି ଉପାୟ।

5 ways to make your child cultured obedient
Parenting Tips: ପିଲାମାନଙ୍କୁ ନମ୍ର ଓ ଭଦ୍ର କରିବାକୁ ଚାହୁଁଛନ୍ତି କି… ଆପଣାନ୍ତୁ ଏହି ୫ ଉପାୟ

ଯଦି ଆପଣଙ୍କର ପିଲା ନକାରାତ୍ମକ ପ୍ରତିକ୍ରିୟା ଆରମ୍ଭ କରି ଦେଇଛନ୍ତି କିମ୍ବା ସଠିକ୍ ବ୍ୟବହାର କରୁନାହାଁନ୍ତି, ତେବେ ଏହା ନିଶ୍ଚିତ ଯେ ସେ ନକାରାତ୍ମକ ଶକ୍ତି ଦ୍ୱାରା ଘେରି ରହିଛନ୍ତି କିମ୍ବା ଅବସାଦରେ ପୀଡିତ ଅଛନ୍ତି। ଜାଣନ୍ତୁ କିପରି ଆଣିବେ ବାଟକୁ।

How to deal with stubborn kids here is four tips
Parenting Tips: ଆପଣଙ୍କ ପିଲା ଭାରି ଜିଦ୍‌ଖୋର କି; ଜାଣନ୍ତୁ କିପରି ସମ୍ଭାଳିବେ

ବେଳେବେଳେ ପିଲାମାନେ ସର୍ବସାଧାରଣ ସ୍ଥାନରେ ମଧ୍ୟ ଜିଦ୍ କରିବା ଆରମ୍ଭ କରନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଆପଣଙ୍କ ପିଲା ଯଦି ଏଭଳି ଜିଦ୍‌ଖୋର ହୋଇଥାନ୍ତି ତେବେ କିଛି ସହଜ ଟିପ୍ସ ସାହାଯ୍ୟରେ, ଆପଣ ସେମାନଙ୍କୁ ବୁଝେଇପାରିବେ।

5 tips how to make baby smart and intelligent
Parenting Tips: ପିଲାମାନଙ୍କୁ ବୁଦ୍ଧିମାନ କରିବାକୁ ଚାହୁଁଥିଲେ, ଗ୍ରହଣ କରନ୍ତୁ ଏହି ୫ ଟିପ୍ସ

ଆଜିର ପ୍ରତିଯୋଗିତାମୂଳକ ଯୁଗରେ କିଏ ବା ନିଜ ପିଲାମାନଙ୍କୁ ସ୍ମାର୍ଟ ଓ ବୁଦ୍ଧିମାନ କରିବାକୁ ନ ଚାହେଁ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସ ଉପରେ ନଜର ପକାନ୍ତୁ।

How to encourage children to like literature and avoid mobile
Parenting Tips: ଆପଣଙ୍କ ପିଲା ପଡିଗଲାଣି କି ଫୋନ୍ ନିଶାରେ; ଜାଣନ୍ତୁ କିପରି ଛଡେଇବେ

ଆଜିକାଲି ପିଲାମାନେ ଘଣ୍ଟା ଘଣ୍ଟା ଧରି ଫୋନକୁ ଦେଖୁଛନ୍ତି, ଫୋନ ଦେଖି ଦେଖି ଖାଉଛନ୍ତି, ଫୋନରେ ଗେମ୍ ଖେଳୁଛନ୍ତି ଏବଂ ଫୋନ ଦେଖି ଦେଖି ହିଁ ଶୋଉଛନ୍ତି। ଆପଣ ପିଲା ଯଦି ଏହି ଅଭ୍ୟାସରେ ପଡିଗଲାଣି ତେବେ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି ବୋଲି ଧରି ନିଅନ୍ତୁ। ଏହି ଅଭ୍ୟାସ କିପରି ଛଡେଇବେ ଜାଣନ୍ତୁ।

5 parenting tips child will not get angry or argue
Parenting Tips: ଆପଣଙ୍କ ପିଲା ବେଶି ରାଗୁଛନ୍ତି କି, ଆପଣାନ୍ତୁ ଏହି ୫ଟି ଟିପ୍ସ...

ବୟସ ବଢିବା ସହିତ ପିଲାମାନଙ୍କ ମଧ୍ୟରେ ଦୁଷ୍ଟାମି ଆଉ ଅଜବ ଗଜବ ପ୍ରକୃତି ଦେଖିବାକୁ ମିଳେ। ଅନେକ ବାପାମାଆ ଅଛନ୍ତି ପିଲାମାନଙ୍କ ଏଭଳି ମନୋବୃତ୍ତି ଦେଖି ସେମାନଙ୍କ ଉପରେ ରାଗନ୍ତି ବା ସେମାନଙ୍କୁ ପିଟନ୍ତି। କିନ୍ତୁ ବଢୁଥିବା ପିଲାମାନଙ୍କୁ ସେମାନଙ୍କୁ ଗାଳି ଦେଇ ନୀରବ କରିବା ପରିବର୍ତ୍ତେ ବୁଝାସୁଝା କରି ବାଟକୁ ଆଣିବା ଏକ ଉତ୍ତମ ବିକଳ୍ପ।

parenting father should teach his son these 6 values in early age
Parenting Tips: ପୁଅକୁ ବଡ ମଣିଷ କରିବାକୁ ହେଲେ ଶିଖାନ୍ତୁ ଏହି ୬ଟି କଥା; ପିଲା କେବେ ବି ହାରିବ ନାହିଁ

ପ୍ରତ୍ୟେକ ବାପାମାଆ ନିଜ ପୁଅ ପାଇଁ ଅଧିକ ଚିନ୍ତିତ ଥାଆନ୍ତି। ଯଦି ଆପଣ ନିଜ ପୁଅକୁ ପିଲାଦିନରୁ କିଛି କଥା ଏବଂ ମୂଲ୍ୟବୋଧ ଶିଖାଇବେ, ତେବେ ସେ ବଡ ହୋଇ ଲୋକଙ୍କଠାରୁ ସମ୍ମାନ ପାଇବ ଏବଂ ଅନ୍ୟମାନଙ୍କ ଭାବନାକୁ ମଧ୍ୟ ସମ୍ମାନ ଦେବ। ଆସନ୍ତୁ ସେମିତି କିଛି କଥା ଉପରେ ନଜର ପକେଇବା।