Advertisment

Mahakumbh Mela: “କୁମ୍ଭମେଳାରେ ମୋ ସ୍ତ୍ରୀ ୩ ଥର ହଜିଗଲା, ପୋଲିସ୍ ସବୁଥର ନେଇ ଆସିଲା”

ଯଦିଓ ଆଜିକାଲି ମେଳାରେ କେହି ହଜିବାର କାହାଣୀକୁ ନେଇ ଫିଲ୍ମ ହେଉନି, ତଥାପି ଏଭଳି ଘଟଣା ବାସ୍ତବ ଜୀବନରେ ଘଟୁଛି। ନିକଟରେ କୁମ୍ଭମେଳାକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତି ଏମିତି ଏକ ଘଟଣାର ସମ୍ମୁଖୀନ ହୋଇଛନ୍ତି ଆଉ କାହାଣୀକୁ ମଜ୍ଜାଳିଆ ଢଙ୍ଗରେ କହୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Man hilarious complaint about police locating his wife 3 times in mahakumbh

Man hilarious complaint about police locating his wife 3 times in mahakumbh

୭୦ ଓ ୮୦ ଦଶକର ଏମିତି ଅନେକ ବଲିଉଡ୍‌ ଫିଲ୍ମ ଅଛି ଯେଉଁଥିରେ ଆପଣ ନିଶ୍ଚୟ ଦେଖିଥିବେ ଯେ ଭାଇ-ଭଉଣୀ କୁମ୍ଭ ମେଳାରେ ଅଲଗା ହୋଇଯିବେ ଏବଂ ବର୍ଷ ବର୍ଷ ପରେ ସେମାନେ ପୁଣି ଭେଟ ହେବେ। ମେଳାରେ ଅଲଗା ହୋଇଥିବା ଭାଇମାନେ ପରସ୍ପରଙ୍କୁ କୌଣସି କଟା ଚିହ୍ନ ବା ଲକେଟ୍‌ରୁ ଚିହ୍ନୁଥିଲେ।

Advertisment

ଯଦିଓ ଆଜିକାଲି ଚଳଚ୍ଚିତ୍ରରେ ଏହିପରି କାହାଣୀ ଆଉ ଦେଖିବାକୁ ମିଳୁନି, ତଥାପି ଏଭଳି ଘଟଣା ବାସ୍ତବ ଜୀବନରେ ଘଟୁଛି। ନିକଟରେ କୁମ୍ଭମେଳାକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତି ଏହି ଏକ ଘଟଣାର ସମ୍ମୁଖୀନ ହୋଇଛନ୍ତି ଆଉ କାହାଣୀକୁ ମଜ୍ଜାଳିଆ ଢଙ୍ଗରେ କହୁଛନ୍ତି।

ତାଙ୍କର ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ବୃଦ୍ଧ ଜଣକ କୁହନ୍ତି, କୁମ୍ଭମେଳାରେ ତାଙ୍କ ପତ୍ନୀ କେତେ ଥର ହଜିଛନ୍ତି ଆଉ ପ୍ରତ୍ୟେକ ଥର ପୋଲିସ ତାଙ୍କୁ ଖୋଜିବାରେ ସାହାଯ୍ୟ କରିଛି।

Advertisment

ମଜ୍ଜାଳିଆ ଭିଡିଓ:

ଭାଇରାଲ୍ ଭିଡିଓରେ ମହାକୁମ୍ଭକୁ ଯାଇଥିବା ଜଣେ ବୃଦ୍ଧ ଲୋକ ନିଜେ ଏକ ଭିଡିଓ କରୁଥିବା ନଜର ଆସିଛନ୍ତି। ସେ ପ୍ରୟାଗରରେ ଭିଡ଼ ପରିଚାଳନା ବିଷୟରେ କହୁଥିବା ବେଳେ ଏବଂ ସିଷ୍ଟମକୁ ବହୁତ ଖରାପ ବୋଲି କହି ଚିନ୍ତା ପ୍ରକଟ କରିଛନ୍ତି। କାରଣ ପୂର୍ବରୁ ଯେତେବେଳେ ଲୋକମାନେ ପବିତ୍ର ସ୍ନାନ କରିବାକୁ ଯାଇ ହଜିଯାଉଥିଲେ, ବେଳେବେଳେ ଲୋକମାନେ ତାଙ୍କୁ ୧୦-୧୫ ବର୍ଷ ପରେ ପାଉଥିଲେ।

.

ବୃଦ୍ଧ ଜଣଙ୍କ ନିଜ କଥା କହିବାକୁ ଯାଇ କହିଛନ୍ତି ଯେ ସେ କୁମ୍ଭ ସ୍ନାନ ପାଇଁ ଯାଇଥିଲେ ଏବଂ ତାଙ୍କ ପତ୍ନୀ ତିନିଥର ହଜି ଯାଇଥିଲେ। ପ୍ରତ୍ୟେକ ଥର ପୋଲିସ ତାଙ୍କୁ ଅଧ ଘଣ୍ଟା ଭିତରେ ଖୋଜି ଆଣିଥିଲେ। ସବୁଠାରୁ ବଡ କଥା ହେଲା ଏସବୁ କହିବା ବେଳେ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିଲା। ବରଂ ସେ ଏସବୁ ହସି ହସି, ଥଟ୍ଟାମଜ୍ଜା କରି କରୁଥିଲେ। ମଜ୍ଜାରେ ସେ କହିଛନ୍ତି ଯେ “ମୁଁ ଭାବିଥିଲି ଯେ ମୁଁ କୌଣସି ପ୍ରକାରେ ବଞ୍ଚିଗଲି କିନ୍ତୁ ପ୍ରତ୍ୟେକ ଥର ସେ ଫେରି ଆସୁଥିଲା।”

ଏହି ଭିଡିଓଟି X ଆକାଉଣ୍ଟ @nshuklain ରେ ଶେୟାର କରାଯାଇଛି ଏବଂ ଖବର ଲେଖାହେବା ବେଳକୁ ଏହାକୁ ପ୍ରାୟ ୩୭୦K ଭିୟୁ ପାଇସାରିଥିଲା ଏବଂ ହଜାର ହଜାର ଲୋକ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି। ଲୋକମାନେ ଏହି ଭିଡିଓରେ ସ୍ମାଇଲ୍ ଇମୋଜି ଶେୟାର କରୁଛନ୍ତି। ଏଥି ସହିତ କିଛି ଲୋକ ମହାକୁମ୍ଭରେ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନିଜ ନିଜ ମତ ପ୍ରକାଶ କରୁଛନ୍ତି।

Viral Video Maha Kumbh Mela Mahakumbh 2025
Advertisment
Advertisment