କୁମ୍ଭ ମେଳାକୁ ଯାଉଥିବା ବେଳେ ରାସ୍ତାରେ ଛକି ରହିଥିଲେ ଯମରାଜ। ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ କାରଟି ନିୟନ୍ତ୍ରଣ ହରାଇବା ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ଡାକ୍ତରଖାନାରେ ବିରଳ ଚିକିତ୍ସା । ଜଣେ ୭ ବର୍ଷୀୟ ପିଲାର କ୍ଷତରେ ଷ୍ଟିଚ୍ ପକାଇବା ବଦଳରେ ଫେଭିକ୍ୱିକ୍ ଲଗାଇଦେଲେ ନର୍ସ ।
ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପୁରୁଣା ଘରେ ନିଆଁ ଲଗାଇ ଦେଇଛନ୍ତି ବିରୋଧୀ। ଏହି ଘଟଣାକୁ ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନିନ୍ଦା କରିଛନ୍ତି। ହସିନା କହିଛନ୍ତି ଆପଣ ଗୋଟିଏ ବିଲ୍ଡିଂକୁ ନିଶ୍ଚହ୍ନ କରି ପାରିବେ ମାତ୍ର ଇତିହାସକୁ ପରିବର୍ତ୍ତନ କରିବା ଅସମ୍ଭବ।
ଗରମ ପାଣିରେ ଗାଧୋଇବାର ଯେତିକି ଫାଇଦା ଅଛି, ସେତିକି ଅସୁବିଧା ମଧ୍ୟ ରହିଛି। ଅତ୍ୟଧିକ ଗରମ ପାଣି ଚର୍ମର ପ୍ରାକୃତିକ ଆର୍ଦ୍ରତାକୁ ନଷ୍ଟ କରିଦିଏ, ଯାହାଦ୍ୱାରା ଚର୍ମ ଡ୍ରାଏ (ଶୁଖିଲା) ହୋଇଯାଏ। ଏହା ଚର୍ମରେ ଜ୍ୱଳନ, କୁଞ୍ଚନ ଏବଂ ଫାଟ ସୃଷ୍ଟି କରିପାରେ।
ପାକିସ୍ତାନ ଓ ୟୁଏଇରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି। ଏହାର ବରିଷ୍ଠ ଖେଳାଳି ତଥା ବିଶ୍ବକପ ବିଜୟୀ ଅଧିନାୟକ ଚାମ୍ପିୟନ୍ସ ଟ୍ରଫି ଦଳରୁ ବାଦ ପଡିଛନ୍ତି। ବିଶ୍ବକପ ବିଜୟୀ ଦିନିକିଆ କ୍ରିକେଟ ଦଳର ଅଧିନାୟକ ପ୍ୟାଟ କମିନ୍ସ ବାଦ ପଡିଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାର ଆରମ୍ଭ ହୋଇଛି। ବିଦର୍ଭ କ୍ରିକେଟ ଆସୋସିଏସନରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି। ତେବେ ପ୍ରଥମ ଦିନିକିଆରେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅନୁପସ୍ଥିତି ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।
ଦୋକାନ ଖୋଲା ରହିଲେ ରାତିରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧୀମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଉଛନ୍ତି। ଏଣୁ ଏସବୁ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଆଜିଠାରୁ ଏହାକୁ କଡାକଡି ଭାବେ ପାଳନ୍ କରାଯିବା ନେଇ ନୋଟିସ ରେ ଉଲ୍ଲେଖ ରହିଛି।
ବେଆଇନ୍ ଭାବରେ ରହୁଥିବା ଭାରତୀୟଙ୍କୁ ଆମେରିକାରୁ ବିଦା କରିଛନ୍ତି ଟ୍ରମ୍ପ ସରକାର। ଏକ ଆମେରିକୀୟ ସାମରିକ ବିମାନ ପ୍ରାୟ ୧୦୪ ଜଣ ଭାରତୀୟ ନାଗରିକଙ୍କୁ ଆଣି ବୁଧବାର ଦିନ ଅମୃତସରରେ ଛାଡ଼ିଛି।
ସେତେବେଳେ ରାଷ୍ଟ୍ରପତି ଭବନ ନ ଥିଲା, ଥିଲା ଭାଇସରାୟ ହାଉସ । ଏହି ଭବନରେ ରହୁଥିଲେ ଇଂରେଜ ଶାସକ ଭାଇସରାୟ । ଡା.ରାଜେନ୍ଦ୍ର ପ୍ରସାଦ କୌଣସି ପରିସ୍ଥିତିରେ ଭାଇସରାୟ ରହୁଥିବା ଏହି ଘରେ ରହିବେ ବୋଲି । ଭାଇସରାୟଙ୍କ ପରେ ପ୍ରଥମ ଗଭର୍ଣ୍ଣର ଜେନରାଲ ରାଜଗୋପାଳଚାରୀ ଏହି ଘରେ ରହୁଥିଲେ । ଦେଶ ସ୍ୱାଧୀନ ହେବା ପରେ ରାଜେନ୍ଦ୍ର ପ୍ରସାଦ ଚାହୁଁଥିଲେ ଏହି ଭବନର ନାଁ ପରିବର୍ତ୍ତନ କରି ରାଷ୍ଟ୍ରପତି ଭବନ କରିବା ପାଇଁ । ତେଣୁ ସେ ଯେତେବେଳେ ଏହି ଘରକୁ ସିଫ୍ଟ ହେଲେ ପ୍ରଥମ କାମ ଭାବରେ ଏହାର ନାମ ପରିବର୍ତ୍ତନ କରିଥିଲେ ।
ପାକିସ୍ତାନରେ ହୁ ହୁ ହୋଇ ବୃଦ୍ଧି ପାଉଛି ଜନସଂଖ୍ୟା । 25 ବର୍ଷ ପରେ ଆମେରିକାକୁ ଟପି ବିଶ୍ୱର ତୃତୀୟ ଜନବହୁଳ ରାଷ୍ଟ୍ର ପାଲଟିବ ବୋଲି ଆକଳନ କରାଯାଉଛି ।
ସକାଳେ ଉଠୁ ଉଠୁ ଘର କୋଣରେ ବୁଢ଼ିଆଣି ଜାଲ ଦେଖିଦେଲେ ଜାଣିନିଅନ୍ତୁ ଆପଣଙ୍କୁ ଆର୍ଥିକ ଦୁର୍ଗତି ମାଡ଼ି ଆସୁଛି। ତେଣୁ ଘରେ ଏପରି ଜାଲ ହେବାକୁ ଦିଅନ୍ତୁ ନାହିଁ। ସମୟ ପୂର୍ବରୁ ଘରର ଉପର ଭାଗକୁ ସଫା କରି ନିଅନ୍ତୁ।
ରୋଗୀର କାଶ, ଛିଙ୍କରେ ଏବଂ ନାକର ସିଙ୍ଘାଣିରେ ଭୂତାଣୁମାନେ ଥାଆନ୍ତି । ରୋଗୀ ଛିଙ୍କିଲେ କି କାଶିଲେ ଭୂତାଣୁମାନେ ପବନ ମାଧ୍ୟମରେ ଯାଇ ସୁସ୍ଥ ଲୋକକୁ ଆକ୍ରାନ୍ତ କରନ୍ତି । ଏହା ଛଡା ରୋଗୀ ବ୍ୟବହାର କରିଥିବା ରୁମାଲ, ଗାମୁଛା, ଶେଜ ଜରିଆରେ ମଧ୍ୟ ଏହି ରୋଗ ବ୍ୟାପେ । ରୋଗୀ ସହ ହାତ ମିଳାଇଲେ ଏବଂ ବିନା ପ୍ରତିଷେଧକରେ ରୋଗୀ ସହ ଅତ୍ୟଧିକ ମିଳାମିଶା କଲେ ସୁସ୍ଥ ଲୋକ ମଧ୍ୟ ପ୍ରଭାବିତ ହେବେ ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ରାଷ୍ଟ୍ରପତି ଭାବେ ଆଉଥରେ ନିର୍ବାଚିତ ହେବା ପରେ ଟ୍ରାନ୍ସଜେଣ୍ଡରମାନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ।'ମହିଳା କ୍ରୀଡାରୁ ପୁରୁଷମାନଙ୍କୁ ବାଦ୍ ଦେବା' ଶୀର୍ଷକ ଏହି ଆଦେଶରେ କୁହାଯାଇଛି ଯେ ନ୍ୟାୟ ଏବଂ ଶିକ୍ଷା ବିଭାଗ ସମେତ ସଂଘୀୟ ଏଜେନ୍ସିଗୁଡ଼ିକୁ ଟ୍ରମ୍ପ ପ୍ରଶାସନର ନିୟମ ପାଳନ କରିବାକୁ ହେବ ।
ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ସ୍କୁଲର ତିନି ଜଣ ଶିକ୍ଷକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙକ ମାଆ ତିନି ଜଣ ଶିକ୍ଷକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି।
ରାଗିବା ଦ୍ୱାରା କର୍ଟିସୋଲ ହରମୋନର ସନ୍ତୁଳନ ବିଗିଡିଯାଏ। ଯାହା ପରେ ଅନେକ ଶାରିରୀକ ସମସ୍ୟା ଆଣିଥାଏ। ଚାପ ସମୟରେ ନିଜକୁ କିପରି ଶାନ୍ତ ରଖାଯାଏ, ଆସନ୍ତୁ ଏ ବିଷୟରେ ଜାଣିବା।
ରାତିରେ ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ। ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ଧାନମଣ୍ଡି-୩୨ ସ୍ଥିତ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ।
କିଛି ଛୋଟ ଛୋଟ ଜିନିଷ କେବଳ ଆପଣଙ୍କ ବ୍ୟକ୍ତିତ୍ୱକୁ ବଢାଏ ନାହିଁ ବରଂ ଲୋକମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରେ। ଯଦି ଆପଣ ଏହି ଭାଲେଣ୍ଟାଇନ୍ ସପ୍ତାହରେ କାହାକୁ ପ୍ରଭାବିତ କରିବାକୁ ଚାହାଁନ୍ତି, ତେବେ ଏହି ଅଭ୍ୟାସଗୁଡିକ ଗ୍ରହଣ କରିବା ଜରୁରୀ।
ଏକ ପୂର୍ଣ୍ଣ ଘର ପାଇଁ ସାଧାରଣତଃ ମୁଖ୍ୟ ଦ୍ୱାର, ଶୋଇବା ଘର, ପଢା ଘର, ରୋଷେଇ ଘର, ବୈଠକ ଖାନା, ବାଥ୍ରୁମ୍ ଆଦିର ଆବଶ୍ୟକ ହୋଇଥାଏ। ତେବେ ଏ ସବୁ କେଉଁ ଦିଗରେ ରହିଲେ ଶୁଭ ଫଳ ମିଳେ ତାହା ଜାଣିବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିବା।
କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ମାତ୍ର ୩,୦୦୦ ଟଙ୍କା ଦେଇ ବର୍ଷିକିଆ ଟୋଲ୍ ପାସ୍ ଜରିଆରେ ଯିବାଆସିବା କରିବାର ସୁବିଧା ମିଳିପାରିବ । ମାତ୍ର ୩୦,୦୦୦ ଟଙ୍କାରେ ୧୫ ବର୍ଷ ପାଇଁ ଲାଇଫଟାଇମ୍ ଟୋଲ ପାସ୍ ଉପଲବ୍ଧ ହେବ । ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କର ଖର୍ଚ୍ଚ କିଛି ପରିମାଣରେ କମ୍ ହୋଇପାରିବ ।
ଦିଲ୍ଲୀ ଦଙ୍ଗଲରେ ଏଥର ସାଫ୍ ହେଉଛି କି ଆମ୍ ଆଦମୀ ପାର୍ଟି ? କାହିଁକି ନା ମତଦାନ ସରିବା ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ୍ର ଆକଳନ କହୁଛି- ଏଥର ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି- ବିଜେପି ।
MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି ।
ଗୋଟିଏ ମାଲବାହୀ ଅଟୋ ଏବଂ ରାହୁଲ ଦ୍ରାବିଡଙ୍କ କାର ମଧ୍ୟରେ ଧକ୍କା ହେବା ଫଳରେ ଏମିତି ଘଟଣା ଘଟିଥିବା ଜଣାପଡିଛି । ଘଟଣା ସମୟରେ ଦ୍ରାବିଡ ନିଜେ ଡ୍ରାଇଭିଂ କରୁଥିଲେ ନା ଡ୍ରାଇଭର ଗାଡି ଚଳାଉଥିଲେ ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।
ମହାକୁମ୍ଭ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ଫେବୃଆରୀ ୬ରୁ ପ୍ରୟାଗରାଜ ଅଭିମୁଖେ ଗଡ଼ିବ । ଏହି ସ୍ପେଶାଲ ଟ୍ରେନ୍ ମାଧ୍ୟମରେ ହଜାର ହଜାର ଶ୍ରଦ୍ଧାଳୁ ଏହାର ଲାଭ ଉଠାଇପାରିବେ ।
ବିଦର୍ଭରେ ଗୁରୁବାର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଏକାଧିକ ବ୍ୟକ୍ତିଗତ ରେକର୍ଡ ଭାଙ୍ଗିବାର ସୁଯୋଗ ଜାଡେଜାଙ୍କ ନିକଟରେ ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିପାକ୍ଷିକ ଦିନିକିଆ ସିରିଜରେ ସର୍ବାଧିକ ୱିକେଟ ନେବାର ରେକର୍ଡ ଭାଙ୍ଗି ପାରନ୍ତି ଜାଡେଜା।