ପୁରୁଣା ରାଜେନ୍ଦ୍ରନଗର ଦୁର୍ଘଟଣା ପରେ ଏମସିଡି ନିୟମ ଉଲ୍ଲଂଘନ କରିଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଇଏଏସ୍ କୋଚିଂ ସେଣ୍ଟର ତଳ ମହଲାରେ ପାଣି ପଶିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ MCD ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ।
ବ୍ୟାଡ୍ ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ଐତିହାସିକ ସଫଳତା । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନ ସେମିକୁ ଏଣ୍ଟ୍ରି ।
UPSC ଚାହିଁଲେ କାହାର ପ୍ରାର୍ଥୀତ୍ୱକୁ ବାତିଲ କରିପାରିବ କି? ଯଦି ହଁ, ତେବେ କେଉଁ ପରିସ୍ଥିତିରେ UPSC ଜଣେ ପ୍ରାର୍ଥୀଙ୍କୁ ବାତିଲ କରିପାରିବ? ଆସନ୍ତୁ ସେ ବିଷୟରେ ଜାଣିବା।
ଭୂ-ସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର କେରଳର ୱାୟନାଡ୍ । ବିଷମ ପରିସ୍ଥିତି ସତ୍ତ୍ୱେ ମାଟି ଓ କାଦୁଅ ତଳୁ ଖୋଜା ଚାଲିଛି ଜୀବନ ।
ଅନେକ ଥର ଏମିତି ମଧ୍ୟ ହୁଏ ଯେ ଫୋନ୍ ହଠାତ୍ ପାଣିରେ ପଡିଯାଏ। ଏପରି ପରିସ୍ଥିତିରେ ସାଧାରଣତଃ ଲୋକମାନେ ଫୋନକୁ ଚାଉଳ ଭିତରେ ରଖିଦିଅନ୍ତି, କିନ୍ତୁ ଅଜାଣତରେ ଏହା କରି ଆପଣ ଏକ ବଡ ଭୁଲ କରନ୍ତି। ତେବେ ଆସନ୍ତୁ ଜାଣିବା ଯଦି ସ୍ମାର୍ଟଫୋନ୍ ବର୍ଷାରେ ଓଦା ହୋଇଯାଏ ତେବେ କ’ଣ କରିବା ଉଚିତ୍…
ସାନି ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। କହିଛନ୍ତି, ଦେଶରେ କେବଳ ପାଟନା ଓ ହଜାରିବାଗରେ ପେପର ଲିକ୍ ହୋଇଛି।
କେରଳ ମହାବିପର୍ଯ୍ୟୟକୁ ବିତିଗଲାଣି ଚାରି ଦିନ । କେମିତି ଅଛି କାଳରୂପୀ ଭୂସ୍ଖଳନରେ ବିଧ୍ବସ୍ତ ୱାୟନାଡ଼ ଜିଲ୍ଲା । ଜାଣିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଛି ଓଟିଭି ଟିମ୍ ।
କେରଳରୁ ଓଡ଼ିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁଙ୍କ ମରଶରୀର । ଜନ୍ମମାଟି ପୁରୀ ଜିଲ୍ଲା ଗୋପରେ ହେବ ଡାକ୍ତର ବିଷ୍ଣୁଙ୍କ ଶେଷକୃତ୍ୟ । ମେପ୍ପାଡ଼ିରେ ଚିକିତ୍ସାଧୀନ ପତ୍ନୀ ପ୍ରିୟଦର୍ଶିନୀ ଓ ବାନ୍ଧବୀ ସ୍ବୀକୃତି । ସାଙ୍ଗରେ ଯାଇଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମିଳୁନି ପତ୍ତା ।
କ୍ୟାଟ୍ରିନାଙ୍କ ଗୋଟିଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ ଘରେ ରହି ପିଲାର ଯତ୍ନ ନେବେ। ତେବେ ତାଙ୍କର ଏହି କଥାରୁ ଜଣାପଡୁଛି ସେ ବୋଧେ ବଲିଉଡ୍ ଦୁନିଆକୁ ବାଏ ବାଏ କରିବେ ଆଉ ପିଲାର ଦାୟିତ୍ୱ ନେବେ। ଏହା ସହିତ ସେ ହୁଏତ ଲଣ୍ଡନରେ ରହିପାରନ୍ତି।
ଶେଷଥର ପାଇଁ ଅଲିମ୍ପିକ୍ସରେ ଭାରତ ୧୯୭୨ ମସିହାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ୫୨ ବର୍ଷ ପରେ ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ, କଙ୍ଗାରୁ ଦଳକୁ ୩-୨ରେ ପରାସ୍ତ କରିଛି ।
ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।
ଶୁକ୍ରବାର ପ୍ୟାରିସ୍ ଅଲିମ୍ପିକ୍ସର ଷଷ୍ଠ ଦିନରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ।
ଆପଣ ଯଦି ସରକାରୀ କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। କର୍ମଚାରୀ ଚୟନ ଆୟୋଗ (SSC) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।
ରାତା ରାତି ଷ୍ଟାର ବନିଛନ୍ତି ମନୁ । ମନୁଙ୍କ ଆୟ ଲକ୍ଷରୁ କୋଟିରେ ପହଞ୍ଚିଛି । ସୂଚନା ଅନୁସାରେ ପାଖାପାଖି ୪୦ଟି ବ୍ରାଣ୍ତର ପ୍ରମୋସନ ପାଇଁ ମନୁଙ୍କୁ ଅଫର୍ ମିଳିଛି ।
ଜଣେ ସାମ୍ବାଦିକ ଜନ୍ ଆବ୍ରାହମ୍ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ କ୍ରୋଧିତ କରିଥିଲା। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଜାଣନ୍ତୁ ସାମ୍ବାଦିକଙ୍କ ଉପରେ ରାଗି କ’ଣ କହିଲେ ଜନ୍ ଆବ୍ରାହମ୍।
୨୦୨୧ ମସିହା କୋଭିଡ୍ ଲକଡାଉନ୍ ସମୟରେ ବାପା-ମାଆ ଏହି ଦୁଇ ଭାଇ ଭଉଣୀଙ୍କୁ ମୋବାଇଲ ଫୋନ୍ ଓ ଟିଭି ଦେଖିବାକୁ ବାରଣ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଏହି ଦୁଇ ଭାଇ ଭଉଣୀ ତାଙ୍କ ବାପା-ମାଆଙ୍କ ବିରୋଧରେ ଚନ୍ଦନନଗର ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ।
ନିଜର ପରିଚୟ ଗୋପନ ରଖିବାକୁ କହି ଜଣେ ସହକର୍ମୀ କହିଛନ୍ତି, ସ୍ୱପ୍ନିଲ ଯେତେବେଳେ ବି ସିନିଅର ଅଫିସରଙ୍କୁ ପ୍ରମୋସନ୍ କଥା କହନ୍ତି ସେତେବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ପଡ଼େ । ତେଣୁ ଏହି କାରଣ ପାଇଁ ମଧ୍ୟ ତାଙ୍କ ମନ ସବୁବେଳେ ଦୁଃଖିତ ଥିଲା ।
୨୦୧୧ରେ ଏହି ଘରକୁ US କନ୍ସୁଲେଟ୍ ରିଲୋକେଟ୍ କରିବାକୁ ଚାହିଁଲେ ଏବଂ ଲିଜ୍ ହସ୍ତାନ୍ତର କରିବାକୁ ଘୋଷଣା କଲେ । ସେପ୍ଟେମ୍ବର ୨୦୧୫ରେ ସାଇରସ ପୁନାୱାଲା ଏହି ଘରକୁ ୯୩୪ କୋଟି ଟଙ୍କାରେ କିଣିଲେ ।
ଜୁଲାଇ ୩୦ରେ ସେ ଲେଖିଥିଲେ କି, ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତନ୍ତି ତେବେ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ମାଗଣା ଭିସା ପଠାଇବି ।
କୁକୁରମାନେ ରକ୍ତ ଗନ୍ଧ ବାରି ସେଠାକୁ ଖୋଳି ତାଙ୍କ ମାଂସ ଖାଇବାକୁ ଲାଗିଲେ । ସୌଭାଗ୍ୟବଶତଃ ରୂପକିଶୋରଙ୍କ ଚେତା ଫେରିଥିଲା ଆଉ ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ ।
ମହାରାଣୀ ‘ୱୁ’ ଜେଟିୟାନ୍ଙ୍କ ଜନ୍ମ ୬୨୪ ଖ୍ରୀଷ୍ଟାବ୍ଦରେ ଶାଂକ୍ସି ପ୍ରଦେଶରେ ହୋଇଥିଲା । ତାଙ୍କ ପିତା ଜଣେ କାଠ ବ୍ୟବସାୟୀ ଥିଲେ । ସେ ପିଲାଦିନରୁ ବହୁତ ବୁଦ୍ଧିମାନ ଥିଲେ । ୧୪ ବର୍ଷ ବୟସରେ ସେ ଟାଙ୍ଗ କୋର୍ଟରେ ସଚିବ ହୋଇଥିଲେ।
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କ’ଣ ଚାଲିଛି ? ଉଭୟଙ୍କ ମଧ୍ୟରେ ମତଭେଦ ରହିଛି କି ? ନା ଏହା କେବଳ ଗୁଜବ ? ଏହି ସବୁ ପ୍ରଶ୍ନର ଉତ୍ତର ଫ୍ୟାନ୍ସମାନେ ଜାଣିବାକୁ ଚାହାଁନ୍ତି ।
ନିଟ୍ ୟୁଜି ପେପର ଲିକ୍ ମାମଲାରେ ପ୍ରଥମ ଚାର୍ଜସିଟ୍ ଦାଖଲ କଲା ସିବିଆଇ । ଚାର୍ଜସିଟରେ ୧୩ ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ ରହିଛି।
ୱାୟନାଡ ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତରଙ୍କ ମିଳିଲା ମୃତଦେହ । ଆସନ୍ତାକାଲି ଓଡ଼ିଶା ଆସିପାରେ ମୃତ ବିଷ୍ଣୁ ପ୍ରସାଦଙ୍କ ମରଶରୀର । ବୁଲିବାକୁ ଯାଇ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମରଶରୀର ଘରକୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ଅଲିମ୍ପିକ୍ସ ଅଂଶଗ୍ରହଣର ସ୍ବପ୍ନ ଆଗରେ ଅନେକ ଆହ୍ବାନ ପଛରେ ପଡ଼ିଯାଇଥାଏ । ଏହି ଧାରାରେ ସାମିଲ ହୋଇ ଜଣେ ଇଜିପ୍ଟ ଖେଳାଳି ୭ ମାସର ଗର୍ଭବତୀ ଥାଇ ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇ ଚର୍ଚ୍ଚାକୁ ଆସିଛନ୍ତି ।