/odishatv-khabar/media/post_attachments/uploadimage/library/16_9/16_9_0/iphone_1726824798.jpg)
iphone
ଆଜିଠାରୁ ଆରମ୍ଭ ହୋଇଛି ଆପଲ୍ ଆଇଫୋନ୍ ୧୬ ସିରିଜ୍ ବିକ୍ରି । ସେପ୍ଟେମ୍ବର ୯ରେ ଆପଲ୍ ପକ୍ଷରୁ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ ହୋଇଥିଲା । ତେବେ ବିକ୍ରି ଆରମ୍ଭ ହେବା ମାତ୍ରେ ମୁମ୍ବାଇର ବିକେସୀ ସ୍ଥିତ ଆପଲ୍ ଷ୍ଟୋରରେ ଆଇଫୋନ୍ ପ୍ରେମୀଙ୍କ ଏକ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଆପଲ୍ ଷ୍ଟୋର ଖୋଲିବା ମାତ୍ରେ ଆଇଫୋନ୍ ୧୬ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତି କି ଆପଲ୍ ଷ୍ଟୋର ବାହାରେ ଲୋକମାନେ ଦୌଡୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: ମ୍ୟାକ୍ବୁକ୍ ଠାରୁ ଆଇଫୋନ୍, ଆପଲ୍ର କିଛି ବି ଡିଭାଇସ୍ ବ୍ୟବହାର କରୁଥିଲେ ସାବଧାନ୍ !
ସେପ୍ଟେମ୍ବର ୯ରେ କମ୍ପାନୀ ଆଇଫୋନ୍ ୧୬ ସିରିଜର ଚାରୋଟି ମଡେଲ୍ ଲଞ୍ଚ କରିଥିଲା । ଏଥିରେ ଆଇଫୋନ୍ ୧୬, ଆଇଫୋନ୍ ୧୬ ପ୍ଲସ୍, ଆଇଫୋନ୍ ୧୬ ପ୍ରୋ ଏବଂ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ଅନ୍ତର୍ଭୁକ୍ତ । ଏହା ପ୍ରଥମ ଥର ଯେତେବେଳେ ପୁରୁଣା ମଡେଲ ତୁଳନାରେ କମ୍ ମୂଲ୍ୟରେ ଆଇଫୋନର ଏକ ନୂଆ ମଡେଲ ଲଞ୍ଚ କରାଯାଇଛି । ଏହି ଫୋନରେ ଅନେକ ନୂତନ ଏବଂ ଉତ୍କୃଷ୍ଟ ଫିଚର୍ ଅର୍ନ୍ତଭୁକ୍ତ କରାଯାଇଛି ।
ଆଇଫୋନ୍ ୧୬ର ପ୍ରାରମ୍ଭିକ ମୂଲ୍ୟ ₹ ୭୯,୯୦୦, ଯାହା ୧୨୮GB ଷ୍ଟୋରେଜ୍ ସହିତ ଆସିଥାଏ । ଏହି ମଡେଲ ୨୫୬ GB ଏବଂ 512 GB ଷ୍ଟୋରେଜ ସହ ମଧ୍ୟ ଉପଲବ୍ଧ, ଯାହାର ମୂଲ୍ୟ ଯଥାକ୍ରମେ ₹ ୮୯,୯୦୦ ଏବଂ ₹ ୧,୦୯,୯୦୦। ସେହିପରି ଆଇଫୋନ୍ ୧୬ ପ୍ଲସ୍ର ମୂଲ୍ୟ ₹ ୮୯,୯୦୦ରୁ ଆରମ୍ଭ ହେଉଛି ଏବଂ ଏହାର ୨୫୬ GB ଏବଂ ୫୧୨ GB ଷ୍ଟୋରେଜର ମୂଲ୍ୟ ଯଥାକ୍ରମେ ₹ ୯୯,୯୦୦ ଏବଂ ୧,୧୯,୯୦୦ ରହିଛି ।
ସେହିପରି ଆଇଫୋନ୍ ୧୬ ପ୍ରୋର ପ୍ରାରମ୍ଭିକ ମୂଲ୍ୟ ୧,୧୯,୯୦୦ ରହିଛି । ୧୨୮ ଜିବି, ୨୫୬ ଜିବି, ୫୧୨ ଜିବି ଏବଂ ୧ ଟିବି ଭ୍ୟାରିଆଣ୍ଟ ଉପଲବ୍ଧ ଅଟେ । ଯାହାର ମୂଲ୍ୟ ୧,୨୯,୯୦୦, ୧,୪୯,୯୦୦ ଏବଂ ୧,୬୯,୯୦୦ ଅଟେ । ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୪୪,୯୦୦ରୁ ଆରମ୍ଭ ହେଉଛି । ଏହାର ୫୧୨ ଜିବି ଏବଂ ୧ ଟିବି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୧,୬୪,୯୦୦ ଏବଂ ୧,୮୪,୯୦୦ ଅଟେ ।
VIDEO | Huge crowd gathers outside an Apple store in Mumbai as the new iPhone 16 series goes on sale from today.
(Full video available on PTI Videos - https://t.co/n147TvqRQz) pic.twitter.com/rA61tyivaY
— Press Trust of India (@PTI_News) September 20, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)