ଭୁଲିଯିବା ସମସ୍ୟା, ଠିକ୍ ସମୟରେ କୌଣସି ଜିନିଷ କିମ୍ବା କାହାର ନାଁ ମନେ ନ ପଡିବା ଏହା ଏକ ସ୍ୱାଭାବିକ କଥା। କିନ୍ତୁ ଯଦି ବାରମ୍ବାର ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଏବଂ ଏହା ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରେ, ତେବେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ଏହା କିଛି ନ୍ୟୁରୋ-ସାଇକିଆଟ୍ରିକ୍ ସମସ୍ୟା ହେତୁ ମଧ୍ୟ ହୋଇପାରେ।