Advertisment

ତିରୁପତି ତିରୁମାଲା ପ୍ରସାଦକୁ ନେଇ ହଇଚଇ: ଲଡୁ ପାଇଁ ବ୍ୟବହୃତ ଘିଅରେ ଚର୍ବି ଅଂଶ ଠାବ !

ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ।

author-image
Sujit kumar Swain
ଅଦ୍ୟତନ ହୋଇଛି
Tirupati laddoos

Tirupati laddoos

ତିରୁପତି ତିରୁମାଲା ପ୍ରସାଦରେ ପଶୁ ଚର୍ବି ମିଶୁଥିବା ଅଭିଯୋଗକୁ ନେଇ ଆନ୍ଧ୍ରପ୍ରଦେଶରେ ହଇଚଇ। ଲଡ଼ୁ ପାଇଁ ବ୍ୟବହୃତ ଘିଅରେ ବିଫ୍ ଚର୍ବି ଓ ମାଛ ତେଲ ମିଶା ଯାଉଥିବା ନେଇ ଶାସକ ଟିଡିପିର ଅଭିଯୋଗ। 

Advertisment

ଘିଅର ଲ୍ୟାବ୍ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣି ପୂର୍ବ ସରକାରକୁ ନିଶାନା। ଗୁଜରାଟର ସେଣ୍ଟର୍ ଅଫ୍ ଆନାଲିସିସ୍ ଆଣ୍ଡ୍ ଲର୍ଣ୍ଣିଂ ଇନ୍ ଲାଇଭଷ୍ଟକ ଆଣ୍ଡ୍ ଫୁଡ୍ ବା କାଫ୍ ନାମକ ଏକ ଲାବ୍ରୋଟରିର ଜୁଲାଇ ୧୭ର ଏହି ଟେଷ୍ଟ ରିପୋର୍ଟ ସାମ୍ନାକୁ ଆଣିଛି ଟିଡିପି। 

ଯେଉଁଥିରେ ଦର୍ଶାଯାଇଛି ଯେ, ଏଥିରେ ଗୋଦୁଗ୍ଧ ବ୍ୟତୀତ ଅନ୍ୟ ଚର୍ବି ମଧ୍ୟ ମିଶିଥାଇପାରେ ବୋଲି ସନ୍ଦେହ ପ୍ରକାଶ କରାଯାଇଛି । ଏଥିରେ ମାଛତେଲ, ବିଫ୍ ଚର୍ବି ଓ ଲାର୍ଡ ମିଶିଥାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ଲାର୍ଡ ହେଉଛି ଘୁଷୁରୀ ମାଂସରୁ ସଂଗୃହିତ ଏକ ପ୍ରକାର ଚର୍ବି। 

Advertisment

ଗତକାଲି ନିଜେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ପ୍ରସଙ୍ଗ ଉଠାଇ YSR କଂଗ୍ରେସ ଓ ଜଗନମୋହନ ରେଡ୍ଡିଙ୍କୁ ଟାର୍ଗେଟ କରିଥିଲେ । ଆଜି ଲାବ୍ ରିପୋର୍ଟ ସାମ୍ନାକୁ ଆଣି ଏହା ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ବୋଲି ଅଭିଯୋଗ କରିଛି ଟିଡିପି । ତେବେ YSR କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ TDP ରାଜନୈତିକ ଫାଇଦା ପାଇଁ ମିଛ କହୁଛି ବୋଲି ପକ୍ଷ ରଖିଛି। 

Tirupati Temple Beef
Advertisment
Advertisment