Advertisment

ଛାଡ଼ପତ୍ର ପାଇଁ କୋର୍ଟ ଆସିଥିଲେ ଦମ୍ପତି; ଜଜ୍‌ କହିଲେ, ପ୍ରଥମେ ସ୍ୱାମିଜୀଙ୍କୁ ଭେଟ...

ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ।

author-image
Sonali Ojha
ଅଦ୍ୟତନ ହୋଇଛି
Gavisiddeshwara Swamiji o

Gavisiddeshwara Swamiji

ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। କୋର୍ଟରେ ଏପରି ଅନେକ ମାମଲା ପଡି ରହିଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ। ଜଜ୍‌ ନିଜେ ମାମଲାର ସମାଧାନ ନ କରି ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ଦମ୍ପତିଙ୍କୁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ଭେଟିବାକୁ ପରାମର୍ଶ ଦେଇଛନ୍ତି।

Advertisment

କର୍ଣ୍ଣାଟକ ହାଇକୋର୍ଟର ଧାରୱାଡ ବେଞ୍ଚ ଛାଡପତ୍ର ବିବାଦର ସମାଧାନ ପାଇଁ ଆଧ୍ୟାତ୍ମିକ ଗୁରୁ ଗାଭି ସିଦ୍ଧେଶ୍ୱର ସ୍ୱାମୀଙ୍କୁ ଭେଟିବାକୁ ପରାମର୍ଶ ଦେଇଛନ୍ତି। ଗାଭି ସିଦ୍ଧେଶ୍ୱର ସ୍ୱାମୀ ହେଉଛନ୍ତି ଗାଭି ମଠର ମୁଖ୍ୟ। ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ତାଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ସହ ତୁଳନା କରି ବିବାଦର ସମାଧାନ ପାଇଁ ତାଙ୍କ ସାହାଯ୍ୟ ନିଆଯାଇପାରିବ ବୋଲି କହିଛନ୍ତି। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ପୂର୍ବରୁ ମନୋବୈଜ୍ଞାନିକମାନଙ୍କ ସହିତ ପରାମର୍ଶ କରିଥିଲେ।

ଜଷ୍ଟିସ ଦୀକ୍ଷିତ କହିଛନ୍ତି ଯେକୌଣସି ବିବାହରେ ସମସ୍ୟା ଦେଖାଦେବା ଅତି ସାଧାରଣ କଥା। ବୁଧବାର ଶୁଣାଣି ସମୟରେ ବିଚାରପତି କହିଛନ୍ତି, ସ୍ୱାମୀ-ସ୍ତ୍ରୀ ଛୋଟ ଛୋଟ ପ୍ରସଙ୍ଗରେ ଅଲଗା ହେବା ଠିକ୍ ନୁହେଁ। କୌଣସି ରାସ୍ତା ସିଧା ନୁହେଁ। ଆମକୁ ସେଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡିବ ଏବଂ ସତର୍କତାର ସହିତ ଆଗକୁ ବଢିବାକୁ ପଡିବ। ପରିବାର ମଧ୍ୟ ଠିକ୍ ଏହିପରି। ଏଠି ବି ଲୋକଙ୍କ ମଧ୍ୟରେ ସର୍ବଦା ମତଭେଦ ଏବଂ ପାର୍ଥକ୍ୟ ରହିଥାଏ । କିନ୍ତୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବା ବୁଦ୍ଧିମାନର କାମ।

Advertisment

କୋର୍ଟଙ୍କ ପରାମର୍ଶ କ୍ରମେ ସ୍ୱାମୀ କହିଛନ୍ତି ଯେ ସେ ସିଦ୍ଧଲିଙ୍ଗେଶ୍ୱର ସ୍ୱାମୀଜୀଙ୍କୁ ଭେଟିବେ। ସେହିପରି ପତ୍ନୀ କହିଛନ୍ତି ଯେ ସେ ଗାଭିସିଦ୍ଧେଶ୍ୱର ସ୍ୱାମୀଜୀଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି। ଏହାପରେ ଜଷ୍ଟିସ ଦୀକ୍ଷିତ ଶ୍ରୀ ଗାଭିସିଦ୍ଧେଶ୍ୱର ସ୍ୱାମୀଙ୍କୁ ଭେଟିବାକୁ ପରାମର୍ଶ ଦେଇଛନ୍ତି। ସ୍ୱାମିଜୀଙ୍କ ସହଯୋଗୀ ଶାରୁନୁ ଶେଟ୍ଟର କହିଛନ୍ତି ଯେ କୋର୍ଟଙ୍କ ଏହି ନିର୍ଦ୍ଦେଶ ବିଷୟରେ ସେ ଅବଗତ ଅଛନ୍ତି। ତେବେ ହିନ୍ଦୁ ବିବାହ ଆଇନର ଧାରା ୧୩- ବି ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ପାଇଁ ବ୍ୟବହୃତ ହୁଏ ।ଏହା ବ୍ୟତୀତ ବିବାଦର ସମାଧାନ ପାଇଁ ୬ ମାସ ସମୟ ମଧ୍ୟ ଦିଆଯାଇଛି। ଯଦି ଏକ ବର୍ଷରୁ ଅଧିକ ସମୟ ଧରି ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଥା’ନ୍ତି, ତେବେ ଛାଡପତ୍ର ପାଇଁ ଆବେଦନ କରାଯାଇପାରିବ।

Divorce
Advertisment
Advertisment