• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୁଟକେସ୍‌ରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚେନ୍ନାଇରେ । ପୋଲିସ୍‌ର ସୂଚନା ଅନୁସାରେ, ଏହି ଅଞ୍ଚଳରେ ଜଣେ ସ୍ଥାନୀୟ ଲୋକ ଏକ ସୁଟକେସ୍‌ରୁ ରକ୍ତ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସୁଟକେସ ମଧ୍ୟରୁ ଜଣେ ମହିଳାଙ୍କ କଟା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହି ମାମଲାରେ ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ମଣି ବୋଲି ଜଣାପଡିଛି । ଯେଉଁଠାରେ ସୁଟକେସ୍‌ ଉଦ୍ଧାର କରାଯାଇଥିଲା ସେହି ସ୍ଥାନଠାରୁ ମଣି ୧୦୦ ମିଟର ଦୂରରେ ରୁହନ୍ତି । ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।

ଚେନ୍ନାଇର କୁମାରାନ୍ କୁଡିଲର ଜଣେ ବାସିନ୍ଦା ସକାଳ ପ୍ରାୟ ୫.୩୦ରେ ଥୋରାଇପକ୍କାମ ଅଞ୍ଚଳରେ ପଡ଼ିଥିବା ପରିତ୍ୟକ୍ତ ସୁଟକେସ ବିଷୟରେ ପୋଲିସକୁ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now