• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଇଫୋନ୍‌ କ୍ରେଜ୍‌ ! ଲଞ୍ଚ ହେଉ ହେଉ ଆଇଫୋନ୍‌ କିଣିବା ପାଇଁ ପ୍ରବଳ ଭିଡ଼ । ଏମିତି ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଶୁକ୍ରବାର ଦିନ ତମାମ ଏଭଳି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତିକି ଗତ କିଛି ଦିନ ହେବ ଆଇଫୋନ୍‌କୁ ନେଇ ଅଗଣିତ ରିଲ୍‌ସ ଦେଖିବାକୁ ମିଳୁଛି ।

ତେବେ ଏସବୁ ଭିତରେ ଆଇଫୋନ୍‌ କ୍ରେଜ୍‌ର ଏକ ନୂଆ ଫର୍ଦ୍ଦ ଆମ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଆଇଫୋନ୍‌ ୧୬ ପାଇଁ ଧାଡ଼ିରେ ପ୍ରାୟ ୨୧ ଘଣ୍ଟା ଧରି ଛିଡ଼ା ହୋଇଥିଲେ । ତାପରେ ସେ ଆଇଫୋନ୍‌ ପାଇବାରେ ସଫଳ ହୋଇଥିଲେ । ଏହି ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ଖାଲି ୨୧ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଛନ୍ତି ତାହା ନୁହେଁ ।

ଆହୁରି ରୋଚକ କଥା ହେଲା, ବ୍ୟକ୍ତି ଜଣକ ଏହି ଆଇଫୋନ୍‌ ୧୬ ପାଇଁ ପୂର୍ବଦିନଠୁ ଆହମ୍ମଦାବାଦରୁ ମମ୍ବାଇ ଆସିଥିଲେ । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା ଆପଲ ଷ୍ଟୋରରେ ଆଇଫୋନ୍‌ ୧୬ ଲଞ୍ଚ ହେବା ପରେ ପ୍ରଥମ ବ୍ୟକ୍ତି ଭାବେ ସେ ପ୍ରବେଶ କରିଥିଲେ । ଏଥିପାଇଁ ତାଙ୍କୁ ୨୧ ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥିଲା । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉଜ୍ଜଲ ଶାହା ।

ତେବେ ଆଜିଠାରୁ ଆରମ୍ଭ ହୋଇଛି ଆପଲ୍‌ ଆଇଫୋନ୍‌ ୧୬ ସିରିଜ୍‌ ବିକ୍ରି । ସେପ୍ଟେମ୍ବର ୯ରେ ଆପଲ୍‌ ପକ୍ଷରୁ ଆଇଫୋନ୍‌ ୧୬ ସିରିଜ୍‌ ଲଞ୍ଚ ହୋଇଥିଲା । କିନ୍ତୁ ବିକ୍ରି ଆରମ୍ଭ ହେବା ମାତ୍ରେ ମୁମ୍ବାଇର ବିକେସୀ ସ୍ଥିତ ଆପଲ୍‌ ଷ୍ଟୋରରେ ଆଇଫୋନ୍‌ ପ୍ରେମୀଙ୍କ ଏକ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ଆପଲ୍‌ ଷ୍ଟୋର ଖୋଲିବା ମାତ୍ରେ ଆଇଫୋନ୍‌ ୧୬ କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏମିତି କି ଆପଲ୍‌ ଷ୍ଟୋର ବାହାରେ ଲୋକମାନେ ଦୌଡୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ସେପ୍ଟେମ୍ବର ୯ରେ କମ୍ପାନୀ ଆଇଫୋନ୍ ୧୬ ସିରିଜର ଚାରୋଟି ମଡେଲ୍ ଲଞ୍ଚ କରିଥିଲା । ଏଥିରେ ଆଇଫୋନ୍ ୧୬, ଆଇଫୋନ୍ ୧୬ ପ୍ଲସ୍, ଆଇଫୋନ୍ ୧୬ ପ୍ରୋ ଏବଂ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ ଅନ୍ତର୍ଭୁକ୍ତ । ଏହା ପ୍ରଥମ ଥର ଯେତେବେଳେ ପୁରୁଣା ମଡେଲ ତୁଳନାରେ କମ୍ ମୂଲ୍ୟରେ ଆଇଫୋନର ଏକ ନୂଆ ମଡେଲ ଲଞ୍ଚ କରାଯାଇଛି । ଏହି ଫୋନରେ ଅନେକ ନୂତନ ଏବଂ ଉତ୍କୃଷ୍ଟ ଫିଚର୍‌ ଅର୍ନ୍ତଭୁକ୍ତ କରାଯାଇଛି ।

ଆଇଫୋନ୍ ୧୬ର ପ୍ରାରମ୍ଭିକ ମୂଲ୍ୟ ₹ ୭୯,୯୦୦, ଯାହା ୧୨୮GB ଷ୍ଟୋରେଜ୍ ସହିତ ଆସିଥାଏ । ଏହି ମଡେଲ ୨୫୬ GB ଏବଂ ୫୧୨ GB ଷ୍ଟୋରେଜ ସହ ମଧ୍ୟ ଉପଲବ୍ଧ, ଯାହାର ମୂଲ୍ୟ ଯଥାକ୍ରମେ ₹ ୮୯,୯୦୦ ଏବଂ ₹ ୧,୦୯,୯୦୦। ସେହିପରି ଆଇଫୋନ୍ ୧୬ ପ୍ଲସ୍‌ର ମୂଲ୍ୟ ₹ ୮୯,୯୦୦ରୁ ଆରମ୍ଭ ହେଉଛି ଏବଂ ଏହାର ୨୫୬ GB ଏବଂ ୫୧୨ GB ଷ୍ଟୋରେଜର ମୂଲ୍ୟ ଯଥାକ୍ରମେ ₹ ୯୯,୯୦୦ ଏବଂ ୧,୧୯,୯୦୦ ରହିଛି ।

ସେହିପରି ଆଇଫୋନ୍‌ ୧୬ ପ୍ରୋର ପ୍ରାରମ୍ଭିକ ମୂଲ୍ୟ ୧,୧୯,୯୦୦ ରହିଛି । ୧୨୮ ଜିବି, ୨୫୬ ଜିବି, ୫୧୨ ଜିବି ଏବଂ ୧ ଟିବି ଭ୍ୟାରିଆଣ୍ଟ ଉପଲବ୍ଧ ଅଟେ । ଯାହାର ମୂଲ୍ୟ ୧,୨୯,୯୦୦, ୧,୪୯,୯୦୦ ଏବଂ ୧,୬୯,୯୦୦ ଅଟେ । ଆଇଫୋନ୍‌ ୧୬ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୪୪,୯୦୦ରୁ ଆରମ୍ଭ ହେଉଛି । ଏହାର ୫୧୨ ଜିବି ଏବଂ ୧ ଟିବି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୧,୬୪,୯୦୦ ଏବଂ ୧,୮୪,୯୦୦ ଅଟେ ।

OTV is now on Whatsapp

Join and get latest news update delivered to you via whatsapp

Join Now