• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣଙ୍କ ଟୁଥବ୍ରସ୍‌ ବି ଆପଣଙ୍କୁ ଅସୁସ୍ଥ କରିପାରେ । ଆଶ୍ଚର୍ଯ୍ୟ ହେଲେ କି ? ଆଜ୍ଞା ହଁ ଯେଉଁ ଟୁଥବ୍ରସ୍‌ରେ ଆମେ ନିଜର ଦାନ୍ତ ସଫା କରିଥାଉ, ସେହି ଟୁଥ୍‌ବ୍ରସ୍‌ ବି ଆମକୁ ଅସୁସ୍ଥ କରିପାରେ । ଯେତେବେଳେ ଆମେ କୌଣସି ଟୁଥବ୍ରସ୍‌କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ବ୍ୟବହା କରିଥାଉ, ସେତେବେଳେ ଏହା କ୍ଷତିକାରକ ହୋଇଯାଏ । ଏହି ଟୁଥବ୍ରସ୍‌ରେ ୧.୨ ମିଲିୟନ୍‌ରୁ ଅଧିକ ଜୀବାଣୁ ରହିଥାନ୍ତି ।

ନ୍ୟୁୟର୍କ ଷ୍ଟେଟ୍ ଡେଣ୍ଟାଲ୍ ଜର୍ନାଲ୍ ରିପୋର୍ଟରେ କୁହାଯାଇଛି ଯେ, ଏହି ବ୍ୟାକ୍ଟେରିଆ ପ୍ରାୟ ୭୦% ଟୁଥବ୍ରସ୍‌ରେ ଦେଖିବାକୁ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇ ପାରେ ଏବଂ ଜୀବାଣୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ତେଣୁ ଟୁଥବ୍ରସ୍‌କୁ ସଠିକ୍‌ ଭାବେ ଷ୍ଟୋର କରି ରଖିବା ଉଚିତ୍‌ ଏବଂ ଏହାକୁ ବ୍ୟବହାର କରିବା ପୂର୍ବରୁ ସଫା କରାଯିବା ଉଚିତ୍ ।

କେତେ ଦିନ ପରେ ଟୁଥ୍‌ବ୍ରସ୍‌ ବଦଳାଇବା ଉଚିତ୍ ?

ଇଂଲଣ୍ଡର ମଞ୍ଚେଷ୍ଟର ୟୁନିଭରସିଟିରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁଯାୟୀ, ଟୁଥ୍‌ବ୍ରସ୍‌ରେ ଇଚେରିଚିଆ କୋଲି ଯଥା ଇ.କୋଲି ଜୀବାଣୁ ରହିପାରେ, ଯାହାଦ୍ୱାରା ବାନ୍ତି ଭଳି ସମସ୍ୟା ବି ଉପୁଜିପାରେ । ଷ୍ଟେଫିଲୋକୋସି ବ୍ୟାକ୍ଟେରିଆ ହେବାର ଆଶଙ୍କା ମଧ୍ୟ ରହିପାରେ, ଯାହାକି ଚର୍ମ ରୋଗର କାରଣ ହୋଇପାରେ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତି ତିନି ମାସରେ ଟୁଥ୍‌ବ୍ରସ୍‌ ପରିବର୍ତ୍ତନ କରାଯିବା ଉଚିତ୍ । ଏହି ସମୟ ମଧ୍ୟରେ, ଟୁଥ୍‌ବ୍ରସ୍‌ ନଷ୍ଟ ହେବା ସହ ଏହାର ଆକାର ମଧ୍ୟ ବଦଳିଯାଇଥାଏ । ଏହି ସମୟରେ ଜୀବାଣୁ ଟୁଥ୍‌ବ୍ରସ୍‌କୁ ଆସିବାର ଅଧିକ ସମ୍ଭାବନା ରହିଛି । ଯଦି ଆପଣ କୌଣସି ରୋଗରୁ ମୁକ୍ତି ପାଇଛନ୍ତି, ତେବେ ତୁରନ୍ତ ବ୍ରସ୍‌ ବଦଳାଇବା ଉଚିତ୍ ।

ବାଥରୁମରେ ଟୁଥ୍‌ବ୍ରସ୍‌ ରଖିବା ବିପଦ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏକ ବଡ ପରିବାରରେ ଯେତେବେଳେ ଅଧିକ ଲୋକ ସମାନ ବାଥରୁମ୍ ବ୍ୟବହାର କରନ୍ତି, କିଛି ଲୋକ ପ୍ରାୟତଃ ପ୍ୟାନ୍‌ର କଭର ବନ୍ଦ ନକରି ଫ୍ଲାସ୍ କରନ୍ତି । ଏହାଦ୍ୱାରା ଫ୍ଲାସରୁ ଅପରିସ୍କାର ପାଣିର ଛିଟା ବାଥରୁମରେ ବାୟୁରେ ମିଶଇଥାଏ । ଯାହାଫଳରେ ଜୀବାଣୁ ଗୁଡ଼ିକ ବାଥରୁମରେ ଥିବା ଟୁଥ୍‌ବ୍ରସ୍‌କୁ ସଂକ୍ରମିତ କରିପାରନ୍ତି । ଯେଉଁଥିପାଇଁ ଆପଣ ଗମ୍ଭୀର ରୋଗର ଶିକାର ହୋଇପାରରନ୍ତି ।

ତେବେ ଆମର ଏହି ରିପୋର୍ଟ, ଜାତୀୟ ଓ ଆନ୍ତର୍ଜାତୀୟ ମିଡିଆ ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଛି । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now