Advertisment

ପେଜର୍ ବ୍ଲାଷ୍ଟ ପରେ ମନରେ ଡର, କାଳେ ବ୍ଲାଷ୍ଟ ହୋଇଯିବ କି ମୋବାଇଲ !

ଗୋଲ୍ଡ ଆପୋଲୋ କହିଛି ଯେ ବୁଦାପେଷ୍ଟ ସ୍ଥିତ ଏକ କମ୍ପାନୀ BAC କନ୍‌ସଲ୍ଟିଂ ସହିତ ଦୀର୍ଘ ବର୍ଷ ହେବ ଏହାର ଚୁକ୍ତିନାମା ରହିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡକୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Pager Blast

Pager Blast

ବୁଧବାର ୧୮ ସେପ୍ଟେମ୍ବର ଅପରାହ୍ନରେ ଲେବାନନରେ ହିଜବୁଲ ସଦସ୍ୟଙ୍କ ୱାକି-ଟକି ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ଲେବାନନ୍ ଏବଂ ହିଜବୁଲ ଅଧିକାରୀଙ୍କ ଅନୁଯାୟୀ, ଦୁଇ ଦିନ ମଧ୍ୟରେ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ କରି ଏହା ଦ୍ୱିତୀୟ ସମନ୍ୱିତ ଆକ୍ରମଣ ଥିଲା । ଯେଉଁଥିରେ ବୋମା ଉପକରଣ ବ୍ୟବହାର କରାଯାଇଥିଲା।

Advertisment

ଉଭୟ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଅତି କମରେ ୩୨କୁ ଛୁଇଁ ସାରିଛି । ହିଜବୁଲ ନିଶ୍ଚିତ କରିଛି ଯେ ପୀଡିତଙ୍କ ମଧ୍ୟରେ ତାଙ୍କର ସଦସ୍ୟ ରହିଥିଲେ । ସେପ୍ଟେମ୍ବର ୧୭, ମଙ୍ଗଳବାର ଅପରାହ୍ନଠାରୁ ପାଖାପାଖି ୩୦୦୦ ହିଜବୁଲ ସଦସ୍ୟ ପେଜର୍ ବିସ୍ଫୋରଣରେ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକଙ୍କ ସ୍ଥିତି ଗମ୍ଭୀର ରହିଛି । ଏହି ଆକ୍ରମଣରେ ଇରାନ ଦ୍ୱାରା ସମର୍ଥିତ ଲେବାନନ୍ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲକୁ ଏକ ବଡ଼ ଝଟକା ଲାଗିଛି । ଏମିତି କି ପୂରା ଦେଶରେ ଛନକା ପଶିଛି ।

ଏହି ବିସ୍ଫୋରଣ ପାଇଁ ହଜିବୁଲ, ଆମେରିକା ଏବଂ ଅନ୍ୟ ଦେଶର ଅଧିକାରୀଙ୍କ ସହ ମିଶି ଇସ୍ରାଏଲକୁ ଦାୟୀ କରିଛି । ଦୁଇ ପକ୍ଷ ମଧ୍ୟରେ ଗତ ଦୁଇ ମାସ ହେବ ସୀମା ବିବାଦ ଲାଗି ରହିଛି । ଆଉ ଏହାରି ମଧ୍ୟରେ ଏଭଳି ବିସ୍ଫୋରଣ ଘଟିଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ବୁଧବାର ରାତିରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହି ଯୁଦ୍ଧରେ ଇସ୍ରାଏଲ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି।

Advertisment

ଏବେ ଆସନ୍ତୁ ଏହାର ଅନ୍ୟ ଦିଗ ଉପରେ ନଜର ପକାଇବା...

ୱାକି ଟକି: ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ଏହି ବିସ୍ଫୋରଣରେ ବ୍ୟବହୃତ ଉପକରଣଗୁଡ଼ିକ ଦ୍ୱିପାକ୍ଷିକ ରେଡିଓ କିମ୍ବା ୱାକି-ଟକି । ଏହି ଉପକରଣଗୁଡିକ, IC-V82 ଭାବରେ ଜଣାଶୁଣା । ଜାପାନିଜ୍ କମ୍ପାନୀ ଆଇକମ୍ ଏହାକୁ ତିଆରି କରିଛି ।

ତେବେ ହଜିବୁଲ କେଉଁଠୁ ଏହି ଉପକରଣ ଆଣିଥିଲା ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସାରା ଦେଶରେ ମଙ୍ଗଳବାର ହୋଇଥିବା ବିସ୍ଫୋରଣଠାରୁ ବୁଧବାର ଦିନର ବିସ୍ଫୋରଣର ପରିମାଣ ଢ଼େର୍‌ ଅଧିକ ଥିଲା ।

ଗୁପ୍ତ ଅଭିଯାନ:

ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଶୀତଳ ଯୁଦ୍ଧ କାରଣରୁ ଇରାନ ଏବଂ ଏହାର ସହଯୋଗୀମାନଙ୍କ ଉପରେ ଗୁପ୍ତ ଭାବେ ଆକ୍ରମଣ କରିଆସୁଛି ଇସ୍ରାଏଲ । ୨୦୨୦ରେ, ଇରାନର ମୁଖ୍ୟ ଆଣବିକ ବୈଜ୍ଞାନିକ ତଥା ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମୋହସେନ୍ ଫଖ୍ରୀଜାଦେହଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ୍ ଏକ ସାଟେଲାଇଟ୍‌ ମାଧ୍ୟମରେ ପରିଚାଳିତ ଏକ ସୁଦୂର ନିୟନ୍ତ୍ରିତ, AI ରୋବଟ୍ ବ୍ୟବହାର କରିଥିଲା ।

ଫେବୃଆରୀରେ, ଇସ୍ରାଏଲ ଇରାନର ଦୁଇଟି ପ୍ରମୁଖ ଗ୍ୟାସ ପାଇପଲାଇନକୁ ନଷ୍ଟ କରିଦେଇଥିଲା । ଯାହାଦ୍ୱାରା ଅନେକ ସହରରେ ସେବା ବ୍ୟାହତ ହୋଇଥିଲା । ୨୦୨୧ ମସିହାରେ, ଇରାନର ତୈଳ ମନ୍ତ୍ରଣାଳୟର ସର୍ଭର ଉପରେ ଇସ୍ରାଏଲର ସାଇବର ଆକ୍ରମଣ ଯୋଗୁଁ ଗ୍ୟାସୋଲିନ୍‌ ବଣ୍ଟନରେ ଦେଶବ୍ୟାପୀ ବ୍ୟାଘାତ ସୃଷ୍ଟି କରିଥିଲା।

ପେଜରର ଦୁରୁପଯୋଗକୁ ନେଇ ତାଇୱାନ୍‌ କମ୍ପାନୀ ଚକିତ

ତାଇୱାନର ଗୋଲ୍ଡ ଆପୋଲୋ କମ୍ପାନୀ, ଯାହାର ନାଁ ଲେବାନନରେ ବିସ୍ଫୋରଣ ହୋଇଥିବା ପେଜରରେ ଦେଖାଯାଏ । ସେହି କମ୍ପାନୀ କହିଛି ଯେ ଏହି ଆକ୍ରମଣରେ ବ୍ୟବହୃତ ଉପକରଣ ତିଆରି କରିବା ପାଇଁ ହଙ୍ଗେରୀର ଏକ କମ୍ପାନୀ ଦାୟୀ । ଏହା ମଧ୍ୟପୂର୍ବ ଦେଶ ଗୁଡ଼ିକରେ ଚାପା ଉତ୍ତେଜନା ସୃଷ୍ଟି କରିବା ସହ ଘଟଣାକୁ ଅଧିକ ରହସ୍ୟମୟ କରିଛି ।

ଗୋଲ୍ଡ ଆପୋଲୋ କହିଛି ଯେ ବୁଦାପେଷ୍ଟ ସ୍ଥିତ ଏକ କମ୍ପାନୀ BAC କନ୍‌ସଲ୍ଟିଂ ସହିତ ଦୀର୍ଘ ବର୍ଷ ହେବ ଏହାର ଚୁକ୍ତିନାମା ରହିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡକୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ବୁଦାପେଷ୍ଟ କାର୍ଯ୍ୟାଳୟର ଜଣେ ମହିଳା କହିଛନ୍ତି ଯେ BAC ର ଉପସ୍ଥିତିର ଏକମାତ୍ର ସଙ୍କେତ ହେଉଛି ଜଣେ ପ୍ରତିନିଧି ମାସକୁ ଥରେ ମେଲ ନେବାକୁ ଆସନ୍ତି ।

ତେବେ ଏହାତ ଥିଲା ବିସ୍ଫୋରଣ କାହାଣୀର ଏକ ଛୋଟ ଅଂଶ । ଏବେ ଆସିବା ଆମ କାହାଣୀକୁ । ଏହି ପେଜର ବିସ୍ଫୋରଣ ଘଟଣା ସାମ୍ନାକୁ ଆସିବା ପରେ ଏବେ ମୋବାଇଲ ଧରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ପ୍ରଶ୍ନ କାଳେ ତାଙ୍କ ମୋବାଇଲ ମଧ୍ୟ ଏଭଳି ବୋମାରେ ପରିଣତ ହେବନି ତ ? ହାତରେ ଧରିଥିବା ମୋବାଇଲ ବ୍ଲାଷ୍ଟ ହୋଇଯିବନି ତ ? ତେବେ ଆସନ୍ତୁ ଏନେଇ କ‘ଣ କହୁଛନ୍ତି ବିଶେଷଜ୍ଞ ।

ହ୍ୟାକର୍ସ ଆପଣଙ୍କ ମୋବାଇଲରେ ବୋମା ଖଞ୍ଜି ପାରିବେ କି ?

ସ୍ମାର୍ଟଫୋନ୍ ଖୁବ୍‌ ସାଧାରଣ । ଏହା ଲିଥିୟମ୍-ଆୟନ ବ୍ୟାଟେରୀରେ ଚାଲିଥାଏ । ତେଣୁ ଏହି ଉପକରଣଗୁଡିକୁ ବ୍ୟବହାର କରି ଏଭଳି ଆକ୍ରମଣର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଅନ୍ୟପଟେ ଏହାର ଅନେକ ଦିଗ ରହିଛି, ଯାହାଦ୍ୱାରା ଏଭଳି ଚ୍ୟାଲେଞ୍ଜ ଏବଂ ଆକ୍ରମଣଠାରୁ ରକ୍ଷା କରିବାରେ କିଛି ମାତ୍ରାରେ ସହାୟକ ହୋଇପାରିବ ।

ହିଜବୁଲ ପେଜର୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା, କାରଣ ସେମାନେ ଏହାକୁ ସ୍ମାର୍ଟଫୋନ୍ ତୁଳନାରେ ଅଧିକ ସୁରକ୍ଷିତ ଭାବିଥିଲେ । ଇସ୍ରାଏଲ ଗୁପ୍ତଚରଙ୍କଠାରୁ ବର୍ତ୍ତିବା ପାଇଁ ସେମାନେ ଏହାକୁ ସୁରକ୍ଷିତ ଭାବି ବ୍ୟବାହାର କରୁଥିଲେ । ନିଜର ମୌଳିକ ହାର୍ଡୱେର୍ ଯୋଗୁଁ, ପେଜର୍‌କୁ ଟ୍ରାକ୍ କରିବା ସ୍ମାର୍ଟଫୋନ୍‌ ତୁଳନାରେ ଅଧିକ କଷ୍ଟ । ସେହିଭଳି ଏହାକୁ ଡିଜିଟାଲ୍ ମାଧ୍ୟମରେ ହ୍ୟାକ୍‌ କରିବାର ସମ୍ଭାବନା ମଧ୍ୟ ସ୍ମାର୍ଟଫୋନ୍‌ ତୁଳନାରେ କମ୍‌ ରହିଛି ।

ପେଜର୍ ଏବଂ ସ୍ମାର୍ଟଫୋନ୍‌ରେ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହାର କରାଯାଏ । ଉଭୟଙ୍କର ସମାନ ଟେକ୍ନୋଲୋଜି ରହିଛି । ତେଣୁ ଯଦି ପେଜର ହ୍ୟାକ୍‌ ହୋଇପାରିଲା, ସ୍ମାର୍ଟଫୋନ୍‌ ମଧ୍ୟ ହ୍ୟାକ୍‌ ହେବାର ସମ୍ଭାବନା ରହିଛି ।

ଲିଥିୟମ୍-ଆୟନ ବ୍ୟାଟେରୀଗୁଡ଼ିକ ନିଜର ଉଚ୍ଚ ଶକ୍ତି ଏବଂ ରିଚାର୍ଜ କରିବାର କ୍ଷମତା ପାଇଁ ଲୋକପ୍ରିୟ । କିନ୍ତୁ ଏହା ବିଫଳ ହେବାର ସମ୍ଭାବନା ମଧ୍ୟ ଖୁବ ଅଧିକ । ଅତ୍ୟଧିକ ଉତ୍ତାପ, ଅତ୍ୟଧିକ ଚାର୍ଜିଂ ଯୋଗୁଁ ବ୍ୟାଟେରୀଗୁଡ଼ିକୁ ଅତ୍ୟଧିକ ଗରମ ହୋଇଥାଏ । ଏମିତିକି ବିଭିନ୍ନ କ୍ଷେତ୍ରରେ ଏହା ବିସ୍ଫୋରଣ ହେବାର ସମ୍ଭାବନା ମଧ୍ୟ ରହିଛି । ମ୍ୟାନୁଫକ୍ଚରିଂ ତ୍ରୁଟି ଏବଂ ଡିଜାଇନ୍ ସମସ୍ୟା ମଧ୍ୟ ବିପଦକୁ ଡାକି ଆଣିପାରେ ।

ତେବେ ମୋଟାମୋଟି କହିବାକୁ ଗଲେ, ଯଦି ପେଜର୍ ବିସ୍ଫୋରଣ ହୋଇପାରୁଛି ତେବେ ସ୍ମାର୍ଟଫୋନ୍‌ ମଧ୍ୟ ଏହାର ଶିକାର ହୋଇପାରେ । କାରଣ ସ୍ମାର୍ଟଫୋନରେ ଅଧିକ ଜଟିଳ ସଫ୍ଟୱେର୍ ଏବଂ ନେଟୱର୍କ ସଂଯୋଗ ରହିଥାଏ । ତେଣୁ ସେଗୁଡ଼ିକ ହ୍ୟାକ୍‌ କରିବା ପାଇଁ ଅଧିକ ସୁଯୋଗ ରହିଥାଏ । ତଥାପି ଏପରି ବଡ଼ ଆକାରରେ ଆକ୍ରମଣ କରିବା କଷ୍ଟସାଧ୍ୟ । କାରଣ ସ୍ମାର୍ଟଫୋନ ବ୍ରାଣ୍ଡ, ମଡେଲ ଏବଂ ସଫ୍ଟୱେର୍ ସିଷ୍ଟମର ବିବିଧତା ଭିନ୍ନ ଭିନ୍ନ ରହିଥାଏ । 

ଆଧୁନିକ ସ୍ମାର୍ଟଫୋନରେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ସହ ଏକ ଅତିରିକ୍ତ ସ୍ତରର ସୁରକ୍ଷା ପ୍ରଦାନ କରାଯାଇଥାଏ । ଯାହା କି ବଡ଼ ଆକାରର ହ୍ୟାକିଂକୁ ଅଧିକ କଠିନ କରିଥାଏ । ଫୋନ୍ ଗୁଡିକ ଅପେ ଆପେ ବ୍ଲାଷ୍ଟ ହୁଏ ନାହିଁ । ହ୍ୟାକର୍‌ମାନେ ବ୍ୟାଟେରୀରେ କରେଣ୍ଟକୁ ପରିବର୍ତ୍ତନ କରି ଏହାକୁ ଅଧିକ ଗରମ କରିବାରେ ସକ୍ଷମ ହେଲେ ମଧ୍ୟ ସହଜରେ ଏହା ଏକା ସାଙ୍ଗରେ ବ୍ଲାଷ୍ଟ ହୋଇପାରିବ ନାହିଁ ।

Smart Phone
Advertisment
Advertisment