Advertisment

ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ- ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ,ଫଟୋ ଭାଇରାଲ୍‌ କରୁଛନ୍ତି ଏହି ପ୍ରଯୋଜକ...

ପୁରୁଷ ବନ୍ଧୁ ତଥା ପ୍ରଯୋଜକଙ୍କ ନାଁରେ ଅଭିନେତ୍ରୀ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ପ୍ରଯୋଜକ ଭାଇରାଲ୍ କରୁଥିବା ସମ୍ପୃକ୍ତ ଅଭିନେତ୍ରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odia actress files complaint against producer boyfriend for circulating intimate videos online

Odia actress files complaint against producer boyfriend for circulating intimate videos online

ଓଡ଼ିଆ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ। ପୁରୁଷ ବନ୍ଧୁ ତଥା ପ୍ରଯୋଜକଙ୍କ ନାଁରେ ଅଭିନେତ୍ରୀ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ପ୍ରଯୋଜକ ଭାଇରାଲ୍ କରୁଥିବା ସମ୍ପୃକ୍ତ ଅଭିନେତ୍ରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଥାନାରେ ମାମଲା ରୁଜୁ ହୋଇଛି।

Advertisment

୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି। ପ୍ରଥମେ  ୨୦୨୧ ମସିହାରେ ଏହି ଅଭିଯୋଗ ଆସିଥିଲା। ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ହୋଇଥିଲା।

ପୁଣି ଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାର ପ୍ରଲୋଭନ ଦେଖାଇ ପୁରୁଷ ବନ୍ଧୁ କୁଆଡେ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି।

Advertisment

ଆଉ ସେହି ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିବା ମଧ୍ୟ ଜଣାପଡ଼ିଛି। ନାୟିକାଙ୍କ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଅଭିନେତ୍ରୀ କିମ୍ୱା ପୁରୁଷ ବନ୍ଧୁଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନାଥାଉ କି, ଗତ ୨୦୧୫ରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଅଭିଯୋଗକାରିଣୀ। ଏହାପରେ ସେ ବହୁ ନାମୀଦାମୀ ବ୍ୟାନର୍‌ରେ ସଫଳ ନାୟକମାନଙ୍କ ସହ ଅଭିନୟ କରି ବେଶ୍ ସଫଳତା ହାସଲ କରିଛନ୍ତି। ଯେହେତୁ ଅଭିନେତ୍ରୀଙ୍କ ନାଁ ନେଲେ ତାଙ୍କ କ୍ୟାରିୟର ପ୍ରଭାବିତ ହେବ, ତେଣୁ ତାଙ୍କ ନାଁ ସର୍ବସାଧାରଣରେ ପ୍ରକାଶ କରାଯାଉନାହିଁ।

Advertisment
Advertisment