Advertisment

‘ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ, ବ୍ୟକ୍ତି ବଦଳିଲେ ବଦଳିବ ସମାଜ’

ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

President Of India

ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ। ବ୍ୟକ୍ତି ବଦଳିଲେ ପରିବାର ବଦଳିବ, ଆଉ ପରିବାର ବଦଳିଲେ ସମାଜ ବଦଳିବ। ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଗସ୍ତର ଅନ୍ତିମ କାର୍ଯ୍ୟକ୍ରମରେ କିଛି ଏଭଳି ବାର୍ତ୍ତା ସେ ଲୋକଙ୍କୁ ଦେଇଛନ୍ତି। ଅବସର ଥିଲା ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ୍‌ ହାଉସ କଂପ୍ଲେକ୍ସରେ ଶିଳାନ୍ୟାସ ବେଳର ।

Advertisment

‘ଦି ଇୟର ଅଫ୍ ପଜିଟିଭ୍ ଚେଞ୍ଜ ଥିମ୍’ ଲଞ୍ଚ୍ କରିବା ସହ ଲୋକଙ୍କୁ ସମ୍ବୋଧନ କରିଥିଲେ ମହାମହିମ । ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହୁଏ, ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା ବୋଲି ସେ ଦୋହରାଇଥିଲେ। ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।

ସବୁ ସ୍ଥାନ ଭଳି ଏଠାରେ ବି ରାଷ୍ଟ୍ରପତିଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଥିଲା ପ୍ରବଳ ଉତ୍ସାହ। ରାସ୍ତାର ଦୁଇ ପଟେ ଛୋଟ ଛୋଟ ପିଲାମାନେ ମ୍ୟାଡମ ପ୍ରେସିଡେଣ୍ଟଙ୍କ ଗୋଟିଏ ଝଲକ ପାଇବା ପାଇଁ ଅପେକ୍ଷା କରି ରହିଥିଲେ । ଆଉ ରାଷ୍ଟ୍ରପତିଙ୍କୁ ଦେଖିବା ପରେ ସେମାନଙ୍କ ଖୁସି କହିଲେ ନସରେ ।

Advertisment

ଦଶବାଟିଆ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମ ପୂର୍ବରୁ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୦ଟି ଜନଜାତିର ୫୦ ଜଣି ପ୍ରତିନିଧି ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ବିଷୟରେ ଗୋଟି ଗୋଟି କରି ପଚାରି ବୁଝିଥଲେ ରାଷ୍ଟ୍ରପତି ।

ଅନ୍ୟପଟେ ଓଡ଼ିଶା ଯେତେବେଳେ ଆସିଛନ୍ତି, ଖାଲି ହାତରେ ବା କେମିତି ଫେରି ଯାଇଥାନ୍ତେ ରାଷ୍ଟ୍ରପତି । ନୂଆଦିଲ୍ଲୀ ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ଏଠାରୁ ନିଜ ପାଇଁ କିଛି ଶାଢ଼ି ଓ ସୁଟ୍ ପିସ୍ କିଣିଥିଲେ। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ବସ୍ତ୍ରାଳୟରୁ ରାଜଭବନକୁ ଯାଇଥିଲା ୩୫ଟି ଶାଢ଼ି ଓ ଚୁଡ଼ିଦାର । ସେଥିରୁ ଖଣ୍ଡୁଆ, କୋଟ୍ଟପାଡ୍, ସମ୍ବଲପୁରୀ ଭଳି ୬ଟି ଶାଢ଼ି ଓ ୬ଟି ସୁଟପିସ୍ ରାଷ୍ଟ୍ରପତି ଓ ତାଙ୍କ ଝିଅ କିଣିଥିଲେ ।

ତିନି ଦିନିଆ ଗସ୍ତ ସାରି ଅପରାହ୍ଣରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି । ଆଉ ଟୁଇନ୍ ସିଟିବାସୀଙ୍କ ମଧ୍ୟରେ ଛାଡ଼ି ଯାଇଛନ୍ତି ଅନେକ ଅଭୁଲା ସ୍ମୃତି ।

President Of India President Draupadi Murmu
Advertisment
Advertisment