Advertisment

ରାସ୍ତାରେ ବେଆଇନ ଭାବେ ଗାଡ଼ି ଚଲାଉଥିଲେ ସାବଧାନ !

ବାରମ୍ବାର ଡେଡଲାଇନ୍, ମଝିରେ ମଝିରେ ଧରପଗଡ଼, ସଚେତନତା ଅଭିଯାନ ଓ ଚେତାବନୀ ପରେ ମଧ୍ୟ ବେଧଡ଼କ ବୁଲୁଛନ୍ତି ଅମାନିଆ ଗାଡ଼ିଚାଳକ। ଏସବୁକୁ ଦୃଷ୍ଟିରେ ରଖି ଅଗଷ୍ଟ ୧ରୁ ରାସ୍ତାରେ ଯାନବାହନ ଯାଞ୍ଚ ପ୍ରକ୍ରିୟା ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

beware traffic norm violators

ରାସ୍ତାରେ ବେଆଇନ ଭାବେ ଗାଡ଼ି ଚଲାଉଥିଲେ ସାବଧାନ। କାରଣ ଆସନ୍ତା ଅଗଷ୍ଟ ପହିଲାରୁ ଗାଡ଼ିର ସମସ୍ତ କାଗଜ ପତ୍ର ଯାଞ୍ଚକୁ ଜୋରଦାର କରିବାକୁ ଯାଉଛି ପରିବହନ ବିଭାଗ। ସୂଚନା ଅନୁସାରେ ରାଜ୍ୟରେ ଏବେ ପ୍ରାୟ ୨୫ ଲକ୍ଷ ଗାଡ଼ି ବିନା ଇନ୍ସୁରାନ୍ସରେ ଗଡୁଥିବା ବେଳେ ପାଖାପାଖି ୭ ଲକ୍ଷ ଗାଡ଼ି ବିନା ପଲ୍ୟୁସନ ସାର୍ଟିଫିକେଟରେ ଚାଲିଛି। ଏଭଳି ଅମାନିଆଙ୍କୁ ଧରିବା ଲାଗି ଆସନ୍ତା ୧ ତାରିଖରୁ ପୁଣି ଥରେ ଚେକିଂ ଅଭିଯାନ ଯୋରଦାର କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।

Advertisment

ବିନା ଇନ୍ସୁରାନ୍ସରେ ରାଜ୍ୟରେ ଗଡୁଛି ୨୫ ଲକ୍ଷ ଗାଡ଼ି। ୩ ଲକ୍ଷ ଯାନବାହନରେ ଏଯାଏଁ ଲାଗିନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। ଆଉ ପଲ୍ୟୁସନ, ଫିଟନେସ୍ ସାର୍ଟିଫିକେଟ୍ କଥା ଆଦୌ ନକହିବା ଭଲ। ବାରମ୍ବାର ଡେଡଲାଇନ୍, ମଝିରେ ମଝିରେ ଧରପଗଡ଼, ସଚେତନତା ଅଭିଯାନ ଓ ଚେତାବନୀ ପରେ ମଧ୍ୟ ବେଧଡ଼କ ବୁଲୁଛନ୍ତି ଅମାନିଆ ଗାଡ଼ିଚାଳକ। ଏସବୁକୁ ଦୃଷ୍ଟିରେ ରଖି ଅଗଷ୍ଟ ୧ରୁ ରାସ୍ତାରେ ଯାନବାହନ ଯାଞ୍ଚ ପ୍ରକ୍ରିୟା ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।

ବିଭାଗର ସୂଚନା ଅନୁସାରେ ଇନସ୍ୟୁରାନ୍ସ, ଫିଟନେସ୍, ପଲ୍ୟୁସନ ସାର୍ଟିଫିକେଟ ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥାଇ ଲକ୍ଷ ଲକ୍ଷ ଗାଡ଼ି ଆଜି ବି ରାସ୍ତାରେ ଗଡୁଛି। ୭ ଲକ୍ଷ ଗାଡି ଆଜି ବି ବିନା ପଲ୍ୟୁସନ ସାର୍ଟିଫିକେଟରେ ଚଳାଚଳ କରୁଥିବାରୁ, ଅମାନିଆ ଗାଡ଼ି ଚାଳକ ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପୁଣି ଯାଞ୍ଚ୍ ପ୍ରକ୍ରିୟା ଆପଣାଯିବ। ଅଗଷ୍ଟ ୧ରୁ ହିଁ ଚେକିଂ ଅଭିଯାନ ଜୋରଦାର ହେବ ବୋଲି ସୂଚନା ଦେଇଛନ୍ତି ଯୁଗ୍ମ ଟ୍ରାନ୍ସପୋର୍ଟ କମିଶନର।

Advertisment

ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ୬୩ ଲକ୍ଷ ୯୯ ହଜାର ୭୦୭ ଦୁଇଚକିଆ ଓ ୧୨ ଲକ୍ଷ ୧୦ ହଜାର ୨୬୯ଟି ଚାରିଚକିଆ ଯାନ ରହିଛି। ସେହିପରି ବସ୍, ଟ୍ରକ୍ ଓ ଅନ୍ୟାନ୍ୟ ବଡ଼ ଗାଡ଼ି ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୩୯। ତେବେ ସେ ମଧ୍ୟରୁ ୨୦ ଲକ୍ଷ ୫୫ ହଜାର ୫୭୦ ଦୁଇଚକିଆ ଓ ୪ ଲକ୍ଷ ୧୫ ହଜାର ଚାରିଚକିଆ ଗାଡିର ଇନ୍ସ୍ୟୁରାନ୍ସ ନାହିଁ। 

ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୧୪୬ ଅନୁସାରେ ବିନା ଇନସ୍ୟୁରାନ୍ସରେ ରାସ୍ତାରେ ଗାଡ଼ି ଚଳାଇଲେ ପ୍ରଥମ ଥର ୨ ହଜାର ଓ ଦ୍ୱିତୀୟ ଥର ଧରାପଡିଲେ ୪ ହଜାର ଟଙ୍କା ଜରିମାନାର ପ୍ରାବଧାନ ରହିଛି। କିନ୍ତୁ ଚେକିଂ ଅଭାବରୁ ଏଭଳି ଅମାନିଆ ଧରାପଡୁନଥିବାରୁ ଆଇନ୍ ପ୍ରତି ଭୟ ରହୁନି ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି। 

HSRP Mandatory Pollution Certificate
Advertisment
Advertisment