ବାରମ୍ବାର ଡେଡଲାଇନ୍, ମଝିରେ ମଝିରେ ଧରପଗଡ଼, ସଚେତନତା ଅଭିଯାନ ଓ ଚେତାବନୀ ପରେ ମଧ୍ୟ ବେଧଡ଼କ ବୁଲୁଛନ୍ତି ଅମାନିଆ ଗାଡ଼ିଚାଳକ। ଏସବୁକୁ ଦୃଷ୍ଟିରେ ରଖି ଅଗଷ୍ଟ ୧ରୁ ରାସ୍ତାରେ ଯାନବାହନ ଯାଞ୍ଚ ପ୍ରକ୍ରିୟା ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।
ଯେଉଁମାନେ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଳାଉଥିଲେ ସେମାନଙ୍କ ଉପରେ କଷିଥିଲେ ମୋଟା ଅଙ୍କର ଫାଇନ୍। ଆଜି ପ୍ରଥମ ଦିନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଓ ଦ୍ବିତୀୟ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି।
୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ HSRP ଲଗାଯାଇ ସାରିଛି ।
ଗାଡିର ନମ୍ବର ପ୍ଲେଟ୍ ନଲଗାଇଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ୍ !
ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ବା STA।